ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟିବା ପରେ ଆଜି ପ୍ରଥମ ଥର ପାଇଁ କଶ୍ମୀର ଯାଇଥିଲେ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ୍ ନବୀ ଆଜାଦ୍। ଆଜି ଶ୍ରୀନଗର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସୁରକ୍ଷା କର୍ମୀ ବାହାରକୁ ଯିବା ପାଇଁ ଅନୁମତି ଦେଇନଥିଲେ। ଏହାପରେ ସେ ବାଧ୍ୟ ହୋଇ ଦିଲ୍ଲୀ ଫେରିଥିବା ସୂଚନା ରହିଛି।
ଗୁଲାମ୍ ନବୀ ଆଜାଦଙ୍କୁ ସ୍ୱାଗତ କରିବା ପାଇଁ ଜମ୍ମୁ କଶ୍ମୀର କଂଗ୍ରେସ ସଭାପତି ଗୁଲାମ୍ ମୀର ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିଥିଲେ। ଆଜି ଦଳ ତରଫରୁ ଧାରା ୩୭୦ ହଟିବା ପରେ ବର୍ତ୍ତମାନର ସ୍ଥିତି ବାବଦରେ ଆଲୋଚନା କରିବାର ଯୋଜନା ଥିଲା।
ସୂଚନାଯୋଗ୍ୟ, ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ କର୍ଫ୍ୟୁ ଜାରି ରହିଛି। ରାଜ୍ୟସଭାରେ ଏହି ଧାରା ୩୭୦ ହଟାଇବାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ରଖିଥିଲେ। ଏହି ସମୟରେ ଗୁଲାମ୍ ନବୀ ଆଜାଦ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଥିଲେ। ଏମିତିକି ଏହା ଅସାମ୍ୱିଧାନିକ ବୋଲି କହିଥିଲେ।
ଆଜି ଶ୍ରୀନଗର ଯିବା ପୂର୍ବରୁ ଦିଲ୍ଲୀରେ ସାମ୍ୱାଦିକଙ୍କୁ ଗୁଲାମ ନବୀ ଆଜାଦ କହିଥିଲେ ଗତକାଲି କଶ୍ମୀରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ଖାଦ୍ୟ ଖାଇଥିବା ସାଧାରଣ ଲୋକଙ୍କୁ ପଇସା ଦେଇ ଆଣି ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।