ଶହେ ବର୍ଷରେ ପଦାର୍ପଣ କଲେ ସେନାର ତିନି ବାହିନୀରେ କାମ କରିଥିବା କର୍ଣ୍ଣେଲ୍ ପ୍ରିଥପାଲ୍ ସିଂହ

ନୂଆଦିଲ୍ଲୀ: ସେନାର ତିନି ବାହିନୀରେ କାମ କରିଛନ୍ତି ଦେଶର ଏକମାତ୍ର ଅଧିକାରୀ କର୍ଣ୍ଣେଲ୍ ପ୍ରିଥପାଲ୍ ସିଂହ। ଉଭୟ ବାୟୁସେନା, ନୌସେନା ଏବଂ ଆର୍ମିରେ କାମ କରିଛନ୍ତି ପ୍ରିଥପାଲ୍ ସିଂହ। ଗତକାଲି ସେ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ୧୯୬୫ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମଧ୍ୟ କର୍ଣ୍ଣେଲ୍ ପ୍ରିଥପାଲ୍ ସିଂହ ସାମିଲ୍ ହୋଇଥିଲେ। ସେ ତାଙ୍କ ପରିବାରର ବିନା ଅନୁମତିରେ ପାଇଲଟ ଭାବରେ ୧୯୪୨ […]

Colonel-Gill

Colonel-Gill

Subhransu Sekhar
  • Published: Saturday, 12 December 2020
  • Updated: 12 December 2020, 07:33 PM IST

Sports

Latest News

ନୂଆଦିଲ୍ଲୀ: ସେନାର ତିନି ବାହିନୀରେ କାମ କରିଛନ୍ତି ଦେଶର ଏକମାତ୍ର ଅଧିକାରୀ କର୍ଣ୍ଣେଲ୍ ପ୍ରିଥପାଲ୍ ସିଂହ। ଉଭୟ ବାୟୁସେନା, ନୌସେନା ଏବଂ ଆର୍ମିରେ କାମ କରିଛନ୍ତି ପ୍ରିଥପାଲ୍ ସିଂହ। ଗତକାଲି ସେ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

୧୯୬୫ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମଧ୍ୟ କର୍ଣ୍ଣେଲ୍ ପ୍ରିଥପାଲ୍ ସିଂହ ସାମିଲ୍ ହୋଇଥିଲେ। ସେ ତାଙ୍କ ପରିବାରର ବିନା ଅନୁମତିରେ ପାଇଲଟ ଭାବରେ ୧୯୪୨ ମସିହାରେ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ ଦେଇଥିଲେ। ଏହା ପରେ ସେ ନୌସେନାରେ ଯୋଗ ଦେଇଥିଲେ। ଯେଉଁଠାରେ ସେ ଏକ ମାଇନ ସୁଇପିଂ ଜାହାଜରେ ନିୟୋଜିତ ଥିଲେ। ଯାହା ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ମାଲ ପରିବହନ ବେଳେ ଜାହାଜର ଏସକର୍ଟ ଥିଲା। ଏହାପରେ ସେ ଲଙ୍ଗ ରେଞ୍ଜ ଗୁନେରୀ ନାମକ ପାଠ୍ୟକ୍ରମ ଶେଷ କରିଥିଲେ।

ଏହାପରେ ଦେଶ ସ୍ୱାଧୀନ ହୋଇଥିଲା ଏବଂ କର୍ଣ୍ଣେଲ୍ ପ୍ରିଥପାଲ୍ ସିଂହ ଭାରତୀୟ ସେନାରେ ଯୋଗ ଦେଇଥିଲେ। କର୍ଣ୍ଣେଲ୍ ପ୍ରିଥପାଲ୍ ସିଂହଙ୍କ ପୂର୍ବରୁ ତାଙ୍କ ବାପା ସହିତ ପରିବାରର ଅନେକ ବ୍ୟକ୍ତି ଯୋଗ ଦେଇଥିଲେ। ତାଙ୍କର ଆର୍ଟିଲିରି ଅଭିଜ୍ଞତା ଥିବାରୁ ତାଙ୍କୁ ଆର୍ଟିଲିରିର ଏକ ରେଜିମେଣ୍ଟ ଅନୁମତି ଦିଆଯାଇଥିଲା। ସେଠାରେ ସେ ୫.୪-ଇଞ୍ଚ ବନ୍ଧୁକ ସହିତ ଗ୍ୱାଲିଅର୍ ମାଉଣ୍ଟେନ୍ ବ୍ୟାଟେରୀରେ ନିୟୋଜିତ ଥିଲେ।

୧୯୬୫ ମସିହାରେ ହୋଇଥିବା ଇଣ୍ଡୋ-ପାକ୍ ଯୁଦ୍ଧ ସମୟରେ ରେଜିମେଣ୍ଟର କମାଣ୍ଡିଂ ଅଫିସର ଭାବରେ ପ୍ରିଥପାଲ୍ ସିଂହ ନିୟୋଜିତ ଥିଲେ। ଏବଂ ସିଆଲକୋଟ ସେକ୍ଟରରେ ଲଢ଼ିଥିଲେ। କର୍ଣ୍ଣେଲ ପଦବୀକୁ ପଦୋନ୍ନତି ପାଇବା ପରେ ସେ ମଣିପୁରରେ ଆସାମ ରାଇଫଲ ସେକ୍ଟରରେ ନିୟୋଜିତ ଥିଲେ। ସେ ୧୯୭୦ ରେ ଅବସର ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos