କହ୍ନେୟାଙ୍କ ସଂପର୍କରେ ବରାବର ସୂଚନା ଦେବାକୁ ଜେଏନ୍‌ୟୁ କର୍ତ୍ତୃପକ୍ଷଙ୍କୁ ଦିଲ୍ଲୀ ପୋଲିସ୍‌ର ଚିଠି

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ର ସଂସଦ ସଭାପତି କହ୍ନେୟା କୁମାର କ୍ୟାମ୍ପସ୍ ବାହାରକୁ କେଉଁଠାକୁ ଯାଉଛନ୍ତି ଓ କାହିଁକି ଯାଉଛନ୍ତି ଆଦି ସଂପର୍କରେ ବରାବର ସୂଚନା ଦେବା ଲାଗି ଦିଲ୍ଲୀ ପୋଲିସ୍ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। କହ୍ନେୟାଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ଏଭଳି ସୂଚନା ଉପଲବ୍ଧ କରାଇବାକୁ କହିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷକୁ ଏକ ଚିଠି ଲେଖି ଡିସିପି (ଦକ୍ଷିଣ) ପ୍ରେମ ନାଥ କହିଛନ୍ତି ଯେ ଜେଏନ୍‌ୟୁ ବସନ୍ତ କୁଞ୍ଜ (ଉତ୍ତର) ପୋଲିସ୍ ଥାନା […]

kanheya

kanheya

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 11:31 AM IST

Sports

Latest News

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ର ସଂସଦ ସଭାପତି କହ୍ନେୟା କୁମାର କ୍ୟାମ୍ପସ୍ ବାହାରକୁ କେଉଁଠାକୁ ଯାଉଛନ୍ତି ଓ କାହିଁକି ଯାଉଛନ୍ତି ଆଦି ସଂପର୍କରେ ବରାବର ସୂଚନା ଦେବା ଲାଗି ଦିଲ୍ଲୀ ପୋଲିସ୍ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। କହ୍ନେୟାଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ଏଭଳି ସୂଚନା ଉପଲବ୍ଧ କରାଇବାକୁ କହିଛି।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷକୁ ଏକ ଚିଠି ଲେଖି ଡିସିପି (ଦକ୍ଷିଣ) ପ୍ରେମ ନାଥ କହିଛନ୍ତି ଯେ ଜେଏନ୍‌ୟୁ ବସନ୍ତ କୁଞ୍ଜ (ଉତ୍ତର) ପୋଲିସ୍ ଥାନା ଅଧୀନରେ ଆସୁଛି। ଏହି ଥାନାର ମୁଖ୍ୟଙ୍କୁ କହ୍ନେୟାଙ୍କ ସଂପର୍କରେ ସମସ୍ତ ସୂଚନା ଦିଆଯିବା ଉଚିତ୍। ବିଶେଷ କରି କ୍ୟାମ୍ପସ୍ ବାହାରକୁ ସେ କେଉଁ କେଉଁ ସ୍ଥାନକୁ ଯାଉଛନ୍ତି, କ’ଣ ପାଇଁ ଯାଉଛନ୍ତି, ସେ ସଂପର୍କରେ ପୋଲିସ୍‌କୁ ସୂଚନା ଦିଆଯିବା ଉଚିତ୍। ତା’ହେଲେ ପୋଲିସ୍ ତାଙ୍କର ସୁରକ୍ଷା ନେଇ ବ୍ୟବସ୍ଥା କରିପାରିବ ଏବଂ କୌଣସି ପ୍ରକାର ଅଘଟଣକୁ ଏଡ଼ାଇ ଦିଆଯାଇପାରିବ।

ମିଳିଥିବା ସୂଚନା ଅନୁଯାୟୀ କହ୍ନେୟା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ବାହାରିବା ମାତ୍ରେ ଏକ ପୋଲିସ୍ ଟିମ୍ ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବ।

କହ୍ନେୟାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୋର୍ଟ ଦିଲ୍ଲୀ ପୋଲିସ୍‌କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରୀ ୧୭ ତାରିଖରେ ପଟିଆଲା ହାଉସ୍ କୋର୍ଟ ପରିସରରେ ଓକିଲମାନେ କହ୍ନେୟାଙ୍କୁ ମାଡ଼ ମାରିବା ପରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଦିଲ୍ଲୀ ପୋଲିସ୍‌କୁ ସତ୍ତର୍କ କରାଇ ଦେଇ କହିଥିଲେ ଯେ ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଥିବା ଜେଏନ୍‌ୟୁର କୌଣସି ଛାତ୍ରଙ୍କୁ ଯେପରି ଟିକେ ବି ଆଘାତ ନ ଲାଗେ। କହ୍ନେୟାଙ୍କ ସମେତ ୩ ଜଣ ଛାତ୍ର ଗିରଫ ହୋଇଥିଲେ। ଅନ୍ୟ ଦୁଇ ଜଣ ଏବେବି ବିଚାରବିଭାଗୀୟ ହାଜତରେ ଅଛନ୍ତି।

ଫେବ୍ରୁଆରୀ ୯ ତାରିଖରେ ଜେଏନ୍‌ୟୁ କ୍ୟାମ୍ପସରେ ସଂସଦର ଆକ୍ରମଣକାରୀ ଅଫଜଲ ଗୁରୁକୁ ଫାଶୀ ଦିଆଯିବା ବିରୋଧରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କହ୍ନେୟା ସମେତ ଆଉ କିଛି ଛାତ୍ର ଦେଶ ବିରୋଧୀ ନାରା ଦେଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଫେବ୍ରୁଆରୀ ୧୨ ତାରିଖରେ ତାଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା। ସେ ଗିରଫ ହେବାର ୧୦ ଦିନ ପରେ ଆଉ ଦୁଇ ଛାତ୍ର ଉମର ଖାଲିଦ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଏହି ସମାନ ମାମଲାରେ ଆତ୍ମସମର୍ପଣ କରିଥିଲେ। ସେମାନେ ଏବେବି ଜେଲରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story