ବ୍ରିଜ୍ ଉପରେ ଲାଇଭ୍ ରିପୋର୍ଟିଂ କରୁଥିଲେ ରିପୋର୍ଟର, ଅଚାନକ ଭୁଶୁଡି ପଡ଼ିଲା

ଖବର ଅଧିକ ରୋଚକ ହୁଏ ସେତେବେଳେ ଯେତିକିବେଳେ ଖବର ସଂଗ୍ରହ କରୁଥିବା ସାମ୍ୱାଦିକ ନିଜେ ଖବର ପାଲଟିଯାଏ। ଆଉ ମୂଳ ଖବର ଅପେକ୍ଷା ସାମ୍ୱାଦିକଙ୍କ ସହ ଘଟିଥିବା ଘଟଣା ଅଧିକ ଚର୍ଚ୍ଚା ହୁୁଏ। ଏବେ ଏଭଳି ଏକ ଘଟଣା ଘଟିଛି ଜଣେ ମହିଳା ସାମ୍ୱାଦିକଙ୍କ କ୍ଷେତ୍ରରେ । ସାମ୍ୱାଦିକ ଜଣଙ୍କ ବର୍ଷା, ପବନରେ ରିପୋର୍ଟିଂ କରୁଥିବା ବେଳେ ହଠାତ୍ ବ୍ରିଜଟି ଭୁଶୁଡ଼ି ପଡ଼ି ଭାସିଯାଇଥିଲା ପାଣି ସୁଅରେ। ଆଉ ପୂରା ଘଟଣାଟି ଟିଭିରେ ଅନ୍ ଏୟାର ହୋଇଛି। […]

BRIDGE COLLAPSE

BRIDGE COLLAPSE

Subhransu Sekhar
  • Published: Sunday, 15 November 2020
  • Updated: 15 November 2020, 10:47 PM IST

Sports

Latest News

ଖବର ଅଧିକ ରୋଚକ ହୁଏ ସେତେବେଳେ ଯେତିକିବେଳେ ଖବର ସଂଗ୍ରହ କରୁଥିବା ସାମ୍ୱାଦିକ ନିଜେ ଖବର ପାଲଟିଯାଏ। ଆଉ ମୂଳ ଖବର ଅପେକ୍ଷା ସାମ୍ୱାଦିକଙ୍କ ସହ ଘଟିଥିବା ଘଟଣା ଅଧିକ ଚର୍ଚ୍ଚା ହୁୁଏ। ଏବେ ଏଭଳି ଏକ ଘଟଣା ଘଟିଛି ଜଣେ ମହିଳା ସାମ୍ୱାଦିକଙ୍କ କ୍ଷେତ୍ରରେ । ସାମ୍ୱାଦିକ ଜଣଙ୍କ ବର୍ଷା, ପବନରେ ରିପୋର୍ଟିଂ କରୁଥିବା ବେଳେ ହଠାତ୍ ବ୍ରିଜଟି ଭୁଶୁଡ଼ି ପଡ଼ି ଭାସିଯାଇଥିଲା ପାଣି ସୁଅରେ। ଆଉ ପୂରା ଘଟଣାଟି ଟିଭିରେ ଅନ୍ ଏୟାର ହୋଇଛି।

https://twitter.com/HSmu12/status/1327055849349648385?ref_src=twsrc%5Etfw

ଫକ୍ସ 46ର ରିପୋର୍ଟର ଅମ୍ବର ରୋବର୍ଟଙ୍କ ନିଜର ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଦେଖିବା ମାତ୍ରେ ଯିଏ କେହି ବି ହତବାକ୍ ହୋଇଯିବ। ଉତ୍ତର କାରୋଲିନାର ଆଲେକଜାଣ୍ଡାର୍ କାଉଣ୍ଟିରେ ବନ୍ୟା ହୋଇଛି। ଏହି ସମୟରେ ଜଣେ ମହିଳା ରିପୋର୍ଟର ଲାଇଭ ରିପୋର୍ଟିଂ କରୁଥିଲେ। ଟିଭିରେ ସେ ଆଙ୍କରଙ୍କ ପ୍ରଶ୍ନର ଉତ୍ତର ଦେଇ ବନ୍ୟା ପରିସ୍ଥିତି ବାବଦରେ କହୁଥିଲେ। ଭିଡିଓରେ ରୋବର୍ଟ ଏକ ଭଙ୍ଗା ପୋଲକୁ ଦେଖାଇଛନ୍ତି। କିଛି ସେକେଣ୍ଡରେ ବ୍ରିଜର କିଛି ଅଂଶ ହଠାତ୍ ପାଣି ଶୁଅରେ ଭୁଶୁଡି ପଡ଼ିଥିଲା।

ହଠାତ୍ ଘଟଣାଟି ଘଟିଥିଲା। ଆଉ ସମସ୍ତେ ଏହା ଦେଖି ହତବାକ୍ ହୋଇଯାଇଥିଲେ। କାରଣ ରିପୋର୍ଟର ରୋବର୍ଟଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ହେଲେ ସେ ନିଜକୁ ସୁରକ୍ଷିତ ରଖିବାରେ ସେ ସଫଳ ହୋଇଥିଲେ। ସୌଭାଗ୍ୟବଶତଃ ରୋବର୍ଟ ଏବଂ ତାଙ୍କ ଭିଡିଓ ଜର୍ଣ୍ଣାଲିଷ୍ଟ ଜନାଥନଙ୍କର କୌଣସି କ୍ଷତି ହୋଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos