‘ଶିବସେନା ବିଜେପିକୁ ଛାଡ଼ପତ୍ର ଦେଇପାରିବନି’

ମୁମ୍ୱାଇ: ଅକ୍ଚୋବର ୨୧ରେ ଭୋଟ୍ ହୋଇ ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ବାହାରିଛି। ବିଜେପି-ଶିବସେନା ମେଣ୍ଟ ସରକାରକୁ ମରାଠୀବାସୀ ଭୋଟ୍ ଦେଇଥିଲେ ମଧ୍ୟ ସରକାରରେ ନେତୃତ୍ୱକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ତେଜିଛି। ଏହାରି ଭିତରେ ଶିବସେନା ଏନସିପି-କଂଗ୍ରେସ ମେଣ୍ଟ ଆଡ଼କୁ ଢ଼ଳିପାରେ ବୋଲି ଇଙ୍ଗିତ ଦେଇସାରିଛି। ହେଲେ ବିଜେପିକୁ କ୍ଷମତାରୁ ଦୂରେଇ ଦେବାକୁ ଯାଇ ଶିବସେନା ଏଭଳି ପଦକ୍ଷେପ ନେବା କେତେ ସମ୍ଭବ ତାହା ଏବେ ପ୍ରଶ୍ନବାଚୀ? ବିଜେପିର ଜଣେ ରାଷ୍ଟ୍ରୀୟ ମହାସଚିବ ଖବର […]

bjp sivasena

bjp sivasena

Subhransu Sekhar
  • Published: Wednesday, 30 October 2019
  • Updated: 30 October 2019, 01:02 PM IST

Sports

Latest News

ମୁମ୍ୱାଇ: ଅକ୍ଚୋବର ୨୧ରେ ଭୋଟ୍ ହୋଇ ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ବାହାରିଛି। ବିଜେପି-ଶିବସେନା ମେଣ୍ଟ ସରକାରକୁ ମରାଠୀବାସୀ ଭୋଟ୍ ଦେଇଥିଲେ ମଧ୍ୟ ସରକାରରେ ନେତୃତ୍ୱକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ତେଜିଛି। ଏହାରି ଭିତରେ ଶିବସେନା ଏନସିପି-କଂଗ୍ରେସ ମେଣ୍ଟ ଆଡ଼କୁ ଢ଼ଳିପାରେ ବୋଲି ଇଙ୍ଗିତ ଦେଇସାରିଛି। ହେଲେ ବିଜେପିକୁ କ୍ଷମତାରୁ ଦୂରେଇ ଦେବାକୁ ଯାଇ ଶିବସେନା ଏଭଳି ପଦକ୍ଷେପ ନେବା କେତେ ସମ୍ଭବ ତାହା ଏବେ ପ୍ରଶ୍ନବାଚୀ?

ବିଜେପିର ଜଣେ ରାଷ୍ଟ୍ରୀୟ ମହାସଚିବ ଖବର ସରବାରହ ସଂସ୍ଥା ଆଇଏଏନଏସକୁ କହିଛନ୍ତି, ରାଜନୀତିରେ ଦାବି କରିବା କୌଣସି ଖରାପ କଥା ନୁହେଁ। ଶିବସେନାକୁ ସୁଯୋଗ ମିଳିଛି ତେଣୁ ସେ ଦାବି କରୁଛି। ହେଲେ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆମର (ବିଜେପି) କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି ପୂରଣ ନହେଲେ, ନୂଆ ସମ୍ଭାବିତ ମେଣ୍ଟକୁ ନେଇ ଶିବସେନା ଯେଉଁ ଇସାରା ଦେଇଛି ତାହା ବିଜେପି ପାଇଁ ନୂଆ କଥା ନୁହେଁ। କାରଣ ୨୦୧୪ ନିର୍ବାଚନ ବେଳେ ବିନା ମେଣ୍ଟରେ ଦୁଇ ଦଳ ନିର୍ବାଚନ ଲଢ଼ିଥିଲେ। ହେଲେ ସରକାର ଗଢିବା ପାଇଁ ଉଭୟ ଦଳ ସାଙ୍ଗରେ ଆସିଥିଲେ। ଏହାପରେ ଉଭୟ ଦଳ ମେଣ୍ଚ କରି  ସମୂର୍ଣ୍ଣ ସରକାର ଦେଇଛନ୍ତି। ସେତେବେଳେ ଶିବସେନା ସରକାରରେ ଥାଇ ମଧ୍ୟ ଅନେକ ଗାଳିଗୁଲଜ କରିଛି ବିଜେପିକୁ। ହେଲେ ବିଜେପି କେବେ କିଛି କହିନାହିଁ। ଏଥର କିନ୍ତୁ ମିଶିକି ନିର୍ବାଚନ ଲଢ଼ିଛେ। ଏଠି ବାହାଘର ପରେ ଛାଡ଼ପତ୍ର ଦେବାର ଆଶଙ୍କା ନାହିଁ ବୋଲି ସେ କହିଛନ୍ତି।

ଶିବସେନା ମୁଖ୍ୟମନ୍ତ୍ରୀ ପଦବୀ ମାଗିବ ପଛର କାରଣ?

