ପରିବାର ନିୟୋଜନ ପାଇଁ ବାଧ୍ୟ କରିହେବନି, ଏହା ଦମ୍ପତିଙ୍କ ନିଷ୍ପତ୍ତି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପରିବାର କଲ୍ୟାଣ କାର୍ଯ୍ୟକ୍ରମ ସ୍ୱେଚ୍ଛାକୃତ। ଏହା ଦମ୍ପତିଙ୍କ ନିଜସ୍ୱ ନିଷ୍ପତ୍ତି। ପରିବାରର ଆକାର ସେମାନେ ସ୍ଥିର କରିବେ। ପରିବାରର ଇଚ୍ଛା ଅନୁଯାୟୀ ସେମାନେ ରୂପରେଖ ତିଆରି କରିବେ। ଏଥିରେ କୌଣସି ବାଧ୍ୟତାମୂଳକତା ନାହିଁ। ପରିବାର ନିୟୋଜନ ନାଁରେ କାହାରିକୁ ବାଧ୍ୟ କରି ହେବନି। ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ପିଲା ଜନ୍ମ ପାଇଁ ବାଧ୍ୟ କରିବା ଠିକ୍ ନୁହେଁ। ଏମିତି ହେଲେ ଜନସଂଖ୍ୟା ବ୍ୟାଘାତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ସତ୍ୟପାଠ ଦାଖଲ କରି ସୁପ୍ରିମକୋର୍ଟରେ […]

SupremeCourt

SupremeCourt

Subhransu Sekhar
  • Published: Saturday, 12 December 2020
  • Updated: 12 December 2020, 04:57 PM IST

Sports

Latest News

ନୂଆଦିଲ୍ଲୀ: ପରିବାର କଲ୍ୟାଣ କାର୍ଯ୍ୟକ୍ରମ ସ୍ୱେଚ୍ଛାକୃତ। ଏହା ଦମ୍ପତିଙ୍କ ନିଜସ୍ୱ ନିଷ୍ପତ୍ତି। ପରିବାରର ଆକାର ସେମାନେ ସ୍ଥିର କରିବେ। ପରିବାରର ଇଚ୍ଛା ଅନୁଯାୟୀ ସେମାନେ ରୂପରେଖ ତିଆରି କରିବେ। ଏଥିରେ କୌଣସି ବାଧ୍ୟତାମୂଳକତା ନାହିଁ। ପରିବାର ନିୟୋଜନ ନାଁରେ କାହାରିକୁ ବାଧ୍ୟ କରି ହେବନି। ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ପିଲା ଜନ୍ମ ପାଇଁ ବାଧ୍ୟ କରିବା ଠିକ୍ ନୁହେଁ। ଏମିତି ହେଲେ ଜନସଂଖ୍ୟା ବ୍ୟାଘାତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ସତ୍ୟପାଠ ଦାଖଲ କରି ସୁପ୍ରିମକୋର୍ଟରେ ଏହା କହିଛନ୍ତି।

ବିଜେପି ନେତା ତଥା ଆଇନଜୀବୀ ଅଶ୍ୱୀନ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଆଇଏଲର ପ୍ରତିକ୍ରିୟାରେ ସରକାର ଏହା କହିଛନ୍ତି। ବଢ଼ୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ଶିଶୁ ନିୟମ ସମେତ କିଛି ପଦକ୍ଷେପ ନେବା ଦରକାର। କାରଣ ଚାଇନା ତୁଳନାରେ ଭାରତର ଜନସଂଖ୍ୟା ଅଧିକ ହୋଇଗଲାଣି। ପାଖାପାଖି ୨୦ ପ୍ରତିଶତ ଲୋକଙ୍କର ଆଧାର ନାହିଁ। ଏ ନେଇ ପ୍ରଥମେ ଅଶ୍ୱୀନ ଦିଲ୍ଲୀ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ କରିଥିଲେ। ହେଲେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।

ହାଇକୋର୍ଟ ଖାରଜ କରିବା ବେଳେ କହିଥିଲେ ଯେ ନିୟମ ତିଆରି କରିବାର ଅଧିକାର ସଂସଦ ଏବଂ ବିଧାନସଭାର ରହିଛି। ଅଦାଲତ ପାଖରେ ନାହିଁ। ଏହାପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅଶ୍ୱୀନ ଉପାଧ୍ୟାୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ମନ୍ତ୍ରାଳୟ କହିଛି ଯେ 'ଜନ ସ୍ୱାସ୍ଥ୍ୟ' ରାଜ୍ୟ ସରକାରଙ୍କ ଅଧିନରେ ରହିଛି। ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଏ କ୍ଷେତ୍ରରେ ରାଜ୍ୟ ଉନ୍ନତି ଆଣିବା ଦରକାର।

ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରର ସଂସ୍କାର ପ୍ରଭାବଶାଳୀ ହୋଇପାରିବ। ଏଥିପାଇଁ ଆବଶ୍ୟକ ଯୋଜନା ଏବଂ ନିର୍ଦ୍ଦେଶାବଳୀକୁ ସଠିକ ଭାବରେ ପରିଚାଳନା କରିବା ଦରକାର ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos