ଆଜି ବଜେଟ; କାହାକୁ ମିଳିବ ରିହାତି, କାହା ଉପରେ ପଡ଼ିବ ଟିକସ ବୋଝ

ନୂଆଦିଲ୍ଲୀ: ଆଜି ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚତୁର୍ଥ ଥର ପାଇଁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ ବଜେଟ୍ । ଏହା ଉପରେ ରହିଛି ସମଗ୍ର ଦେଶବାସୀଙ୍କ ନଜର । ଏଥର ବଜେଟରେ କୋଭିଡ୍ ମହାମାରୀରେ ଅସ୍ତବ୍ୟସ୍ତ ଚାକିରିଆ ଓ ମଧ୍ୟବିତ୍ତବର୍ଗକୁ ଟିକସ ରିହାତି ମିଳିବା ନେଇ ଆଶା କରାଯାଉଛି । ସେହିପରି କ୍ରିପ୍ଟୋ କରେନ୍ସି ନେଇ ଟିକସ ବ୍ୟବସ୍ଥା କଣ ରହିବ ତା ଉପରେ ବି ନଜର ରହିଛି […]

budget

budget

Niharika Rout
  • Published: Tuesday, 01 February 2022
  • Updated: 01 February 2022, 08:10 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚତୁର୍ଥ ଥର ପାଇଁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ ବଜେଟ୍ । ଏହା ଉପରେ ରହିଛି ସମଗ୍ର ଦେଶବାସୀଙ୍କ ନଜର ।

ଏଥର ବଜେଟରେ କୋଭିଡ୍ ମହାମାରୀରେ ଅସ୍ତବ୍ୟସ୍ତ ଚାକିରିଆ ଓ ମଧ୍ୟବିତ୍ତବର୍ଗକୁ ଟିକସ ରିହାତି ମିଳିବା ନେଇ ଆଶା କରାଯାଉଛି । ସେହିପରି କ୍ରିପ୍ଟୋ କରେନ୍ସି ନେଇ ଟିକସ ବ୍ୟବସ୍ଥା କଣ ରହିବ ତା ଉପରେ ବି ନଜର ରହିଛି  ।

ପାରମ୍ପରିକ କୃଷି ଓ ଭିତ୍ତିଭୂମି ସାଙ୍ଗକୁ କରୋନା ମାଡ଼ରେ ବିପର୍ଯ୍ୟୟ ଶିକ୍ଷା ଓ ସେବା କ୍ଷେତ୍ର ଉପରେ ଅର୍ଥମନ୍ତ୍ରୀଙ୍କର ସ୍ୱତନ୍ତ୍ର ନଜର ରହିବ ବୋଲି ଆକଳନ କରାଯାଉଛି। ଏହାବାଦ ଭାରତକୁ ଇଣ୍ଡଷ୍ଟ୍ରିଆଲ ହବ୍‌ରେ ପରିଣତ କରିବାକୁ ସରକାରଙ୍କ ଲକ୍ଷ୍ୟ ଥିବାରୁ ଦକ୍ଷତା ବିକାଶ, ଷ୍ଟାଟ୍-ଅପ୍, ସେମି କଣ୍ଡକ୍ଟର ଓ ବୈଦୁତ୍ୟିକ ଯାନ ଲାଗି ବ୍ୟାଟେରୀ ନିର୍ମାଣ ଭଳି  ନୂଆ ଓ ରପ୍ତାନୀଭିତ୍ତିକ ଶିଳ୍ପ ଉପରେ ପ୍ରାଧାନ୍ୟ ଦିଆଯାଇପାରେ ବୋଲି କହିଛନ୍ତି ବିଶେଷଜ୍ଞ।

ଆଜିଠୁ ଆରମ୍ଭ ହେବାକୁ ଥିବେ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରି ୧୧ ଯାଏ ଚାଲିବ । ତା’ ପରେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ ।

କେତେ ଫାଇଦା ପାଇବ ଓଡ଼ିଶା

ବଜେଟ୍-୨୨ରୁ ଓଡ଼ିଶାକୁ କେତେ ଫାଇଦା ମିଳିବ, ଏନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ରହିଛି । ସାଧାରଣ ବଜେଟ୍ ପାଇଁ ଢେର୍ ପୂର୍ବରୁ ରାଜ୍ୟର ୱିସ୍ ଲିଷ୍ଟ ଦାଖଲ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିରେ ରାଜପଥ, ପାନୀୟ ଜଳ ଓ ଅଧିକ କର୍ମନିଯୁକ୍ତି ଯୋଗାଇ ଦେବାକୁ ଦାବି କରାଯାଇଥିଲା । ଏହାଛଡ଼ା ରେଳ ବଜେଟ୍‌ରେ ରାଜ୍ୟ ଲାଗି ୭ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ସହ ୯୦:୧୦ ହାରରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ ପାଇଁ ଦାବି ରଖିଛି ରାଜ୍ୟ । ତେବେ ଅର୍ଥନୀତି ବିଶାରଦଙ୍କ ମତ, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓ ଆଦିବାସୀବହୁଳ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଫୋକସ୍ ଆବଶ୍ୟକ ।

କୋଭିଡ୍ ଯୋଗୁ ରାଜ୍ୟରେ ପ୍ରଭାବିତ ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ରକୁ ମଧ୍ୟ ସ୍ୱତନ୍ତ୍ର ପ୍ୟାକେଜ୍ ଦରକାର । ସେହିଭଳି ରାଜ୍ୟରେ ନୂଆ ଟେକ୍ସଟାଇଲ ପାର୍କ, ଆଲୁମିନିୟମ ୱାଗନ୍ କାରଖାନା ସ୍ଥାପନ ନେଇ ବଜେଟ୍‌ରେ ବ୍ୟବସ୍ଥା ରହିପାରେ ବୋଲି ଆଶା ରଖିଛନ୍ତି ଶିଳ୍ପ ବିଶେଷଜ୍ଞ।

ଗତ ବଜେଟ୍‌ରେ ରାଜ୍ୟର ରେଲୱେକୁ ମିଳିଥିଲା ୬ ହଜାର ୯୯୫ କୋଟି ଟଙ୍କା । ଏଥର ଓଡ଼ିଶାର ସାଂସଦ ଅଶ୍ୱିନୀ ବୈଷ୍ଣବ ଅଛନ୍ତି ରେଳମନ୍ତ୍ରୀ  । ଏଣୁ ରାଜ୍ୟକୁ ରେଳ ବଜେଟ୍‌ରେ ଭଲ ଅନୁଦାନ ମିଳିବ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ । ମୁଖ୍ୟତଃ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ ସହ ବହୁ ଲୋକଙ୍କ ଆବେଗ ଜଡ଼ିତ ଥିବାରୁ ଏ ପ୍ରକଳ୍ପକୁ ବଜେଟ୍‌ରେ ନିଶ୍ଚିତ ଗୁରୁତ୍ୱ ଦିଆଯାଇଥିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story