ବ୍ରହ୍ମପୁତ୍ର ନଦୀରେ ବେଜିଂ ତିଆରି କରୁଛି ବିଶାଳକାୟ ଡ୍ୟାମ୍

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ସହିତ ଚାଇନା ତିକ୍ତତା ଜାରି ରହିଛି। ଏହାରି ଭିତରେ ଭାରତକୁ ଚେକ୍ ଦେବା ପାଇଁ ଡ୍ରାଗନ ଏବେ ବିଶାଳକାୟ ଡ୍ୟାମ୍ ତିଆରି କରିବ ବୋଲି ଜଣାପଡ଼ିଛି। ଏଲଏସି ପାଖରେ ଥିବା ୟାରଲୁଙ୍ଗ ଜଙ୍ଗବୋ ନଦୀର ତଳିଆ ଅଞ୍ଚଳରେ  ସୁପର ଡ୍ୟାମ୍ ତିଆରି କରିବ। ଯଦି ଚାଇନା ଏହି ଡ୍ୟାମ୍ ତିଆର କରିବ ତାହେଲେ ଭାରତର ଉତ୍ତର ପୂର୍ବ ଏବଂ ବାଂଲାଦେଶରେ ପାଣି ପାଇଁ ଅବସ୍ଥା ଶୋଚନୀୟ ହେବାର ସମ୍ଭାବନା ରହିଛି। ଚାଇନାର […]

CHINA-DAM

CHINA-DAM

Subhransu Sekhar
  • Published: Monday, 30 November 2020
  • Updated: 30 November 2020, 03:12 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ସହିତ ଚାଇନା ତିକ୍ତତା ଜାରି ରହିଛି। ଏହାରି ଭିତରେ ଭାରତକୁ ଚେକ୍ ଦେବା ପାଇଁ ଡ୍ରାଗନ ଏବେ ବିଶାଳକାୟ ଡ୍ୟାମ୍ ତିଆରି କରିବ ବୋଲି ଜଣାପଡ଼ିଛି। ଏଲଏସି ପାଖରେ ଥିବା ୟାରଲୁଙ୍ଗ ଜଙ୍ଗବୋ ନଦୀର ତଳିଆ ଅଞ୍ଚଳରେ  ସୁପର ଡ୍ୟାମ୍ ତିଆରି କରିବ। ଯଦି ଚାଇନା ଏହି ଡ୍ୟାମ୍ ତିଆର କରିବ ତାହେଲେ ଭାରତର ଉତ୍ତର ପୂର୍ବ ଏବଂ ବାଂଲାଦେଶରେ ପାଣି ପାଇଁ ଅବସ୍ଥା ଶୋଚନୀୟ ହେବାର ସମ୍ଭାବନା ରହିଛି।

ଚାଇନାର ସରକାରୀ ଗଣମାଧ୍ୟ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ଡ୍ୟାମ ଅରୁଣାଚଳ ପ୍ରଦେଶ ନିକଟସ୍ଥ ତାଡର ମିଆଡଗ କାଉଣ୍ଟିରେ ପଡିପାରେ। ଚାଇନା ୟାରଲୁଙ୍ଗ ଜାଙ୍ଗବୋ ନଦୀରେ ଅନେକ ଛୋଟ ବନ୍ଧ ନିର୍ମାଣ କରିସାରିଛି। ନୂଆ ଡ୍ୟାମ ବିଦ୍ୟୁତ୍ ଉତ୍ପାଦନ କଲେ ଏହାର କ୍ଷମତା ଚାଇନାର ଥ୍ରୀ ଗର୍ଜ୍ ଡ୍ୟାମଠାରୁ ତିନି ଗୁଣ ଅଧିକ ହୋଇପାରେ। ଯାହାକି ବିଶ୍ୱରେ ସବୁଠାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବହନ କରିପାରିବ।

ଚାଇନା ଏହି ଡ୍ୟାମ୍ ନିର୍ମାଣ କାମ ଅକ୍ଟୋବର ୧୬ରୁ ଆରମ୍ଭ କରିଛି। ଚାଇନାର ପାଓ୍ୱାର କନଷ୍ଟ୍ରକସନ ଉତ୍ପାଦନର ଚେୟାରମ୍ୟାନ୍ ୟାନ୍ ଝିୟୋଙ୍ଗ ଏହି ସୂଚନା ଦେଇଛନ୍ତି। ଏହି ଯୋଜନା ୨୦୨୫ ବର୍ଷ ପର୍ଯ୍ୟନ୍ତ ଚାଲିବ। ଚାଇନା ଏହି ପ୍ରୋଜେକ୍ଟରେ ସଫଳ ହେଲେ ଜଳ ବିଦ୍ୟୁତ୍ ଉତ୍ପାଦନରେ ଐତିହାସିକ ରେକର୍ଡ କରିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଶେଷଜ୍ଞମାନେ କହିଛନ୍ତି, ଅନ୍ତର୍ଜାତୀୟ ନଦୀ ବନ୍ଧ ଦୃଷ୍ଟିରୁ ଭାରତ ଉପରେ ଚାଇନାର ସୀମା ରହିଛି। ଚାଇନା ତିବ୍ଦତର ପାଣିକୁ ନିଜର ବୋଲି ଦାବି କରୁଛି। ଏହା ଦକ୍ଷିଣ ଏସିଆକୁ ପ୍ରବାହିତ ହେଉଥିବା ସାତୋଟି ନଦୀର ଜଳକୁ ନିୟନ୍ତ୍ରଣ କରୁଛି। ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର, ଇରାୱଡି, ସଲିୱିନ୍, ୟାଙ୍ଗଟଜି ଏବଂ ମେକୋଙ୍ଗର ପାଣିକୁ ନିୟନ୍ତ୍ରଣ କରୁଛି। ଏହି ନଦୀଗୁଡ଼ିକ ପାକିସ୍ତାନ, ଭାରତ, ବାଂଲାଦେଶ, ଭିଏତନାମକୁ ପ୍ରବାହିତ ହେଉଛି। ସେଥିମଧ୍ୟରୁ ୪୮% ଜଳ ଭାରତ ଦେଇ ଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story