ହ୍ୱାଟ୍‌ସଆପ୍ ଡାଟା ହ୍ୟାକ୍ ମାମଲା, କଂଗ୍ରେସ କହିଲା ‘ବେଇମାନ ସରକାର’

ନୂଆଦିଲ୍ଲୀ: ଇସ୍ରାଏଲୀ ସ୍ପାଇୱେୟାର ପେଗାସସ୍ ଭାରତର ପ୍ରତିଷ୍ଠିତ ଲୋକଙ୍କ ହ୍ୱାଟ୍‌ସସଆପ୍ ଡାଟା ହ୍ୟାକ କରିଥିବା ମାମଲାରେ କେନ୍ଦ୍ର ବିରୋଧରେ ବର୍ଷିଛି କଂଗ୍ରେସ। ହ୍ୱାଟସଆପର ମୂଳ କମ୍ପାନୀ ଫେସବୁକ ହ୍ୟାକ ବାବଦରେ ପୂର୍ବରୁ ସରକାରଙ୍କୁ ଅବଗତ କରାଇଥିଲା ବୋଲି କହିବା ପରେ ବିରୋଧୀ କଂଗ୍ରେସ ସରକାର ବିରୋଧରେ ନିଜ ସ୍ୱରକୁ ଆହୁରି ଶାଣିତ କରିଛନ୍ତି। କଂଗ୍ରେସ ମୁଖାପତ୍ର ରଣଦୀପ ସୁରଜଓ୍ୱାଲା ଏ ନେଇ ଟୁଇଟ୍ କରିବା ସହିତ ମୋଦି ସରକାରକୁ ‘ବେଇମାନ ସରକାର’ ବୋଲି କହିଛନ୍ତି। ‘ବେଆଇମାନ୍ ବିଜେପି […]

whatsapp

whatsapp

Subhransu Sekhar
  • Published: Saturday, 02 November 2019
  • Updated: 02 November 2019, 05:16 PM IST

Sports

Latest News

ନୂଆଦିଲ୍ଲୀ: ଇସ୍ରାଏଲୀ ସ୍ପାଇୱେୟାର ପେଗାସସ୍ ଭାରତର ପ୍ରତିଷ୍ଠିତ ଲୋକଙ୍କ ହ୍ୱାଟ୍‌ସସଆପ୍ ଡାଟା ହ୍ୟାକ କରିଥିବା ମାମଲାରେ କେନ୍ଦ୍ର ବିରୋଧରେ ବର୍ଷିଛି କଂଗ୍ରେସ। ହ୍ୱାଟସଆପର ମୂଳ କମ୍ପାନୀ ଫେସବୁକ ହ୍ୟାକ ବାବଦରେ ପୂର୍ବରୁ ସରକାରଙ୍କୁ ଅବଗତ କରାଇଥିଲା ବୋଲି କହିବା ପରେ ବିରୋଧୀ କଂଗ୍ରେସ ସରକାର ବିରୋଧରେ ନିଜ ସ୍ୱରକୁ ଆହୁରି ଶାଣିତ କରିଛନ୍ତି। କଂଗ୍ରେସ ମୁଖାପତ୍ର ରଣଦୀପ ସୁରଜଓ୍ୱାଲା ଏ ନେଇ ଟୁଇଟ୍ କରିବା ସହିତ ମୋଦି ସରକାରକୁ ‘ବେଇମାନ ସରକାର’ ବୋଲି କହିଛନ୍ତି। ‘ବେଆଇମାନ୍ ବିଜେପି ସରକାର’ ମୂଳ ପ୍ରଶ୍ନର ଉତ୍ତର ଦେଉନଥିବା କହିଛନ୍ତି ରଣଦୀପ।

ସେ କହିଛନ୍ତି, ‘ଭାରତ ସରକାରର କିଏ ସ୍ପାୟଓ୍ୱେୟାୟର କିଣିଥିଲେ? ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଏହି ସ୍ପାଇଓ୍ୱେୟାର କିଣିବା ପାଇଁ ଅନୁମତି ଦେଇଥିଲେ? ଯଦି ଫେସବୁକ ମେ, ୨୦୧୯ରେ ସରକାରଙ୍କୁ ଅବଗତ କରିଥିଲା, ତାହେଲେ ସରକାର କାହିଁକି ନିରବ ଥିଲେ? ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି’?

ଅନ୍ୟପଟେ ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିବା ଜଣାପଡ଼ିଛି। ହ୍ୱାଟସଆପର କେତେକ ପ୍ରତିନିଧି ୫ ମାସ ଭିତରେ ସରକାରଙ୍କ ପ୍ରତିନିଧିଙ୍କୁ ଅନେକ ଥର ଭେଟିଥିଲେ। ହେଲେ ଏହି ଭେଟଘାଟ ବେଳେ ଡାଟା ହ୍ୟାକ ବାବଦରେ କୌଣସି ଆଲୋଚନା ହୋଇନଥିଲା ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। କେବେଳ ବୈଷୟିକ ତ୍ରୁଟି ବାବଦରେ ଆଲୋଚନା ହୋଇଛି। ଆଉ ଏବାବଦରେ ସିଆଇଆରଟି.ଇନକୁ ଅବଗତ କରାଯାଇଛି ବୋଲି ସରକାର ସୂଚନା ଦେଇଛନ୍ତି।

ଅନ୍ୟପଟେ ଏଭଳି ଅଭିଯୋଗ ଆଣି ମେସେଜ ପ୍ଲାଟଫର୍ମ କମ୍ପାନୀ ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ନାମ ଗୋପନ ରଖି ଜଣେ ସରକାରୀ ଅଧିକାରୀ କହିଛନ୍ତି, ହ୍ୱାଟସଆପ ୫ ମାସ ଭିତରେ ଯେବେ ବି ସରକାରୀ ପ୍ରତିନିଧିଙ୍କୁ ଭେଟିଛନ୍ତି କେବେ ଡାଟା ହ୍ୟାକ ବାବଦରେ କହିନାହାନ୍ତି। ଏହି ଖବରର ଉତ୍ପତ୍ତି ସ୍ଥଳକୁ ନେଇ ମଧ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଦେଶରେ ସୋଶାଲ ମିଡିଆର ଅପବ୍ୟବହାର କରାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଏକ ବାର୍ତ୍ତା ଦେବାକୁ କିଛି ଲୋକଙ୍କର ଏହା ଚାଲ୍‌ ହୋଇପାରେ ବୋଲି ସରକାର ହୃଦବୋଧ କରୁଛନ୍ତି। କାରଣ ଦେଶରେ ସୋଶାଲ ମିଡିଆକୁ ନେଇ ଆଇନ ଆଣିବା ପାଇଁ ସରକାରଙ୍କୁ ସୁପ୍ରିମକୋର୍ଟ ୩ ମାସ ସମୟ ଦେଇଥିବା ବେଳେ ଏହି ସମୟରେ କାହିଁକି ଏହି ଖବର ସାମ୍ନାକୁ ଆସିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story