ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଲକଡାଉନ୍ ରହଛି। ଲକଡାଉନ୍ ନିୟମ କଡ଼ାକଡ଼ି ପାଳନ ହୋଇଥିବାରୁ ୮୪% ଭାରତୀୟ ପରିବାରର ଆୟ କମିଛି। ଏମିତିକି ଅନେକ ପରିବାର ରହିଛି ଯେଉଁମାନେ ଅତିରିକ୍ତ ସହଯୋଗ ବିନା ଆଗକୁ ବଢ଼ିପାରିବେନି ବୋଲି ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।
ଚିକାଗୋ ବୁଥ୍ ସ୍କୁଲ୍ ଅଫ୍ ବିଜନେସର ଷ୍ଟଡି ସେଣ୍ଟର ଫର୍ ସୋଶାଲ ସେକ୍ଟର ଇନୋଭେସନ ଏହି ଗବେଷଣା କରିଛି। ଏପ୍ରିଲରେ ଦେଶର ୨୭ଟି ରାଜ୍ୟରେ ଥିବା ୫,୬୦୦ ପରିବାରକୁ ନେଇ ଏଭଳି ସର୍ଭେ କରିଛି। ଆମେରିକାରେ ଏହି ସଂସ୍ଥା ଯଦିଓ ରହିଛି ହେଲେ ଭାରତରେ ଥିବା ତା;ର ସହଯୋଗୀ ସଂସ୍ଥା ସେଣ୍ଟର ଫର୍ ମୋନିଟରିଂ ଇଣ୍ଡିଆନ୍ ଇକୋନମି ପ୍ରାଇଭେଟ ଏହି ସର୍ଭେ କରିଛି। ଏହି ସର୍ଭେ ବେଳେ ଗାଁରେ ଥିବା ପରିବାରର ଆୟ ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ଜଣାପଡ଼ିଛି।
ତେବେ ଲକଡାଉନ୍ ପାଇଁ ସବୁଠୁ ଅଧିକ ପ୍ରଭାବିତ ତ୍ରିପୁରା, ବିହାର, ଛତିଶଗଡ଼ ଏବଂ ହରିଆଣା ରହିଛି। ସବୁଠାରୁ ବଡ଼ କଥା ହେଲା ଦେଶରେ ୩୪% ପରିବାର ରୋଜଗାର ବ୍ୟତୀତ ଅତିରିକ୍ତ ସହାୟତା ବିନା ଆଗକୁ ବଢ଼ିପାରିବନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।