ଫାଶୀ ଅଟକାଇବାକୁ ସୁପ୍ରିମକୋର୍ଟ ଗଲେ ଦୋଷୀଙ୍କ ଓକିଲ

ନୂଆଦିଲ୍ଲୀ: ଆସନ୍ତାକାଲି ବା ଶୁକ୍ରବାର ସକାଳ ୫.୩୦ରେ ସମସ୍ତ ୪ ଜଣ ‘ନିର୍ଭୟା ଦୋଷୀ’ ଫାଶୀ ଖୁଣ୍ଟରେ ଝୁଲିବେ। ଆଜି କୋର୍ଟ ସମସ୍ତ ଦୋଷୀଙ୍କ ଆବେଦନ ଖାରଜ କରିଛନ୍ତି। ଗୁରୁବାର ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିବା ସହ ଦୋଷୀଙ୍କ ସମସ୍ତ ଚାଲ୍‌ରେ ଅନ୍ତ ଘଟାଇଛନ୍ତି। ଏଥିସହ କୋର୍ଟ ପୂର୍ବରୁ ଜାରି କରିଥିବା ଡେଥ୍‌ ୱାରେଣ୍ଟରେ ରୋକ୍‌ ଲଗାଇବାକୁ ମନା କରିଛନ୍ତି। ତେବେ ଫାଶୀକୁ ଅଟକାଇବାକୁ ଶେଷ ପ୍ରୟାସ ସ୍ୱରୂପ ଦୋଷୀଙ୍କ […]

Nirbhaya 650

Nirbhaya 650

Subrat Kumar Nayak
  • Published: Thursday, 19 March 2020
  • Updated: 19 March 2020, 08:23 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ବା ଶୁକ୍ରବାର ସକାଳ ୫.୩୦ରେ ସମସ୍ତ ୪ ଜଣ ‘ନିର୍ଭୟା ଦୋଷୀ’ ଫାଶୀ ଖୁଣ୍ଟରେ ଝୁଲିବେ। ଆଜି କୋର୍ଟ ସମସ୍ତ ଦୋଷୀଙ୍କ ଆବେଦନ ଖାରଜ କରିଛନ୍ତି। ଗୁରୁବାର ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିବା ସହ ଦୋଷୀଙ୍କ ସମସ୍ତ ଚାଲ୍‌ରେ ଅନ୍ତ ଘଟାଇଛନ୍ତି। ଏଥିସହ କୋର୍ଟ ପୂର୍ବରୁ ଜାରି କରିଥିବା ଡେଥ୍‌ ୱାରେଣ୍ଟରେ ରୋକ୍‌ ଲଗାଇବାକୁ ମନା କରିଛନ୍ତି। ତେବେ ଫାଶୀକୁ ଅଟକାଇବାକୁ ଶେଷ ପ୍ରୟାସ ସ୍ୱରୂପ ଦୋଷୀଙ୍କ ଓକିଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିରୁ ଗୋଟିଏ ରହିଛି ପୱନ କୁମାରର ରାଜକ୍ଷମା ଆବେଦନ ଖାରଜ ହେବା ବିରୋଧରେ ଆବେଦନ। ଅନ୍ୟଟି ହେଉଛି କିଛି ମାମଲା ପଟିଆଲା କୋର୍ଟରେ ବିଭିନ୍ନ ମାମଲା ପଡ଼ି ରହିଥିବାରୁ ଫାଶୀଦଣ୍ଡରେ ରୋକ ଲଗାଇବା ପାଇଁ ଆବେଦନ। ପୱନର ଓକିଲ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାରଙ୍କୁ ଏହି ଆବେଦନର ନକଲ ଦେବାର ଅଛି।

ଆସନ୍ତାକାଲି ସକାଳ ୫.୩୦ରେ ତିହାର ଜେଲ୍‌ଠାରେ ଏହି ଫାଶୀ ହେବ ବୋଲି ନିର୍ଦ୍ଧାରିତ କରାଯାଇଛି। ଫାଶୀ ସମୟ ନିକଟତର ହେବାରେ ଲାଗିଥିବାରୁ କୋର୍ଟର ଦ୍ୱାରସ୍ଥ ହେବାରେ ଲାଗିଥିଲେ ସମସ୍ତ ଦୋଷୀ। କିନ୍ତୁ କୋର୍ଟ ଶେଷ ମୁହୂର୍ତ୍ତର ଏହି ମାମଲା ସବୁକୁ ଖାରଜ କରିଛନ୍ତି। ୨୦୧୨ ମସିହାର ଏହି ମାମଲାରେ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହ ଆସନ୍ତାକାଲି ଫାଶୀ ପାଇବେ।

ଅତିରିକ୍ତ ସେସନ୍ସ ଜଜ୍‌ ଜଷ୍ଟିସ୍‌ ଧର୍ମେନ୍ଦର ରାଣା ଗୁରୁବାର ଦୋଷୀଙ୍କ ପିଟିସନ୍‌ ଖାରଜ କରି ଏ ସମସ୍ତ ଆବେଦନ ଭିତ୍ତିହୀନ ବୋଲି କହିଥିଲେ। ବିଚାରପତି ଏହି ଅବସରରେ ବିଳମ୍ବିତ ଦଣ୍ଡ ବାବଦରେ ମଧ୍ୟ ମତ ରଖିଥିଲେ। ସେ କହିଥିଲେ, “ଏହି ମାମଲା ବେଶ କିଛି ଦିନ ଧରି ସମାଜର ବିବେକରେ ବାଧା ଦେଉଥିଲା। ଆଇନଗତ ପ୍ରକ୍ରିୟାରେ ଯେଉଁ ସମୟ ଯାଇଛି, ଏହାକୁ ନେଇ ଆଇନଗତ ନିୟମର ସାମର୍ଥ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।”

