ମୁମ୍ଵାଇ: ଜାମିନ୍ ପାଇଲେ କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆ। ମୁମ୍ଵାଇର ଏକ ସିଟି କୋର୍ଟ ଉଭୟଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ଘରୁ ଗଞ୍ଜେଇ ମିଳିବା ପରେ ରବିବାର ଏନସିବି ଉଭୟଙ୍କୁ ମାରାଥନ ଜେରା ପରେ ରବିବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ଭାରତୀ ଏବଂ ହର୍ଷ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଯାଇଥିଲେ।
ଏବେ ଉଭୟ ୧୫ ହଜାର ଟଙ୍କା ଲେଖାଏଁ ଜମା କରି ଜାମିନରେ ଆସିବେ। ଭାରତୀ ଓ ହର୍ଷଙ୍କ ଘରେ ଚଢ଼ାଉ କରି ୮୬.୫ ଗ୍ରାମର ଗଞ୍ଜେଇ ଜବତ କରିଥିଲା ଏନସିବି। ଭାରତୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ସ୍ୱାମୀ ଗଞ୍ଜେଇ ଆଣୁଥିଲେ ଏବଂ ଉଭୟ ମଧ୍ୟ ସେବନ କରୁଥିଲେ। ଜଣେ ଡ୍ରଗ୍ସ ପେଡେଲରଙ୍କୁ ଗିରଫ କରିବା ପରେ ଏନସିବି ପଚରାଉଚରା କରିଥିଲା। ଆଉ ଏହି ପେଡଲର ହିଁ ଭାରତୀଙ୍କ ପୋଲ୍ ଖୋଲିଥିଲା। ଆଉ ଭାରତୀ କିଛି ଜାଣିବା ପୂର୍ବରୁ ଏନସିବି ଭାରତୀଙ୍କ ଘରେ ରେଡ୍ କରିଥିଲା।
ବଲିଉଡ ସୁୁପରଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିଛି। ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ଅର୍ଜୁନ ରାମପାଲଙ୍କ ଭଳି ବଲିଉଡର ଅନେକ ବଡ଼ ତାରକା ଏନସିବି ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।