ନୂଆଦିଲ୍ଲୀ: ଆଗାମୀ ଦିନରେ ଚୀନରେ ଦେଖା ଦେଇପାରେ ଖାଦ୍ୟ ଅଭାବ। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରେ ଏଭଳି ସୂଚନା ମିଳିଛି। ଜନସଂଖ୍ୟା ତୁଳନାରେ ଚାଷ ଜମି କମିବା ଏଭଳି ସ୍ଥିତି ପାଇଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ଯାହାକି ଭାରତ ପାଇଁ ଏବେ ଚିନ୍ତା କରିବାର ସମୟ।
ବିଶ୍ୱର ସବୁଠାରୁ ଅଧିକ ଲୋକ ଚୀନରେ ରୁହନ୍ତି। ବିଶ୍ୱର ମୋଟ୍ ଜନସଂଖ୍ୟାର ୨୨% ଲୋକ ଚୀନରେ ରୁହନ୍ତି। ସେହପରି ବିଶ୍ୱର ମୋଟ୍ ଚାଷ ଜମିରୁ ୭ ପ୍ରତିଶତ ଚାଷ ଜମି ଚୀନରେ ରହିଛି। ଯାହାକି ୩୩. ୪ କୋଟି ଏକର।
୧୯୪୯ ପରଠାରୁ ଚୀନରେ ୨୦ ପ୍ରତିଶତ ଚାଷ ଜମି ସହରୀକରଣ ଏବଂ ଶିଳ୍ପାୟନରେ ବ୍ୟବହାର ହୋଇଛି। ଏବେ ଚୀନରେ କିନ୍ତୁ କେବଳ ୧୦ ରୁ ୧୫ ପ୍ରତିଶତ ଜମି ଚାଷ ପାଇଁ ରହିଛି। ମୋଟ୍ ଜମିିରୁ ପ୍ରାୟ ୫,୪୫,୯୬୦ ବର୍ଗ କିଲୋମିଟର ଜଳସେଚିତ ଜମି ଅଛି। ଯାହାକି ମୋଟ୍ ୪୦ ପ୍ରତିଶତ। ତେବେ ଜମିରେ ଅମଳ ପାଇଁ ବହୁ ପରିମାଣରେ ରସାୟନିକ ସାମଗ୍ରୀ ବ୍ୟବହାର କରାଯାଏ ବୋଲି ଜଣାପଡ଼ିଛି।
ଚୀନରେ କୃଷିଜାତ ଦ୍ରବ୍ୟର ଯୋଗାଣ ଏବଂ ଚାହିଦା ମଧ୍ୟରେ ବଡ଼ ବ୍ୟବଧାନ ରହିଛି। ବାରମ୍ବାର ବନ୍ୟା, ମରୁଡ଼ି, ଚାଷଜମିର ଉର୍ବର କମିବା, ପାଣିର ଅଭାବ, ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇବାରୁ ଚୀନ୍ ଏବେ ୧.୪ ବିଲିୟନ ଜନସଂଖ୍ୟାକୁ ଖାଇବାକୁ ଦେବା ପାଇଁ ସଂଘର୍ଷ କରୁଛି। ଆଗାମୀ ଦିନରେ ୧.୫ ବିଲିୟନ ଲୋକରେ ଏହି ସଂଖ୍ୟା ପହଞ୍ଚିବ ବୋଲି ଆକଳନ କରାଯାଉଛି।
ଏହାରି ଭିତରେ ଚୀନ୍ର ଜରୁରୀକାଳୀନ ପରିଚାଳନା ମନ୍ତ୍ରାଳୟ ଏକ ରିପୋର୍ଟ ଜାରି କରିଛି। ଯାହାକି ଉଦବେଗଜନକ। ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଚୀନର ଅନେକ ଫସଲ ଗୁରୁତର ଭାବେ ପ୍ରଭାବିତ କରିଛି। ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ ଚୀନର ଲୋକମାନେ ୧୭ ରୁ ୧୮ ନିୟୁତ ଟନ୍ ଖାଦ୍ୟ ନଷ୍ଟ କରିଛନ୍ତି, ଯାହା ପ୍ରତିବର୍ଷ ୩ ରୁ ୫ କୋଟି ଲୋକଙ୍କୁ ଖାଇବାକୁ ଦେଇପାରେ।
ସୂଚନାଯୋଗ୍ୟ, ଭାରତରେ ୫୦ ପ୍ରତିଶତ, ଆମେରିକାରେ ୨୦ ପ୍ରତିଶତ, ଫ୍ରାନ୍ସରେ ୩୨ ପ୍ରତିଶତ ଏବଂ ସାଉଦି ଆରବରେ ଏକ ପ୍ରତିଶତ ଚାଷଜମି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।