'ଆମେରିକା ଚୀନର ଛବି ଖରାପ କରିବାକୁ ଚେଷ୍ଟା କରୁଛି'

ବେଜିଂ: କରୋନା ଭାଇରସ, ହଙ୍ଗକଙ୍ଗରେ ଦେଖାଦେଇଥିବା ରାଜନୀତିକ ଅସ୍ଥିରତା, ତାଇଓ୍ୱାନକୁ ଆମେରିକାର ସମର୍ଥନ ପ୍ରସଙ୍ଗକୁ ଆଧାର କରି ରବିବାର ଚୀନ୍ ଆମେରିକା ବିରୋଧରେ ବର୍ଷିଛି। ଆମେରିକା ଚୀନର ୩୩ଟି କମ୍ପାନୀକୁ କଳା ତାଲିକାଭୁକ୍ତ କରିବା ପରେ ଚୀନ୍ ଏଭଳି ଅଭିଯୋଗ ଆଣିଛି । ଚୀନ୍ ସହିତ ଆମେରିକା ଯେଉଁଭଳି ସମ୍ପର୍କ ତିଆରି କରୁଛି ତାହା ଆଗାମୀ ଦିନରେ ଶୀତଳ ଯୁଦ୍ଧ ଆଡ଼କୁ ଅଗ୍ରଗତି କରୁଛ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟି ରବିବାର କହିଛନ୍ତି। ଏହି […]

chaina foreign minister

chaina foreign minister

Subhransu Sekhar
  • Published: Sunday, 24 May 2020
  • Updated: 24 May 2020, 07:40 PM IST

Sports

Latest News

ବେଜିଂ: କରୋନା ଭାଇରସ, ହଙ୍ଗକଙ୍ଗରେ ଦେଖାଦେଇଥିବା ରାଜନୀତିକ ଅସ୍ଥିରତା, ତାଇଓ୍ୱାନକୁ ଆମେରିକାର ସମର୍ଥନ ପ୍ରସଙ୍ଗକୁ ଆଧାର କରି ରବିବାର ଚୀନ୍ ଆମେରିକା ବିରୋଧରେ ବର୍ଷିଛି। ଆମେରିକା ଚୀନର ୩୩ଟି କମ୍ପାନୀକୁ କଳା ତାଲିକାଭୁକ୍ତ କରିବା ପରେ ଚୀନ୍ ଏଭଳି ଅଭିଯୋଗ ଆଣିଛି । ଚୀନ୍ ସହିତ ଆମେରିକା ଯେଉଁଭଳି ସମ୍ପର୍କ ତିଆରି କରୁଛି ତାହା ଆଗାମୀ ଦିନରେ ଶୀତଳ ଯୁଦ୍ଧ ଆଡ଼କୁ ଅଗ୍ରଗତି କରୁଛ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟି ରବିବାର କହିଛନ୍ତି।

ଏହି ଅବସରରେ ସେ ଚୀନ୍ କରୋନା ଭାଇରସର ତଦନ୍ତ ପାଇଁ ରାଜି ହୋଇଛି। ଏହି ତଦନ୍ତ ପ୍ରକ୍ରିୟା କୌଣସି ରାଜନୀତିକ ଚାପରେ ନହେବା ଦରକାର ଏବଂ କୌଣସି ଦେଶକୁ କରୋନା ମହାମାରୀ ପାଇଁ ଦାୟୀ କରିବା ଠିକ୍ ନୁହେଁ ବୋଲି ଓ୍ୱାଙ୍ଗ କହିଛନ୍ତି।

ସୂଚନାଯୋଗ୍ୟ, ଚୀନ୍ ହଙ୍ଗକଙ୍ଗ ବିରୋଧରେ ଏକ ଆଇନ୍ ସଂସଦରେ ରଖିଛି। ଯାହାକୁ ହଙ୍ଗକଙ୍ଗ ବିରୋଧ କରୁଛି। ଚୀନର ଯଦି ପ୍ରସ୍ତାବିତ ବିଧେୟକକୁ ଆଇନରେ ପରିଣତ କରିବ ତା’ହେଲେ ହଙ୍ଗକଙ୍ଗ ଉପରେ ଚୀନର କ୍ଷମତା ଅଧିକ ରହିବ। ଚୀନର ଏଭଳି ପ୍ରୟାସକୁ ବିରୋଧ କରି ହଙ୍ଗକଙ୍ଗରେ ଚୀନ୍ ବିରୋଧରେ ନାରାବାଜି ଆରମ୍ଭ ହୋଇଯାଇଛି। ଚୀନର ଏଭଳି ପ୍ରୟାସକୁ ବିରୋଧ କରି ଆମେରିକା ସମେତ ଅନେକ ଦେଶ ଏବେ ହଙ୍ଗକଙ୍ଗକୁ ସମର୍ଥନ କରୁଛନ୍ତି। ଏହାକୁ ନେଇ ଚୀନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟି ଆମେରିକା ବିରୋଧରେ ବର୍ଷିଛନ୍ତି।

ସେ ଆହୁରି କହିଛନ୍ତି, କରୋନ ଭାଇରସ ଭଳି ଆମେରିକା ବିଶ୍ୱରେ ରାଜନୀତିକ ଭାଇରସ ଛାଡ଼ିବାକୁ ପ୍ରୟାସ କରୁଛି। ଚୀନର ଛବି ଖରାପ କରିବାକୁ ଆମେରିକା ଏଭଳି ରାଜନୀତିକ ଭାଇରସ ତିଆରି କରିଛି ବୋଲି ଓ୍ୱାଙ୍ଗ ୟି କହିଛନ୍ତି।

ସେହିଭଳି ଚୀନର ଅନ୍ୟତମ ପଡ଼ୋଶୀ ତାଇଓ୍ନାନ ସୀମାରେ ଚୀନ୍ ସେନା ମୁତୟନ ରଖିଛି। ତାଇଓ୍ୱାନ ନିଜକୁ ସ୍ୱାଧୀନ ଦେଶ ବୋଲି ଦାବି କରୁଥିବାବେଳେ ଚୀନ୍ ଏହାକୁ ବିରୋଧ କରୁଛି। ନିକଟରେ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଠକରେ ମଧ୍ୟ ତାଇଓ୍ୱାନର ପ୍ରବେଶ ଉପରେ ଚୀନ୍ ରୋକ୍ ଲଗାଇଥିଲା। ତେଣୁ ଚୀନର ଏଭଳି ପ୍ରୟାସକୁ ରୋକିବା ପାଇଁ ତାଇଓ୍ୱାନକୁ ଆମେରିକା ସମର୍ଥନ କରିଛି। ଯାହାକୁ ନେଇ ଚୀନ୍ ଅସନ୍ତୋଷ ପ୍ରକାଶ କରିଛି।

କରୋନା ଭାଇରସ ଚୀନରୁ ବ୍ୟାପିଛି। ବିଶ୍ୱରେ ନିଜର ଆର୍ଥିକ ଆଧିପତ୍ୟ ବିସ୍ତାର କରିବାକୁ ଯାଇ ଚୀନ୍ କରୋନା ବାବଦରେ ବିଶ୍ୱକୁ ବିଳମ୍ୱରେ ସୂଚନା ଦେଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ଯାହାକୁ ଆମେରିକା ସମେତ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଜର୍ମାନୀ, ଜାପାନ ଆଦି ପ୍ରମୁଖ ଦେଶ ସମର୍ଥନ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story