ନୂଆଦିଲ୍ଲୀ: ୫୦ ବର୍ଷ ପରେ ପୁଣି ଥରେ ସ୍ପେନ୍ର ଲା-ପଲମ୍ ଦ୍ୱୀପରେ ଲାଭା ଉଦଗିରଣ ହୋଇଛି। ସ୍ପେନ୍ର ସବୁଠୁ ବିପଦଜନକ ଲା-ପଲମ୍ ଆଗ୍ନେୟଗିରି ପୁଣି ଥରେ ସକ୍ରିୟ ହୋଇ ଉଠୁଛି । ବାରମ୍ବାର ଜ୍ୱଳାମୁଖୀ ଫାଟିବା ସହ ଏଥିରୁ ବିପୁଳ ପରିମାଣର ନିଆଁ ଓ ଧୂଆଁ ବାହାରୁଛି । ଜ୍ୱାଳାମୁଖୀରୁ ବାହାରୁଥିବା ଲାଭା ପ୍ରାୟ ୧୦୭୫ ଡିଗ୍ରୀ ସେଲସିୟସ୍ । ବିସ୍ଫୋରଣର ପ୍ରଭାବ ଏତେ ଅଧିକା ଯେ, ପାଖାପାଖି ପ୍ରାୟ ୪ କିଲୋମିଟର ଯାଏ ଧୂଆଁର ଆସ୍ତରଣ ହୋଇଛି। ପାଖାପାଖି ୧୦୦ ଘର ଜଳି ଯାଇଛି। ତେବେ କୌଣସି ମୃତାହତ ନେଇ ସୂଚନା ମିଳି ନାହିଁ। ପ୍ରାୟ ୫୦୦ ପର୍ଯ୍ୟଟଙ୍କୁ ସ୍ଥାନାନ୍ତର କରାଯାଇଛି।
ଯାହା ଏବେ ଅନ୍ଧକାରର ଭ୍ରମ ମଧ୍ୟ ସୃଷ୍ଟି କରୁଛି। ଲା-ପଲମ୍, କେନେରୀ ସମେତ ସ୍ପେନ୍ର ବିଭିନ୍ନ ସମୁଦ୍ରକୂଳ ଅଞ୍ଚଳ ଓ ସମ୍ବେଦନଶୀଳ ଅଞ୍ଚଳରୁ ପ୍ରାୟ ୮୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ତାସହ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ସ୍ପେନ୍ର ଏହି ଅଗ୍ନିୟଗିରିରେ ହଠାତ୍ ପରିବର୍ତ୍ତନ ଯୋଗୁଁ ଆମେରିକା ଓ କାନାଡ଼ାରେ ସୁନାମି ଆଲର୍ଟ ଜାରି କରାଯାଇଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ୩ ଦଶମିକ ୨ ତ୍ରୀବତାରେ ଭୂକମ୍ପ ଅନୂଭବ ହୋଇଛି । ଲାଭା ଉଦଗିରଣ ପୂର୍ବରୁ ଓ ପରେ ଭୂମିକମ୍ପ ହେଉଛି। ତେଣୁ ଏହା ସମସ୍ୟାକୁ ଅଧିକ ଜଟିଳ କରିଛି । ପ୍ରାୟ ୫୦ ବର୍ଷ ପୂର୍ବରୁ ଲାଭା ଉଦଗିରଣ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।