ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କରେ ୯୨୫୭ କୋଟି ଟଙ୍କାର ନିବେଶକୁ ଆଜି କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଏହି କ୍ରମରେ ସରକାରଙ୍କ ପକ୍ଷରୁ ୪,୫୫୭ କୋଟି ଟଙ୍କାର ନିବେଶ କରାଯିବାକୁ ଥିବାବେଳେ ଏହି ବ୍ୟାଙ୍କରେ ୫୧ ଅଂଶଧନ ରଖିଥିବା ଏଲଆଇସି ୪,୭୦୦ କୋଟି ଟଙ୍କା ନିବେଶ କରିବ।
ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏ ପ୍ରସଙ୍ଗରେ କହିଛନ୍ତି, ଉଭୟ ଏଲଆଇସି ଏବଂ କେନ୍ଦ୍ର ସରକାର ଏଥିରେ ପୁଞ୍ଜି ନିବେଶ କରିବେ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ବ୍ୟାଙ୍କର ଅନାଦାୟ ଋଣର ମାତ୍ରା ହ୍ରାସ ପାଇଥିବାବେଳେ ପ୍ରୋଭିଜନ୍ କଭରେଜ୍ ରେସିଓ ମଧ୍ୟ ବୃଦ୍ଧି ପାଇଛି। ସରକାର ଏହି ବ୍ୟାଙ୍କରେ ୧୬.୬% ଅଂଶଧନ ରଖିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତି ଥିଲେ।
ସରକାର ଏକ ବିବୃତିରେ କହିଛନ୍ତି, ଏହା ଆଇଡିବିଆଇ ବ୍ୟାଙ୍କର ସ୍ଥିତି ସୁଧାରିବାରେ ଯଥେଷ୍ଟ ସହାୟକ ହେବ। ଏହାଫଳରେ ବ୍ୟାଙ୍କ ଲାଭଜନକ ସ୍ଥିତିକୁ ଆସିପାରିବ ଏବଂ ସରକାରଙ୍କ ନିବେଶ ଫେରିପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।