୩୦ ଫୁଟ ତଳକୁ ଖସି ଦୁଇ ଖଣ୍ଡ ହେଲା ଏୟାର ଇଣ୍ଡିଆ ବିମାନ

ଥିରୁଅନନ୍ତପୁରମ: କେରଳ କୋଝିକୋଡ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଅବତରଣ କରିବା ବେଳେ କ୍ରାସ କରିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁବାଇରୁ କେରଳର କୋଝିକୋଡକୁ ଆସୁଥିଲା ଏହି ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX-1344)। ସଂଧ୍ୟା ୭ଟା ୪୦ରୁ ୪୫ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। କୋଝିକୋଡ ବିମାନ ବନ୍ଦର କାରିପୁର ବିମାନବନ୍ଦର ଭାବରେ ଜଣାଶୁଣା। ଘଟଣାସ୍ଥଳରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ, ବିମାନଟି କାରିପୁର […]

AIR INDIA KERALA

AIR INDIA KERALA

Subhransu Sekhar
  • Published: Friday, 07 August 2020
  • Updated: 07 August 2020, 10:18 PM IST

Sports

Latest News

ଥିରୁଅନନ୍ତପୁରମ: କେରଳ କୋଝିକୋଡ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଅବତରଣ କରିବା ବେଳେ କ୍ରାସ କରିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁବାଇରୁ କେରଳର କୋଝିକୋଡକୁ ଆସୁଥିଲା ଏହି ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX-1344)। ସଂଧ୍ୟା ୭ଟା ୪୦ରୁ ୪୫ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। କୋଝିକୋଡ ବିମାନ ବନ୍ଦର କାରିପୁର ବିମାନବନ୍ଦର ଭାବରେ ଜଣାଶୁଣା। ଘଟଣାସ୍ଥଳରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ବିମାନଟି କାରିପୁର ବିମାନବନ୍ଦରର ରନୱେରେ ଅବତରଣ କରିବା ପରେ fuselage (ବିମାନର ବଡ଼ି)ଟି ଭାଙ୍ଗି ଯାଇଥିଲା। ଆହତ କିମ୍ବା ମୃତାହତଙ୍କ ବାବଦରେ ସୂଚନା ମିଳିନାହିଁ। ବିମାନରେ ନିଆଁ ଲାଗି ନ ଥିବା ଜଣାପଡ଼ିଛି। ଏହି ବିମାନଟି "ବନ୍ଦେ ଭାରତ" ମିଶନର ଏକ ଅଂଶ ଥିଲା ଯାହା ବିଦେଶରେ ଥିବା ଭାରତୀୟଙ୍କୁ ନେଇ ଆସୁଥିଲା।

କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଟୁଇଟ୍‌ କରି କହିଛନ୍ତି, କାରିପୁରର କୋଝିକୋଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଦୁର୍ଘଟଣା ଘଟିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର ଏବଂ ଚିକିତ୍ସା ସହାୟତା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

ସେହିପରି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି, ଏୟାର ଇଣ୍ଡିଆ ଏକ୍ସପ୍ରେସଟି ଦୁବାଇରୁ କାରିପୁର ଆସୁଥିଲା। ବିମାନରେ ୧୯୫ ଜଣ ଥିଲେ। ପ୍ରବଳ ବର୍ଷା କାରଣରୁ ୨୦୦୦ ମିଟର ପର୍ଯ୍ୟନ୍ତ ଦେଖା ଯାଉଥିଲା। ରନୱେ ୧୦ରେ ବିମାନଟି ଅବତରଣ କରିଥିଲା। ଏହାପରେ ବିମାନଟି ରନୱେ ଠାରୁ ୩୦ ଫୁଟ ତଳକୁ ଖସିଯିବାର ଦୁଇ ଖଣ୍ଡ ହୋଇଛି। ଏହି ଦୁର୍ଘଟଣାରେ ଡିଜିସିଏ ତଦନ୍ତ ନିର୍ଦ୍ଦେଶ ଦେଇଛି।

ଡିଜିସିଏରେ ମହାନିର୍ଦ୍ଦେଶକ ଅରୁଣ କୁମାର ଏକ ଜାତୀୟ ଗଣମାଧ୍ୟମକୁ ଫୋନ୍ ଜରିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି, ବିମାନରେ ୧୮୯ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ରହିଛନ୍ତି। କୋଝିକୋଡ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ପାହାଡିଆ ଉପତ୍ୟକାରେ ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି ଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଏକ ଟିମ୍ କେରଳର ମାଲାପୁରାମରୁ କୋଝିକୋଡକୁ ପଠାଯାଇଛି। ଏହି ଦଳରେ ୫୦ ଟି NDRF କର୍ମଚାରୀ ରହିଛନ୍ତି। କେରଳ ଡିଜିପି ଲୋକନାଥ ବେହେରା କହିଛନ୍ତି, "ଉଦ୍ଧାର ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି। ଅଧିକ ସୂଚନା ପାଇବାକୁ ଚେଷ୍ଟା କରାଯାଉଛି। ବିମାନଟି ଦୁବାଇରୁ କାଲିକଟ ଅଭିମୁଖେ ଆସୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos