ଆଜିଠୁ ବଜେଟର ଦ୍ୱିତୀୟ ଅଧିବେଶନ: ଜମି ଅଧିଗ୍ରହଣ ବିଲ୍ ନେଇ ସରକାରଙ୍କୁ ଘେରିବେ ବିରୋଧୀ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟାର୍ଦ୍ଧନ ଆରମ୍ଭ ହେଉଛି। ମାସେ ପରେ ପୁଣି ଆଜିଠାରୁ ଲୋକସଭାର ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ରାଜ୍ୟସଭାର ଦ୍ୱିତୀୟ ଅଧିବେଶନ। କଂଗ୍ରେସ ସମେତ ଅନ୍ୟ ସମସ୍ତ ବିରୋଧୀ ଦଳଗୁଡ଼ିକ ଜମି ଅଧିଗ୍ରହଣ ଅଧ୍ୟାଦେଶକୁ ନେଇ ସରକାରଙ୍କୁ ଘେରିବା ପୂରାପୂରି ନିଶ୍ଚିତ। ଅନ୍ୟପକ୍ଷରେ ଆଜି ଗୃହରେ ଏନ୍ଡିଏ ସରକାର ଜମି ଅଧିଗ୍ରହଣ ବିଲ୍କୁ ଉପସ୍ଥାପନ କରିବେ ବୋଲି ଗୃହର କାର୍ଯ୍ୟ ବିବରଣୀରୁ ଜଣାପଡ଼ିଛି। ବଜେଟ […]

Parliament india

Parliament india

Rakesh Mallick
  • Published: Monday, 20 April 2015
  • Updated: 21 April 2015, 06:23 AM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟାର୍ଦ୍ଧନ ଆରମ୍ଭ ହେଉଛି। ମାସେ ପରେ ପୁଣି ଆଜିଠାରୁ ଲୋକସଭାର ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ରାଜ୍ୟସଭାର ଦ୍ୱିତୀୟ ଅଧିବେଶନ। କଂଗ୍ରେସ ସମେତ ଅନ୍ୟ ସମସ୍ତ ବିରୋଧୀ ଦଳଗୁଡ଼ିକ ଜମି ଅଧିଗ୍ରହଣ ଅଧ୍ୟାଦେଶକୁ ନେଇ ସରକାରଙ୍କୁ ଘେରିବା ପୂରାପୂରି ନିଶ୍ଚିତ। ଅନ୍ୟପକ୍ଷରେ ଆଜି ଗୃହରେ ଏନ୍ଡିଏ ସରକାର ଜମି ଅଧିଗ୍ରହଣ ବିଲ୍କୁ ଉପସ୍ଥାପନ କରିବେ ବୋଲି ଗୃହର କାର୍ଯ୍ୟ ବିବରଣୀରୁ ଜଣାପଡ଼ିଛି।

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଏହି ବିଲ୍ ୯ଟି ସଂଶୋଧନ ସହିତ ଲୋକସଭାରେ ପାରିତ ହୋଇଯାଇଥିଲା। ତେବେ ରାଜ୍ୟସଭାରେ ଏହା ପାରିତ ହୋଇପାରିନଥିଲା। ତେଣୁ ସରକାର ଜମି ଅଧିଗ୍ରହଣ ନେଇ ପୁଣି ଥରେ ଅଧ୍ୟାଦେଶ ଜାରି କରିଥିଲେ।
ଏପ୍ରିଲ ୩ରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଏହାକୁ ମଞ୍ଜୁରୀ ଦେଇଥିଲେ। ତେଣୁ ଏହି ବିଲ୍ ଆଉ ଥରେ ଲୋକସଭାରେ ଆଗତ କରି ପାରିତ କରାଇବାକୁ ପଡ଼ିବ। ଆଜି ଯେଉଁ ଜମି ଅଧିଗ୍ରହଣ ବିଲ୍ଟି ସରକାର ଲୋକସଭାରେ ଆଗତ କରିବେ ସେଥିରେ ଗତଥର ଗୃହରେ ଗ୍ରହଣ କରାଯାଇଥିବା ୯ଟି ସଂଶୋଧନକୁ ବି ଅନ୍ତର୍ଭୁକ୍ତ କରାଯାଇଛି।

ଜମି ଅଧିଗ୍ରହଣ ବିଲ୍ ବ୍ୟତୀତ ସରକାର ଏହି ଅଧିବେଶନରେ ରଅଲ ଇଷ୍ଟେଟ୍ ବିଲ୍, ଜିଏସଟି ବିଲ୍ ଓ କଳାଧନ ବିରୋଧୀ ବିଲ୍ ଆଣିପାରନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଆଶା ବ୍ୟକ୍ତି କରିଛନ୍ତି ଯେ ଆଜିଠାରୁ ଆରମ୍ଭ ହେଉଥିବା ଲୋକସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସଫଳ ରହିବ।

ମେ’ ୮ ପର୍ଯ୍ୟନ୍ତ ଲୋକସଭାର ଦ୍ୱିତୀୟ ଅଧିବେଶନ ଚାଲିବ। ସେହିପରି ରାଜ୍ୟସଭା ମେ’୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଉଭୟ ଗୃହର ୧୩ଟି କାର୍ଯ୍ୟ ଦିବସ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story