୧୮୮ ଛୁଇଁଲା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୮କୁ ବୃଦ୍ଧି ପାଇଛି। ଗୁରୁବାର ଦେଶର ବିଭିନ୍ନ ପ୍ରାନ୍ତରୁ ୧୯ଜଣଙ୍କଠାରେ କରୋନା ଚିହ୍ନଟ କରାଯାଇଛି। ଏହି ସଂଖ୍ୟାରେ ୩୨ ଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୭ ଜଣ କେବଳ ଇଟାଲୀରୁ, ୭ ଜଣ ଇଣ୍ଡୋନେସିଆ, ୩ ଜଣ ଫିଲିପାଇନ୍ସରୁ, ୨ ଜଣ ବ୍ରିଟେନ୍‌ରୁ ଏବଂ କାନାଡା, ଇଣ୍ଡୋନେସିଆ ଓ ସିଙ୍ଗାପୁରରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ପଞ୍ଜାବର ଜଣେ ରୋଗୀଙ୍କୁ […]

Corona

Corona

Subrat Kumar Nayak
  • Published: Thursday, 19 March 2020
  • Updated: 19 March 2020, 10:15 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୮କୁ ବୃଦ୍ଧି ପାଇଛି। ଗୁରୁବାର ଦେଶର ବିଭିନ୍ନ ପ୍ରାନ୍ତରୁ ୧୯ଜଣଙ୍କଠାରେ କରୋନା ଚିହ୍ନଟ କରାଯାଇଛି।

ଏହି ସଂଖ୍ୟାରେ ୩୨ ଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୭ ଜଣ କେବଳ ଇଟାଲୀରୁ, ୭ ଜଣ ଇଣ୍ଡୋନେସିଆ, ୩ ଜଣ ଫିଲିପାଇନ୍ସରୁ, ୨ ଜଣ ବ୍ରିଟେନ୍‌ରୁ ଏବଂ କାନାଡା, ଇଣ୍ଡୋନେସିଆ ଓ ସିଙ୍ଗାପୁରରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଆଜି ପଞ୍ଜାବର ଜଣେ ରୋଗୀଙ୍କୁ ମିଶାଇ ୪ ଜଣ କରୋନା ରୋଗୀଙ୍କର ପ୍ରାଣ ଯାଇସାରିଛି। ପୂର୍ବରୁ ଦିଲ୍ଲୀ, କର୍ଣ୍ଣାଟକା ଏବଂ ମହାରାଷ୍ଟ୍ରରେ ୩ ଜଣଙ୍କର ଜୀବନ ଯାଇଥିଲା।

ଗୁରୁବାର କର୍ଣ୍ଣାଟକା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଛତିଶଗଡ଼ରୁ ମୋଟ ୧୧ ଜଣଙ୍କଠାରେ କରୋନା ଭୂତାଣୁ ଠାବ କରାଯାଇଛି। ଛତିଶଗଡ଼ରେ ଠାବ କରାଯାଇଥିବା ୨୪ ବର୍ଷ ବୟସ୍କ ଯୁବତୀ ଜଣକ ଲଣ୍ଡନ ଗସ୍ତରୁ ଫେରିଥିଲେ। ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୪୯ ଛୁଇଁଛି। କେବଳ ଗୁରୁବାର ୪ ଜଣ ରୋଗୀଙ୍କୁ ଏହି ରାଜ୍ୟରେ ଚିହ୍ନଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos