ନୂଆଦିଲ୍ଲୀ: ପ୍ରସିଦ୍ଧ ଭାରତ ନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ପୂର୍ବତନ ସଙ୍ଗୀତ ନାଟକ ଏକାଡେମୀ ଅଧ୍ୟକ୍ଷ ଲୀଲା ସାମସନ୍ଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି। ଚେନ୍ନାଇଠାରେ କଳାକ୍ଷେତ୍ର ଫାଉଣ୍ଡେସନ୍ର କୂଥାମ୍ବଲମ୍ ଅଡିଟୋରିଅମ୍ ପୁନରୁଦ୍ଧାରରେ ଦୁର୍ନୀତି ହୋଇଥିବା ନେଇ ଏହି ମାମଲା ରୁଜୁ କରାଯାଇଛି। ଏହି ବାବଦକୁ କରାଯାଇଥିବା ଖର୍ଚ୍ଚରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବାପରେ ଏହି ମାମଲା ହୋଇଛି।
ସାମସନ୍ ଜଣେ ପଦ୍ମଶ୍ରୀ ସମ୍ମାନୀତ ପ୍ରତିଭା ଏବଂ ଜାତୀୟ ଫିଲ୍ମ ସାର୍ଟିଫିକେସନ୍ ବୋର୍ଡର ପୂର୍ବତନ ଅଧ୍ୟକ୍ଷ। ତାଙ୍କ ସହ ଏହି ମାମଲାରେ ଚିଫ୍ ଆକାଉଣ୍ଟସ୍ ଅଫିସର ଟିଏସ୍ ମୂର୍ତ୍ତି, ଆକାଉଣ୍ଟସ୍ ଅଫିସର ଏସ୍ ରାମଚନ୍ଦ୍ରନ୍, ଇଞ୍ଜିନିୟରିଂ ଅଫିସର ଭି ଶ୍ରୀନିବାସନ୍ ଏବଂ କାର୍ଡ ଆଣ୍ଡ ଚେନ୍ନାଇ ଇଞ୍ଜିନିୟର୍ସର ମୁଖ୍ୟ ଆଦିଙ୍କ ନାମରେ ମାମଲା ରୁଜୁ କରାଯାଇଛି।
ସଂସ୍କୃତି ମନ୍ତ୍ରଣାଳୟର ମୁଖ୍ୟ ଭିଜଲଶନ୍ସ ଅଧିକାରୀ ଅଭିଯୋଗ ଆଣିଛନ୍ତି, ଜେନେରାଲ ଫାଇନାନ୍ସ ରୁଲ୍ସ ଅନୁସରଣ ନକରି କନସଲଟାଣ୍ଟ ଆର୍କିଟେକ୍ଟ କାର୍ଡକୁ କାମ ଦିଆଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କଲେ ମନମୋହନଙ୍କ ଶେଷ ଦର୍ଶନ, କାଲି ହେବ ଅନ୍ତିମ ସତ୍କାର
ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିଥିଲା। ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀର ଶକ୍ତି ସ୍ଥଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
National
ଟ୍ରେନ୍ ତଳେ ଲୁଚି ୨୫୦ କିମି ଅତିକ୍ରମ କଲେ ଯୁବକ, କାରଣ କହିଲେ...
ଟ୍ରେନ୍ ଟିକେଟ କାଟିବାକୁ ପାଖରେ ଟଙ୍କା ନ ଥିଲା। ମାତ୍ର ଯାହା ବି ହେଲେ ରାସ୍ତା ଅତିକ୍ରମ କରିବାର ଥିଲା। ତେଣୁ ଯୁବକ ରଚିଲେ ଭୟଙ୍କର ଉପାୟ।ଟ୍ରେନ୍ ବଗି ତଳେ ଓ ଚକା ମଝିରେ ରହି ସେ ଅତିକ୍ରମ କଲେ ୨୫୦ କିମି ବାଟ।
National
ପୂର୍ବ ପ୍ରଧାନମନ୍ତ୍ରୀଙ୍କର ନ ଥିଲା କାର୍, ଶେଆର ବି କିଣି ନ ଥିଲେ, ଜାଣନ୍ତୁ ମୋଟ ସମ୍ପତ୍ତି କେତେ ?
ମନମୋହନଙ୍କ ନାମରେ କୌଣସି ଗାଡ଼ି ନ ଥିବା ବେଳେ ଅଳଙ୍କାର ବି କିଛି ନ ଥିଲା। ଏଥିସହ ନିଜ ନାମରେ କିଛି ଜମିବାଡ଼ି ବି ମନମୋହନ କିଣି ନ ଥିବା ଜଣାଯାଇଛି ।
National
ବିଦ୍ୱାନ ନେତା ମନମୋହନ, ପାଲଟିଥିଲେ ଅର୍ଥନୈତିକ ସଂସ୍କାରକ
୧୯୯୧ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଦେଶର ଅର୍ଥ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ସମୟରେ ଦେଶ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମନନମୋହନ ସିଂହ ସାଜିଥିଲେ ସଙ୍କଟମୋଚକ ।
National
‘ମୁଁ କେବଳ ଆକ୍ସିଡେଣ୍ଟାଲ ପିଏମ୍ ନୁହେଁ, ଆକ୍ସିଡେଣ୍ଟାଲ ଅର୍ଥ ମନ୍ତ୍ରୀ ମଧ୍ୟ’
ନରସିଂହା ରାଓଙ୍କ ସରକାର ସମୟରେ ଦିନେ ମୁଁ ନିଜ ଅଫିସରେ UGC ମିଟିଙ୍ଗରେ ବସିଥିଲି। ଉକ୍ତ ସମୟରେ ନରସିଂହା ରାଓ ଫୋନ୍ କରି କେଉଁଠି ଅଛ ବୋଲି ପଚାରିଥିଲେ।