ମାଇଦୁଗୁରି(ନାଇଜେରିଆ): ଶନିବାରଦିନ ନାଇଜେରିଆର ଆତଙ୍କବାଦୀ ସଂଗଠନ ବୋକୋହାରାମ ନିରୀହ ଗ୍ରାମବାସୀଙ୍କ ଉପରେ ରକେଟ୍ ଗ୍ରେନେଡ୍ ମାଡ କରିଛି। ଏହି ରକେଟ୍ ଗ୍ରେନେଡ୍ ମାଡ ଉତ୍ତରପୂର୍ବ ନାଇଜେରିଆର ମାଇଦିଗୁରିଠାରେ ବସବାସ କରୁଥିବା ବହୁ ଘର ଉପରେ ହୋଇଛି। ଏଥିରେ ୭ଜଣଙ୍କର ପ୍ରାଣ ହାନି ହୋଇଥିବାବେଳେ ବହୁ ଗ୍ରାମବାସୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିଟକସ୍ଥ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି। ବୋକୋ ହାରାମ ପକ୍ଷରୁ କରାଯାଇଥିବା ଏହି ଗ୍ରନେଡ୍ ମାଡ ଶନିବାର ବିଳମ୍ବିତ ରାତିରେ କରାଯାଇଛି। ଏକାଥକେ ଗ୍ରାମବାସୀଙ୍କ ଉପରକୁ ୪୦ରୁ ଅଧିକ ଗ୍ରେନେଡ ମାଡ ହୋଇଥବା ଭୟବିତ ଗ୍ରାମବାସୀମାନେ କହିଛନ୍ତି। ଏହି ସହରରେ ୫୦ଲକ୍ଷରୁ ଅଧିକ ନାଇଜେରିଆ ନାଗରିକ ରହୁଛନ୍ତି। ଯେଉଁ ଗ୍ରାମରେ ଗ୍ରେନେଡମାଡ ହୋଇଛି ସେହି ଗାଁରେ ୧୩ହଜାରୁ ଅଧିକ ରିଫ୍ୟୁଜି ରହୁଛନ୍ତି। ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଧର୍ମକୁ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ଯେଉଁ ଗ୍ରାମବାସୀମାନେ ଏହାକୁ ଅବମନନା କରୁଛନ୍ତି ସେମାନଙ୍କ ସର୍ବସମ୍ମୁଖରେ ଅକଥନୀୟ ଅତ୍ୟାଚାର କରାଯାଉଥିବା ଲକ୍ଷ୍ୟ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।