ମୋଦିଙ୍କ ଗସ୍ତ ପୂର୍ବରୁ ଭାରତୀୟଙ୍କୁ ବ୍ରାଜିଲର ରିହାତି

ନୂଆଦିଲ୍ଲୀ: ଆସନ୍ତା ମାସରେ ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ବ୍ରିକସ ସମ୍ମିଳନୀ ଅନୁଷ୍ଠିତ ହେବ। ନଭେମ୍ବର ୧୩ ଏବଂ ୧୪ରେ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏହି ଅବସରରେ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରେଙ୍କ ସହ ଭେଟଘାଟ ମଧ୍ୟ ହେବ। ଏହା ପୂର୍ବରୁ ଭାରତରୁ ବ୍ରାଜିଲ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଭିସା ଆବଶ୍ୟକତା ନାହିଁ ବୋଲି ଜେୟର ବୋଲସୋନାରେ ଘୋଷଣା କରିଛନ୍ତି। ଚୀନ ଗସ୍ତରେ ଥିବା ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରେ ଏହା […]

brazil president(1)

brazil president(1)

Subhransu Sekhar
  • Published: Friday, 25 October 2019
  • Updated: 25 October 2019, 05:17 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ମାସରେ ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ବ୍ରିକସ ସମ୍ମିଳନୀ ଅନୁଷ୍ଠିତ ହେବ। ନଭେମ୍ବର ୧୩ ଏବଂ ୧୪ରେ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏହି ଅବସରରେ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରେଙ୍କ ସହ ଭେଟଘାଟ ମଧ୍ୟ ହେବ। ଏହା ପୂର୍ବରୁ ଭାରତରୁ ବ୍ରାଜିଲ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଭିସା ଆବଶ୍ୟକତା ନାହିଁ ବୋଲି ଜେୟର ବୋଲସୋନାରେ ଘୋଷଣା କରିଛନ୍ତି। ଚୀନ ଗସ୍ତରେ ଥିବା ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରେ ଏହା କହିଛନ୍ତି। ଖାଲି ଭାରତ ନୁହେଁ ଚୀନ ମଧ୍ୟ ଏହି ନିୟମରେ ଅନ୍ତର୍ଭୁକ୍ତ ହୋଇଛି ବୋଲି ସେ କହିଛନ୍ତି। ତେବେ ଏହି ନିୟମ କେବଳ ବ୍ୟବସାୟୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ଆରମ୍ଭରୁ କିନ୍ତୁ ବ୍ରାଜିଲ ଆମେରିକା, କାନାଡା, ଜାପାନ ଏବଂ ଅଷ୍ଟ୍ରେଲିଆର ବ୍ୟବସାୟ ସହ ଜଡିତ ଯାତ୍ରୀଙ୍କ ଭିସାର ଆବଶ୍ୟକତା ନାହିଁ ବୋଲି ଘୋଷଣା କରିଥିଲା।

ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ ଚଳିତ ବର୍ଷ କ୍ଷମତାକୁ ଆସିଛନ୍ତି। ଏହାପରେ ତାଙ୍କ ଦେଶ ପ୍ରତି ବ୍ୟବସାୟ ବଢ଼ାଇବାକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେଉଛନ୍ତି। ପ୍ରଥମ ଥର ପାଇଁ କୌଣସି ବିକାଶଶୀଳ ରାଷ୍ଟ୍ର ପାଇଁ ବ୍ରାଜିଲ ଭିସା ନିୟମରେ ପରିବର୍ତ୍ତନ କରିଛି।

ବ୍ରାଜିଲକୁ ଯିବା ପାଇଁ ଆବଶ୍ୟକ ଭିସା ତିଆରି କରିବା ପାଇଁ ୧୦ରୁ ୧୫ ଦିନ ଲାଗିଥାଏ। ସେହିପରି କାମ କରିବାକୁ ଯିବାକୁ ହେଲେ ୭ରୁ ୧୦ ଦିନ ମଧ୍ୟରେ ଭିସା ତିଆରି ହୋଇଥାଏ।

ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରେ ନିଜର କଡ଼ା ନିଷ୍ପତ୍ତି ପାଇଁ ସବୁବେଳେ ପରିଚିତ। ନିକଟରେ ହୋଇଥିବା ନିର୍ବାଚନରେ ଦେଶରୁ ଭ୍ରଷ୍ଟାଚାର ଦୂର କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବ୍ରାଜିଲବାସୀ ତାଙ୍କୁ ଜନାଦେଶ ଦେଇଥିଲେ। ହେଲେ ବ୍ୟବଧାନ ବହୁତ କମ୍ ରହିଥିଲା। ତେବେ ମହିଳା ବିରୋଧୀ, ସମଲିଙ୍ଗୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଜେୟର ବୋଲସୋନାରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story