ନାଗରିକତା ବିଲ୍‌: ୮ ଗୁଜବ ପଛର ସତ ଜାରି କଲେ ସରକାର

ନୂଆଦିଲ୍ଲୀ: ଧାରା ୩୭୦ ଓ ଟ୍ରିପଲ୍‌ ତଲାକ୍‌ ବିଲ୍‌ ସମୟରେ ବ୍ୟାପକ ହୋଇଥିବା ଗୁଜବ ନାଗରିକତା ସଂଶୋଧନ ବିଲ୍‌ ସମୟରେ ମଧ୍ୟ ବେଶ୍‌ ବେଗରେ ବ୍ୟାପିଯାଇଛି। ଏହା ସୋମବାର ଲୋକସଭାରେ ପାରିତ ହୋଇଥିବାବେଳେ ଆସନ୍ତାକାଲି ବା ବୁଧବାର ରାଜ୍ୟସଭାରେ ଆଗତ ହେବାର ଅଛି। ତେବେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତାର ଅଧିକାର ଦେବାକୁ ଥିବା ଏହି ବିଲ୍‌କୁ ନେଇ ମୁଣ୍ଡ ଟେକିଥିବା ଗୁଜବର ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ୧) ଗୁଜବ- […]

NRC-CAB

NRC-CAB

Subrat Kumar Nayak
  • Published: Tuesday, 10 December 2019
  • Updated: 10 December 2019, 09:10 PM IST

Sports

Latest News

ନୂଆଦିଲ୍ଲୀ: ଧାରା ୩୭୦ ଓ ଟ୍ରିପଲ୍‌ ତଲାକ୍‌ ବିଲ୍‌ ସମୟରେ ବ୍ୟାପକ ହୋଇଥିବା ଗୁଜବ ନାଗରିକତା ସଂଶୋଧନ ବିଲ୍‌ ସମୟରେ ମଧ୍ୟ ବେଶ୍‌ ବେଗରେ ବ୍ୟାପିଯାଇଛି। ଏହା ସୋମବାର ଲୋକସଭାରେ ପାରିତ ହୋଇଥିବାବେଳେ ଆସନ୍ତାକାଲି ବା ବୁଧବାର ରାଜ୍ୟସଭାରେ ଆଗତ ହେବାର ଅଛି। ତେବେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତାର ଅଧିକାର ଦେବାକୁ ଥିବା ଏହି ବିଲ୍‌କୁ ନେଇ ମୁଣ୍ଡ ଟେକିଥିବା ଗୁଜବର ସ୍ପଷ୍ଟୀକରଣ ଦେଇଛନ୍ତି ସରକାର।

୧) ଗୁଜବ- ନାଗରିକତା ସଂଶୋଧନ ବିଲ୍‌ ବଙ୍ଗାଳୀ ହିନ୍ଦୁଙ୍କୁ ନାଗରିକତା ଦେବ।
ସତ- ଏହା ସ୍ୱୟଂକ୍ରିୟ ଭାବେ ବଙ୍ଗାଳୀ ହିନ୍ଦୁଙ୍କୁ ନାଗରିକତା ଦେବନାହିଁ। ଏହା କେବଳ ତେବେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ୬ଟି ଗୋଷ୍ଠୀର ଲୋକଙ୍କୁ ନାଗରିକତା ଦେବାପାଇଁ ବୈଧାନିକ ଅନୁମତି ଦେବ। ଏହି ନିଷ୍ପତ୍ତି ମାନବିକତା ଦୃଷ୍ଟିରୁ ନିଆଯାଇଛି, କାରଣ ସେଠାକାର ସଂଖ୍ୟାଲଘୁମାନେ ନିଜ ଧର୍ମ ପାଇଁ ନିର୍ଯାତନାର ସାମ୍ନା କରିବା ପରେ ଭାରତ ଚାଲିଆସିଛନ୍ତି।

