ରାଜନୀତି ପରିବର୍ତ୍ତେ ଦେଶର ଛୋଟ ଛୁଆଙ୍କ ଉପରେ ଗୁରୁତ୍ୱ ଦିଅନ୍ତୁ ପ୍ରଧାନମନ୍ତ୍ରୀ: ଶିବଲ୍

ନୂଆଦିଲ୍ଲୀ: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରେ ଭାରତ ୧୦୨ ନମ୍ୱର ସ୍ଥାନରେ ରହିଛି। ଏବେ ଏହାକୁ ନେଇ ମୋଦି ସରକାରକୁ ଘେରିଛି କଂଗ୍ରେସ। କଂଗ୍ରେସ ନେତା କପିଲ ସିବଲ୍ ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଦେଶର ଭବିଷ୍ୟତ ଆଜିର ଛୋଟ ଛୁଆ, ରାଜନୀତି କରିବା ପରିବର୍ତ୍ତେ ଦେଶର ଆଗାମୀ ଭବିଷ୍ୟତଙ୍କ ଉପରେ ଅଧିକ ଫୋକସ କର। ଏହା ସହିତ କଂଗ୍ରେସ ସରକାର ବେଳେ ୨୦୧୦ରେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରେ ଭାରତର ସ୍ଥାନକୁ ଲେଖିଛନ୍ତି। ଯାହାକି ୯୫ ଥିଲା।

ସୂଚନାଯୋଗ୍ୟ, ଚଳିତବର୍ଷ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ କରିଛି। ୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ୧୦୨ ରହିଛି। ଯେଉଁଥିରେ ଉଲ୍ଲେଖ ରହିଛି ଆବଶ୍ୟକତା ଅନୁଯାୟୀ ପେଟପୂରା ଖାଦ୍ୟ ନଖାଇ ଅଧାପେଟରେ ରହୁଛି ଭାରତ। ଦକ୍ଷିଣ ଏସିଆରେ ଥିବା ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥାନ ସବୁଠୁ ଖରାପ। ପାକିସ୍ତାନ ୯୪ତମ ସ୍ଥାନ ସହ ଭାରତ ଅପେକ୍ଷା ଭଲରେ ରହିଛି। ୨୦୧୪ରୁ ୨୦୧୮ ମଧ୍ୟରେ ବିଭିନ୍ନ ଦେଶର ଅପପୁଷ୍ଟିର ଶିକାର ହୋଇଥିବା ଛୋଟ ଛୁଆ, ସେମାନଙ୍କ ମଧ୍ୟରେ ବୟସ ତୁଳନାରେ କମ୍ ଉଚ୍ଚତା ଥିବା ଛୁଆ ଏବଂ ୫ ବର୍ଷରୁ କମ୍ ବୟସରେ ମୃତ୍ୟୁ ବରଣ କରିଥିବା ଛୋଟ ଛୁଆଙ୍କୁ ନେଇ ଏହି ରିପୋର୍ଟ ପ୍ରକାଶ କରିଛି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ।

ଭାରତକୁ ୩୦.୩ ଅଙ୍କ ମିଳିଛି। ଏହାର ଅର୍ଥ ଦେଶରେ ଭୋକର ସ୍ଥିତି ଗମ୍ଭୀର। ଭୋକର ସମସ୍ୟା ନେଇ ଚ୍ୟାଲେଞ୍ଜ ରହିଥିବା ଦେଶମାନଙ୍କରେ ୪ଟି ଦେଶ ରହିଛି। ଜଳବାୟୁ ପରିବର୍ତ୍ତନ ପାଇଁ ଦେଶରେ ଭୋକର ସମସ୍ୟା ଅଧିକ ରହିଛି ବୋଲି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରେ କୁହାଯାଇଛି। ଖାଲି ଏତିକି ନୁହେଁ ଜଳବାୟୁ ପରିବର୍ତ୍ତନ ପାଇଁ ଖାଇବାର ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଭାବ ପକାଉଛି ବୋଲି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ କହିଛି।

ଆହୁରି ପଢ଼ନ୍ତୁ

ଫାଟିଲା ସିଲିଣ୍ଡର; ଆଖି ବୁଜିଲେ ତିନି, ୧୬ ଗୁରୁତର

ମଦ୍ରାସା ଆତଙ୍କବାଦୀଙ୍କ କାରଖାନା କହି ଅଡୁଆରେ ଶିବରାଜ ସିଂହଙ୍କ ମନ୍ତ୍ରୀ

ତେଜସ୍ୱୀ ଯାଦବଙ୍କ ଉପରକୁ କିଏ ଫିଙ୍ଗିଲା ଚପଲ?

‘କଂଗ୍ରେସ କମଲନାଥଙ୍କୁ ବହିଷ୍କାର କରିବା ଦରକାର’

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