କୋର୍ଟ ଆହୁରି ମଧ୍ୟ କହିଛନ୍ତି, “ଗୌତମ ବୁଦ୍ଧ ଏବଂ ଗାନ୍ଧିଙ୍କର ଏହି ମହାନ ଭୂମିରେ ଏପରିକି ସବୁଠାରୁ ଚର୍ଚ୍ଚିତ ଅପରାଧୀ ଏବଂ ସବୁଠାରୁ ଘୃଣ୍ୟ ଅପରାଧର ଦଣ୍ଡ ବିଧାନ ଉଗ୍ର ଭିଡ଼ ମାନସିକତା ନୁହେଁ, ବରଂ ଆଇନଗତ ନିୟମ କରିଥାଏ। ମାନବିକ ଭୁଲ୍‌ ବିରୋଧରେ ରକ୍ଷା କବଚ ହିଁ ଆଇନକୁ ଦୁର୍ବଳ କରିଥାଏ, ଆଇନଗତ ନିୟମ ନୁହେଁ।”

ଆଜି ଦୁଇ ଅତିରିକ୍ତ ସରକାରୀ ଓକିଲ ରାଜୀବ ମୋହନ ଏବଂ ଇର୍ଫାନ ଅହମ୍ମଦ କୋର୍ଟଙ୍କୁ କହିଥିଲେ, କୌଣସି କୋର୍ଟରେ ଏବେ ଆଉ ଆଇନଗତ ମାମଲା ବାକି ନାହିଁ। ଦୋଷୀଙ୍କ ଓକିଲ ଏପି ସିଂହ କୋର୍ଟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, ଅକ୍ଷୟ ସିଂହର ରାଜକ୍ଷମା ଆବେଦନ ବିଚାର ହେବାକୁ ଅଛି। କିନ୍ତୁ ସରକାରୀ ଓକିଲ ଏହାକୁ ଖଣ୍ଡନ କରି କହିଥିଲେ, ଅକ୍ଷୟ ଓ ପୱନ୍‌ର ପ୍ରଥମ ଦୁଇ ଆବେଦନକୁ ବିଚାର କରାଯାଇ ସାରିଥିବାରୁ ଏବେ ଏହା ଭିତ୍ତିହୀନ। ଏପି ସିଂହ ଅକ୍ଷୟର ପତ୍ନୀ କରିଥିବା ଛାଡ଼ପତ୍ର ମାମଲା ବାବଦରେ କହିଥିଲେ ମଧ୍ୟ ସରକାରୀ ଓକିଲ କହିଥିଲେ ଏହା ମୂଳ ମାମଲା ସହ କିଛି ସମ୍ପର୍କ ରଖେନି।

ଏହା ପରେ କୋର୍ଟଙ୍କୁ ଅକ୍ଷୟର ସ୍ତ୍ରୀ କହିଥିଲେ, ତାଙ୍କୁ ନ୍ୟାୟ ମିଳିନାହିଁ। ପ୍ରତିକ୍ରିୟାରେ ବିଚାରପତି କହିଥିଲେ, ନିର୍ଭୟାଙ୍କ ମା’ ଉପସ୍ଥିତ ଅଛନ୍ତି। ତାଙ୍କୁ ସେହି କଥା କୁହ।

ନିର୍ଭୟାଙ୍କ ମା’ ଆଶା ଦେବୀ ଆଜି ପ୍ରତିକ୍ରିୟାରେ କହିଛନ୍ତି, “ଶେଷରେ ମୋ ଝିଅର ଆତ୍ମା ଶାନ୍ତି ପାଇବ। ଶେଷରେ ଦୋଷୀମାନେ ଫାଶୀ ପାଇବେ। ଶେଷରେ ମୁଁ ଶାନ୍ତି ପାଇବି।” ସୂଚନାଯୋଗ୍ୟ ଯେ, ଏହି ଦଣ୍ଡବିଧାନ ୭ ବର୍ଷ ବିଳମ୍ବିତ ହେବାନେଇ ପୂର୍ବରୁ ଆଶା ଦେବୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଆସିଛନ୍ତି।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ଦୋଷୀ ମୁକେଶ ସିଂହର ଆବେଦନକୁ ଖାରଜ କରିଛନ୍ତି। ମୁକେଶ ଦର୍ଶାଇଥିଲା ଅପରାଧ ଘଟିବା ଦିନ ସେ କୁଆଡ଼େ ଦିଲ୍ଲୀରେ ନଥିଲା। ଏହାପରେ କୋର୍ଟ ଅକ୍ଷୟ ସିଂହର ଆବେଦନର ମଧ୍ୟ ଶୁଣାଣି କରିଛନ୍ତି। ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ବିରୋଧରେ ସେ ଏହି ଆବେଦନ କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story