୨) ଗୁଜବ- ନାଗରିକତା ସଂଶୋଧନ ବିଲ୍‌ ଆସାମ ଆକର୍ଡକୁ ଦୁର୍ବଳ କରିବ।
ସତ- ନାଗରିକତା ସଂଶୋଧନ ବିଲ୍‌ରେ ଆସାମ ଆକର୍ଡକୁ କୌଣସି ପ୍ରକାରେ କ୍ଷତି ହେବ ନାହିଁ। ଅନୁପ୍ରବେଶକାରୀଙ୍କ ଚିହ୍ନଟ ଏବଂ ନିର୍ବାସନ ପାଇଁ ୧୯୭୪ ମାର୍ଚ୍ଚ ୨୪ ବର୍ତ୍ତମାନ ମଧ୍ୟ କଟ୍‌ ଅଫ୍‌ ତାରିଖ ଭାବେ ନିର୍ଦ୍ଧାରିତ ହୋଇଛି।

୩) ଗୁଜବ- ଏହି ବିଲ୍‌ ଆସାମର ମୂଳ ବାସିନ୍ଦାଙ୍କ ସ୍ୱାର୍ଥ ବିରୋଧୀ।
ସତ- ନାଗରିକତା ସଂଶୋଧନ ବିଲ୍‌ରେ ଆସାମ କେନ୍ଦ୍ରୀକ ନୁହେଁ। ଏହା ପୁରା ଦେଶ ପାଇଁ ଲାଗୁ ହେବ। ଏହି ବିଲ୍‌ ଏନ୍‌ଆରସି ବିରୋଧୀ ମଧ୍ୟ ନୁହେଁ, ଯାହାକି ମୂଳ ବାସିନ୍ଦାଙ୍କୁ ଅନୁପ୍ରବେଶକାରୀଙ୍କଠାରୁ ସୁରକ୍ଷା ଦେବା ଉଦ୍ଦିଷ୍ଟ।

୪) ଗୁଜବ- ଏହି ବିଲ ପରେରେ ବଙ୍ଗଳା ଭାଷାଭାଷୀଙ୍କ ପ୍ରଭାବ ବିସ୍ତାର କରିବାର ପ୍ରୟାସ ହେବ।
ସତ- ଅଧିକାଂଶ ବଙ୍ଗଳା ଭାଷାଭାଷୀ ଆସାମର ବାରାକ ଭ୍ୟାଲିରେ ରହୁଛନ୍ତି। ଆସାମରେ ବଙ୍ଗାଳୀ ଦ୍ୱିତୀୟ ରାଜ୍ୟ ସରକାରୀ ଭାଷା ଘୋଷିତ। ବ୍ରହ୍ମପୁତ୍ର ଉପତ୍ୟକାରେ ଠାଏ ଠାଏ ବଙ୍ଗାଳୀ ରହୁଥିଲେ ହେଁ ସେମାନେ ଆସାମର ଭାଷାକୁ ଆଦରି ନେଛନ୍ତି।

୫) ଗୁଜବ- ବଙ୍ଗାଳୀ ହିନ୍ଦୁମାନେ ଆସାମ ପାଇଁ ବୋଝ ହେବେ।
ସତ- ନାଗରିକତା ସଂଶୋଧନ ବିଲ୍‌ ପୁରା ଦେଶ ପାଇଁ ଉଦ୍ଦିଷ୍ଟ। ଧର୍ମଗତ ଉତ୍ପୀଡ଼ନର ସାମ୍ନା କରୁଥିବା ଲୋକେ କେବଳ ଆସାମରେ ରହୁନାହାନ୍ତି। ଦେଶର ଅନ୍ୟ ପ୍ରାନ୍ତରେ ମଧ୍ୟ ସେମାନେ ବସବାସ କରୁଛନ୍ତି।

