ମହିଳାଙ୍କ ପାଇଁ ଖୁସି ଖବର: ୨୦୨୨ରୁ ଏନ୍‌ଡିଏରେ ମିଳିବ ଚାନ୍ସ  

ନୂଆଦିଲ୍ଲୀ:ଏଣିକି ପୁରୁଷଙ୍କ ଭଳି ମହିଳାମାନେ ସେନାରେ ଉଚ୍ଚ ପଦପଦବୀରେ ରହିପାରିବେ। ତେଣୁ ମହିଳା କ୍ୟାଡେଟ୍‌ଙ୍କ ପାଇଁ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପ୍ରସ୍ତୁତି ହେଉଛି। ମହିଳା ପ୍ରାର୍ଥୀମାନେ ମେ’ ୨୦୨୨ରୁ ଏନ୍‌ଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରିଛନ୍ତି। ସେଥିରେ କୁହାଯାଇଛି ଯେ, ଯୋଗ୍ୟତା ପର୍ଯ୍ୟାୟରେ ଫିଜିକାଲ ଫିଟନେସର ମାନଦଣ୍ଡ ରହିବା ସହ ସେମାନଙ୍କ ପାଇଁ  ଉପଯୁକ୍ତ ତାଲିମ ବ୍ୟବସ୍ଥା […]

790

790

Tapas Behera
  • Published: Tuesday, 21 September 2021
  • Updated: 21 September 2021, 03:55 PM IST

Sports

Latest News

ନୂଆଦିଲ୍ଲୀ:ଏଣିକି ପୁରୁଷଙ୍କ ଭଳି ମହିଳାମାନେ ସେନାରେ ଉଚ୍ଚ ପଦପଦବୀରେ ରହିପାରିବେ। ତେଣୁ ମହିଳା କ୍ୟାଡେଟ୍‌ଙ୍କ ପାଇଁ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପ୍ରସ୍ତୁତି ହେଉଛି। ମହିଳା ପ୍ରାର୍ଥୀମାନେ ମେ’ ୨୦୨୨ରୁ ଏନ୍‌ଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରିଛନ୍ତି।

ସେଥିରେ କୁହାଯାଇଛି ଯେ, ଯୋଗ୍ୟତା ପର୍ଯ୍ୟାୟରେ ଫିଜିକାଲ ଫିଟନେସର ମାନଦଣ୍ଡ ରହିବା ସହ ସେମାନଙ୍କ ପାଇଁ  ଉପଯୁକ୍ତ ତାଲିମ ବ୍ୟବସ୍ଥା ଏବଂ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯିବ। ବିଶେଷକରି ମେଡିକାଲ୍ ଫିଟ୍ ପ୍ରାର୍ଥୀମାନଙ୍କୁ ଅନୁମତି ଦିଆଯିବ। ଯେମିତି  ପୁରୁଷ କ୍ୟାଡେଟଙ୍କ ପାଇଁ ମାନଦଣ୍ଡ ଅଛି ସେହିପରି ମହିଳାଙ୍କ ପାଇଁ  ଉପଯୁକ୍ତ ମାନକ ପ୍ରସ୍ତୁତ କରାଯିବ। ତେବେ ସବୁ ମହିଳାଙ୍କ ପାଇଁ ଏକ ସମାନ୍ତରାଳ ଶାରୀରିକ ମାନଦଣ୍ଡ ରହିବ ନାହିଁ ଏବଂ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ସେହିପରି ମହିଳାଙ୍କ ତାଲିମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ଏ ସମ୍ପର୍କରେ ଏକ ଜବାବ ଦାଖଲ ପାଇଁ କହିଥିଲେ। ଲିଙ୍ଗଗତ ସମାନତା ପାଇଁ ପ୍ରତିରକ୍ଷା ବାହିନୀ ନିଜଆଡ଼ୁ ଅଧିକ ପଦକ୍ଷେପ ନେବା ଆଶା ରହିଛି ବୋଲି ଖଣ୍ଡପୀଠ କହିଥିଲେ। ତେବେ ଏହି ଶୁଣାଣି ବେଳେ ମହିଳାମାନଙ୍କୁ ଏନଡିଏ ପରୀକ୍ଷା ମାଧ୍ୟମରେ ପର୍‌ମାନେଣ୍ଟ କମିସନରେ ଭର୍ତ୍ତି ହେବା ପାଇଁ କେନ୍ଦ୍ରସରକାର ରାଜି ହୋଇଥିଲେ।  ଚଳିତବର୍ଷର ଏନଡିଏ ପରୀକ୍ଷା ଗତ ଅଗଷ୍ଟ ୫ ତାରିଖରେ ହେବାକୁ ସ୍ଥିର ହୋଇଥିଲା। ଏହା ପୂର୍ବରୁ ସୁପ୍ରିମ କୋର୍ଟ ଏକ ଅନ୍ତରୀଣ ରାୟ ଦେଇ ମହିଳାମାନଙ୍କୁ ପରୀକ୍ଷା ଅନୁମତି ଦେବାଲାଗି ନିର୍ଦ୍ଦେଶ ଦେଇଥିଲେ। ମହିଳାଙ୍କୁ ଅନୁମତି ଦିଆଯାଉ ନଥିବାରୁ ସେନାକୁ ସମାଲୋଚନା କରିଥିଲେ ସୁପ୍ରିମକୋର୍ଟ। ତେବେ ଏନଡିଏ  ପରୀକ୍ଷା ମାଧ୍ୟମରେ ମହିଳାମାନେ ସେନା ବାହିନୀରେ ପର୍‌ମାନେଣ୍ଟ କମିସନ ଚାକିରି କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story