ବିଜେପି ଶିବସେନା ମୁଖ୍ୟଙ୍କୁ ସୂଚନା ଦେଇ ସାରିଛି ଯେ, ମୁଖ୍ୟମନ୍ତ୍ରୀ ପଦବୀ ଶିବସେନାକୁ ମିଳିବ ନାହିଁ। କେବଳ ଉପ ମୁଖ୍ୟମନ୍ତ୍ରୀ ପଦବୀରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଅନ୍ୟପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କୁଆଡେ ହୃଦବୋଧ କରିସାରିଛନ୍ତି ଯେ, ତାଙ୍କ ଦଳକୁ ମୁଖ୍ୟମନ୍ତ୍ରୀ ଆସନ ମିଳିବ ନାହିଁ। ହେଲେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଚାପ ପକାଇ ଗୃହ ଓ ଅର୍ଥ ଭଳି ବଡ଼ ବଡ଼ ବିଭାଗ ଶିବସେନା ହାତେଇବାକୁ ଲକ୍ଷ୍ୟ ରଖିଛି ବୋଲି ସୂଚନା ରହିଛି।

କଂଗ୍ରେସ-ଏନସିପି ସହ ଶିବସେନାର ମେଣ୍ଟ କେତେ ସମ୍ଭବ?

ଶିବସେନା ଯଦି ବିଜେପିକୁ ଛାଡ଼ି କଂଗ୍ରେସ-ଏନିସିପି ସହ ମେଣ୍ଟ କରିବ, ତା'ହେଲେ ହୁଏତ ସରକାର ଗଢ଼ିବ। କିନ୍ତୁ ଏହା ବେଶି ଦିନ ନୁହେଁ ବୋଲି ଶିବସେନା ମୁଖ୍ୟ ହୃଦବୋଧ କରିସାରିଲାଣି। କାରଣ ଯେଉଁ ହିନ୍ଦୁତ୍ୱ ଆଭିମୁଖ୍ୟକୁ ନେଇ ଶିବସେନା ରାଜନୀତି କରୁଛି, କଂଗ୍ରେସ-ଏନସିପି ମେଣ୍ଟ ସେହି ଚିନ୍ତାଧାରାର ବିରୋଧୀ। ତେଣୁ ବିଜେପି ସହିତ ମେଣ୍ଚ କରିବା ଶିବସେନା ପାଇଁ ସୁରକ୍ଷିତ ବୋଲି ଉଦ୍ଧବ ଠାକରେ ଚିନ୍ତା କରୁଥିବା ସୂଚନା ରହିଛି।

ବିଜେପି-ଏନିସିପି ସହିତ ମେଣ୍ଚ କେତେ ସମ୍ଭବ?

ବିଜେପି ଏନସିପି ସହିତ ମେଣ୍ଟ କରି ମଧ୍ୟ ସରକାର ଗଢ଼ି ପାରିବ। ହେଲେ ନିର୍ବାଚନ ବେଳେ ଇଡି ଶରଦ ପାଓ୍ୱାରଙ୍କ ବିରୋଧରେ ଯେଉଁଭଳି ମାମଲା ରୁଜୁ କରିଛି ଏହାକୁ ନେଇ କେନ୍ଦ୍ରକୁ ଦାୟୀ କରିଥିଲା ଏନସିପି। ତେଣୁ ଏବେ ମେଣ୍ଟ ସମ୍ଭବ ନୁହେଁ। ଯଦି ଏନସିପି ତା'ଆଡୁ ବି ସମର୍ଥନ କରିବ ତାହେଲେ ଜଣାପଡ଼ିବ ଇଡିର ମାମଲା ଦେଖି ଶରଦ ପାଓ୍ୱାର ବିଜେପି ସହ ଡିଲ୍ କରୁଛନ୍ତି। ଏଭଳି ସ୍ଥିତିରେ ଏନସିପି-ବିଜେପି ସହିତ ମେଣ୍ଟ କରିବା ସମ୍ଭବ ନୁହେଁ। ତେଣୁ ଶିବସେନାକୁ ବିଜେପି ସହ ମିଶି ସରକାର ଗଢିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

ଆଜି ବିଜେପି ବିଧାୟକ ଦଳର ବୈଠକ ବସିବ। ଏହି ବୈଠକରେ ଦେବେନ୍ଦ୍ର ଫଡ଼ନାଭିସ ବିଜେପି ବିଧାୟକ ଦଳର ନେତା ଭାବେ ଘୋଷିତ ହେବେ। ଏହି ସମୟରେ ବିଜେପି ପ୍ରଭାରୀ ଭୂପେନ୍ଦ୍ର ଯାଦବ ଶିବସେନା ସହିତ ଆଲୋଚନ କରି ବିବାଦର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ଏହାପରେ ଉଦ୍ଧବ ଠାକରେଙ୍କ ସହ ବିଜେପି ଅଧ୍ୟକ୍ଷ ଅମିତ ଶାହ କଥା ହେବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story