ଦେଶରେ ପ୍ରତ୍ୟେକ ପରିବାର ବର୍ଷକୁ ୪,୪୦୦ ଟଙ୍କା ଲାଞ୍ଚ ଦିଅନ୍ତି

ନୂଆଦିଲ୍ଲୀ: ଆମ ଦେଶରେ ସହରଗୁଡ଼ିକରେ ରହୁଥିବା ପରିବାରଗୁଡ଼ିକ ବର୍ଷକୁ  ହାରାହାରି ୪,୪୦୦ଟଙ୍କା ଲାଞ୍ଚ ଦିଅନ୍ତି । ସେହିପରି ଗାଁ ଗୁଡ଼ିକରେ ରହୁଥିବା ପ୍ରତ୍ୟେକ ପରିବାର ବର୍ଷକୁ ହାରାହାରି ୨,୯୦୦ ଟଙ୍କା ଲାଞ୍ଚ ଦେଇଥା’ନ୍ତି । ସରକାରଙ୍କର ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ ନ୍ୟାସନାଲ୍ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନମିକ୍ ରିସର୍ଚ (ଏନସିଏଇଆର) ନାମକ ଏକ ସଂସ୍ଥାର କରିଥିଲା ଏହି ସର୍ଭେ। ଏହି ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ଲକ୍ଷ୍ମୌ, […]

bribe

bribe

Rakesh Mallick
  • Published: Sunday, 24 May 2015
  • Updated: 24 May 2015, 09:56 AM IST

Sports

Latest News

ନୂଆଦିଲ୍ଲୀ: ଆମ ଦେଶରେ ସହରଗୁଡ଼ିକରେ ରହୁଥିବା ପରିବାରଗୁଡ଼ିକ ବର୍ଷକୁ  ହାରାହାରି ୪,୪୦୦ଟଙ୍କା ଲାଞ୍ଚ ଦିଅନ୍ତି । ସେହିପରି ଗାଁ ଗୁଡ଼ିକରେ ରହୁଥିବା ପ୍ରତ୍ୟେକ ପରିବାର ବର୍ଷକୁ ହାରାହାରି ୨,୯୦୦ ଟଙ୍କା ଲାଞ୍ଚ ଦେଇଥା’ନ୍ତି । ସରକାରଙ୍କର ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ ନ୍ୟାସନାଲ୍ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନମିକ୍ ରିସର୍ଚ (ଏନସିଏଇଆର) ନାମକ ଏକ ସଂସ୍ଥାର କରିଥିଲା ଏହି ସର୍ଭେ।

ଏହି ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ଲକ୍ଷ୍ମୌ, ଭୁବନେଶ୍ୱର, ପାଟନା, ଚେନ୍ନାଇ, ହାଇଦ୍ରାବାଦ ଓ ପୁନେ ଭଳି ସହରରେ ବସବାସ କରୁଥିବା ଲୋକଙ୍କ ସହିତ ଗାଁଗହଳିର ଲୋକେ ସାଧାରଣ କାମ, ସ୍କୁଲ୍ ଓ କଲେଜ ଆଦିରେ ନାମ ଲେଖା ପାଇଁ ଅଧିକ ଲାଞ୍ଚ ଦେଇ ଥାଆନ୍ତି। ସେହିପରି ଏମାନେ ପୋଲିସକୁ ମଧ୍ୟ  ଅଧିକ ଲାଞ୍ଚ ଦେଇଥାଆନ୍ତି।

ସହର ଗୁଡ଼ିକରେ ଲୋକେ ଚାକିରି ପାଇଁ ତଥା ଚାକିରିରେ ବଦଳି ନିମନ୍ତେ ବର୍ଷକୁ ୧୮,୦୦୦ ଟଙ୍କା ଲାଞ୍ଚ ଦେଇଥା’ନ୍ତି।  ସେହିପରି ଟ୍ରାଫିକ ପୋଲିସକୁ ଏମାନେ ବର୍ଷକୁ ହାରହାରି ୬୦୦ ଟଙ୍କା ଲାଞ୍ଚ ଦିଅନ୍ତି। ୨୦୧୨ ମସିହାର ସେପ୍ଟେମ୍ୱର ଓ ଅକ୍ଟୋବର ମାସରେ ଏହି ସର୍ଭେ ହୋଇଥିଲା।

ଏକାଧିକ ସର୍ଭେରୁ ଜଣାପଡ଼ିଛି ଯେ ରାଜନେତା ଓ ବ୍ୟୁରୋକ୍ରାଟ୍ସ୍ ମାନଙ୍କୁ ଲାଞ୍ଚ ଦେବା ଦ୍ୱାରା କଳାଧନ ସୃଷ୍ଟି ହେଉଛି। ଠିକାଦାରୀ ଠାରୁ ଆରମ୍ଭ କରି କୌଣସି ବିକାଶମୂଳକ ଯୋଜନା, ଖଣି ଓ ତୈଳଜାତ ସାମଗ୍ରୀର ବିକ୍ରି ସଂପର୍କରେ ଗୁପ୍ତ ସୂଚନା ଲିକ୍ କରିବା ଓ ବଡ଼ ଧରଣ ଋଣ ଶୁଝି ନପାରିବା ନେଇ ବ୍ୟାଙ୍କ ସହିତ ବୁଝାମଣା କରାଇ ଦେବା ପାଇଁ ରାଜନେତା ଓ ପ୍ରଶାସନିକ ବାବୁମାନେ ଲାଞ୍ଚ ନେଇ ଥାଆନ୍ତି।

ସଂସଦର ଷ୍ଟାଣ୍ଡି କମିଟି ଦେଇଥିବା ରିପୋର୍ଟ ଆଧାରରେ କଳାଧନ ସଂପର୍କରେ ଏକ ହିସାବ କରିବାକୁ ସରକାର ଏନସିଏଆଇଆର୍ ସହିତ ନ୍ୟାସନାଲ ଇନଷ୍ଟ୍ୟଟୁ ଅଫ୍ ପ୍ଲବିକ୍ ଫାଇନ୍ସାଆଲ ଏବଂ ପଲିସି ନ୍ୟାସନାଲ ଇନଷ୍ଟ୍ୟଟୁ  ଅଫ୍ ଫାଇନ୍ସାଆଲ ମେନେଜମେଣ୍ଟକୁ ଦାୟିତ୍ୱ ଦେଇଥିଲେ। ୨୦୧୩ ଓ ୨୦୧୪ରେ ଏ ନେଇ ଅର୍ଥ ମନ୍ତ୍ରଣାଳୟକୁ ରିପୋର୍ଟ ଦିଆଯାଇଥିଲା। ଏବେ ଏହି ସର୍ଭେ ରିପୋର୍ଟ ଉପରେ ମତାମତ ରଖିବାକୁ ବିଭିନ୍ନ ବିଭାଗକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story