ନୂଆଦିଲ୍ଲୀ: ପୁଣିଥରେ କରୋନା ଜନିତ ମୃତ୍ୟୁସଂଖ୍ୟାରେ ହେରଫେରକୁ ନେଇ କାଠ ଗଡ଼ାରେ ଛିଡ଼ା ହୋଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ସରକାର କରୋନା ଜନିତ ମୃତ୍ୟୁସଂଖ୍ୟା ଲୁଚାଇଥିବା ଦିଲ୍ଲୀ ମହାନଗର ନିଗମ(ଏମସିଡି) ଦେଇଥିବା ତଥ୍ୟରୁ ପ୍ରମାଣିତ ହୋଇଛି।
ଏମସିଡି କହିଛି ଯେ ତା’ ଅଧୀନରେ ଥିବା ବିଭିନ୍ନ ଶ୍ମଶାନ ୟୁନିଟ୍ରେ ୨୦୯୮ ଜଣଙ୍କ ସତ୍କାର କରାଯାଇଛି। ଏମସିଡି ୨୦୯୮ ଜଣ କରୋନାରେ ପ୍ରାଣ ହରାଇଥିବା କଥା କହିଥିଲେ ହେଁ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଓଲଟା ତଥ୍ୟ ଦେଇଛି।
ଜୁନ୍ ୧୦ରେ ଦିଲ୍ଲୀ ସରକାର ଜାରି କରିଥିବା ବୁଲେଟିନ୍ରେ କହିଛନ୍ତି ଯେ ରାଜ୍ୟରେ ଏଯାଏ ୯୮୪ ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଏବେ ବିଜେପି ଦଖଲରେ ଥିବା ଏମସିଡି ଦେଇଥିବା ତଥ୍ୟ ପୂରା ରାଜ୍ୟ ରାଜନୀତିକୁ ସରଗରମ କରିଛି।
ଏମସିଡିର ୩ଟି ଡିଭିଜନ ଏସଡିଏମସି(ଦକ୍ଷିଣ), ଏନଡିଏମସି(ଉତ୍ତର) ଓ ଇଡିଏମସି(ପୂର୍ବ)ରେ ଯଥାକ୍ରମେ ୧୦୮୦, ୯୭୬ ଓ ୪୨ ଜଣଙ୍କ ଶବ ସତ୍କାର କରାଯାଇଛି। ଉତ୍ତର ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନର ଅଧ୍ୟକ୍ଷ ଜୟ ପ୍ରକାଶ ଏ ସଂକ୍ରାନ୍ତରେ ବିବୃତି ମଧ୍ୟ ଜାରି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଏମ୍ସର ପୂର୍ବତନ ମୁଖ୍ୟଙ୍କ ବଡ଼ ବୟାନ: HMPV ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ
ଏଚଏମପିଭିର ଚିକିତ୍ସା ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ। ଲୋକମାନେ ଏହି ଭାଇରସକୁ ମାତ ଦେବା ପାଇଁ ଆବଶ୍ୟକ ମାତ୍ରାର ପାଣି ପିଅନ୍ତୁ ଓ ଅଧିକରୁ ଅଧିକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଆନ୍ତୁ।
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Health
‘ଓଡ଼ିଶାରେ ଚିହ୍ନଟ ହୋଇନି ଏଚଏମପିଭି ଭାଇରସ୍, ଥଣ୍ଡାକାଶ ଥିଲେ ପରୀକ୍ଷା କରାନ୍ତୁ’
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ଏହି ଭାଇରସ୍ ମୁଖ୍ୟତଃ ୧୪ବର୍ଷ ବୟସରୁ କମ୍ ପିଲାଙ୍କୁ ସଂକ୍ରମିତ କରିଥାଏ । ତା’ଛଡ଼ା ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ ଯଥା ଗର୍ଭବତୀ, କ୍ୟାନସର,ଆଜମା ଓ ହୃଦରୋଗରେ ପୀଡ଼ିତ ଥାନ୍ତି ସେମାନେ ଏଥିରେ ସଂକ୍ରମିତ ହେବାର ଆଶଙ୍କା ବେଶୀ ।
Health
ଭାରତରେ ପଶିଲା ଚୀନ୍ ଭାଇରସ୍, ଗୋଟିଏ ଦିନରେ ୩ HMPV ମାମଲା ଚିହ୍ନଟ
ଏହି ଭାଇରସ୍ ଶିଶୁଙ୍କୁ ଅଧିକ ପରିମାଣରେ ଆକ୍ରାନ୍ତ କରୁଛି। ଆଜି ଗୋଟିଏ ଦିନରେ ବେଙ୍ଗାଲୁରୁରେ ୨ ଶିଶୁ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Health
ଡରାଇଲା ଚାଇନା ଭାଇରସ: ୩ ଆକ୍ରାନ୍ତ ଚିହ୍ନଟ ପରେ ମାସ୍କ ପିନ୍ଧିବାକୁ ପରାମର୍ଶ, ମାର୍ଗଦର୍ଶିକା ଜାରି
ଦେଶରୁ ୩ଟି ଏଚଏମପିଭି ଆକ୍ରାନ୍ତ ହେବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ସ୍ୱାସ୍ଥ୍ୟଗତ ମାର୍ଗଦର୍ଶିକା ଜାରି କରାଯାଇଛି।