୬) ଗୁଜବ- ଏହାଫଳରେ ବାଂଲାଦେଶରୁ ହିନ୍ଦୁଙ୍କ ଅନୁପ୍ରବେଶ ସଂଖ୍ୟା ବଢ଼ିବ।
ସତ- ପ୍ରାୟ ସମସ୍ତ ସଂଖ୍ୟାଲଘୁ ବାଂଲାଦେଶରୁ ଆସିଛନ୍ତି। ଗତ କିଛି ବର୍ଷରେ ବାଂଲାଦେଶରେ ଧର୍ମ ଭିତ୍ତିରେ ନିର୍ଯାତନା ମଧ୍ୟ ହ୍ରାସ ପାଇଛି। ଅନ୍ୟପକ୍ଷରେ ୨୦୧୪ ମସିହା ଡିସେମ୍ବର ୩୧ କଟ୍‌ ଅଫ୍‌ ତାରିଖ ହୋଇଥିବାରୁ ଏହାପରେ ଆସିଥିବା ଲୋକଙ୍କୁ ନାଗରିକତାର ସୁବିଧା ମିଳିବନାହିଁ।

୭) ଗୁଜବ- ନାଗରିକତା ସଂଶୋଧନ ବିଲ୍‌ ଜରିଆରେ ହିନ୍ଦୁ ବଙ୍ଗାଳୀଙ୍କ ରହିବା ପାଇଁ ଆଦିବାସୀଙ୍କ ଜମି ଛଡ଼ାଇବା ପାଇଁ ଷଡ଼ଯନ୍ତ୍ର।
ସତ- ହିନ୍ଦୁ ବଙ୍ଗାଳୀମାନେ ବାରାକ ଉପତ୍ୟକାରେ ରହୁଛନ୍ତି। ଏହା ଆଦିବାସୀ ଅଞ୍ଚଳଏବଂ ବ୍ଲକମାନଙ୍କଠାରୁ ବେଶ ଦୂରରେ। ନାଗରିକତା ସଂଶୋଧନ ବିଲ୍‌ ଆଦିବାସୀଙ୍କ ଜମି ପାଇଁ ଉଦ୍ଦିଷ୍ଟ ଆଇନ ଏବଂ ରେଗୁଲେସନ୍‌କୁ ଉଲ୍ଲଂଘନ କରିବ ନାହିଁ। ଅନ୍ୟପକ୍ଷରେ ଆଇଏଲ୍‌ପି ଏବଂ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଲାଗୁ ହେଉଥିବା ଜମି କ୍ଷେତ୍ରରେ ନାଗରିକତା ସଂଶୋଧନ ବିଲ୍‌ ଲାଗୁ ହେବ ନାହିଁ।

୭) ଗୁଜବ- ନାଗରିକତା ସଂଶୋଧନ ବିଲ୍‌ ମୁସଲିମ୍‌ଙ୍କ ବିରୋଧରେ ଭେଦଭାବ କରୁଛି।
ସତ- ବର୍ତ୍ତମାନର ନାଗରିକତା ଆଇନ, ୧୯୫୫ର ବ୍ୟବସ୍ଥା ଅନୁଯାୟୀ ଆବେଦନ କରିପାରିବେ। ନାଗରିକତା ସଂଶୋଧନ ବିଲ୍‌ ବର୍ତ୍ତମାନର ନିୟମରେ କୌଣସି ପରିବର୍ତ୍ତନ ଆଣୁନାହିଁ। ଏହି ବିଲ୍‌ କେବଳ ୩ଟି ଦେଶରେ ଧର୍ମ ଭିତ୍ତିରେ ନିର୍ଯାତିତ ୬ଟି ସଂଖ୍ୟାଲଘୁ ଗୋଷ୍ଠୀର ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦେବ। କେବଳ ଯଦି ସେମାନେ ସର୍ତ୍ତ ପୂରଣ କରୁଥିବେ ତାହାଲେ ନାଗରିକତା ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story