ମୁମ୍ୱାଇ: ଡ୍ରଗ୍ସ ଲିଙ୍କ ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ଦିପେଶ ସାଓ୍ୱନ୍ତ ଏନସିବି ଦ୍ୱାରା ଏହି ମାମଲାରେ ଗିରଫ ହୋଇଛି। ଗତକାଲି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଏନସିପି ଦ୍ୱାରା ଗିରଫ ହୋଇଥିଲେ।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା। ଏହି ଲିଙ୍କରେ ସୌଭିକ, ରିଆ, ଦୀପେଶ, ସାମୁଏଲ ଏବଂ ଅନ୍ୟ ଦୁଇ ଜଣଙ୍କ ନାମ ସାମ୍ନାକୁ ଆସିଛି। ଏକ ହ୍ୱାଟସ ଆପ୍ ଚାଟରେ ଦୀପେଶ ରିଆ ଏବଂ ସୌଭିକ ସହିତ ମିଶି ଡ୍ରଗ୍ସ କାରବାର କରୁଥିବାର ପ୍ରମାଣ ମିଳିଛି। ଦୀପେଶ ହେଉଛି ସୁଶାନ୍ତ ସିଂ ରାଜପୁତଙ୍କ ଚାକର। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଜେରାର ସମ୍ମୁଖୀନ ହୋଇସାରିଛି ଦୀପେଶ।
ଏବେ ରିଆଙ୍କୁ ଏନସିବି ସମନ କରିବ ବୋଲି ଜଣାପଡ଼ିଛି। ରିଆ ଡ୍ରଗ୍ସ କାରବାରରେ ସାମିଲ ଥିବା ଜଣାପଡ଼ିଛି ତେଣୁ ସେ ଗିରଫ ହେବାର ସମ୍ଭାବନା ଅଧିକ ବୋଲି ମଧ୍ୟ କହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାପର୍ ବାଦଶାହଙ୍କ ନାଇଟ୍ କ୍ଲବ୍ ବାହାରେ ବିସ୍ଫୋରଣ
ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ନାଇଟ୍ କ୍ଲବ୍ ନିକଟରେ ବିସ୍ଫୋରକ ସାମଗ୍ରୀ ଫିଙ୍ଗି ଚାଲି ଯାଇଥିବା ସୂଚନା ମିଳିଛି।
National
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ ନେଇ ସସ୍ପେନ୍ସ ଜାରି, ଆଜି ଇସ୍ତଫା ଦେବେ ଏକନାଥ
ମହାୟୁତିର ମହାବିଜୟ ପରେ ଏବେ ଚର୍ଚ୍ଚା, ସିଏମ୍ ସିଟରେ ବସିବ କିଏ? ବିଜେପି ପାଇଁ ବିଜୟର ଶ୍ରେୟ ଆଣିଥିବା ଦେବେନ୍ଦ୍ର ଫଡନାଭିସ୍, ମହାୟୁତିର ମହାନାୟକ ସାଜିଥିବା ଏକନାଥ ସିନ୍ଧେ ନା ବିଜୟର ଭାଗିଦାରୀ ଏନସିପିର ଅଜିତ ପାୱାର।
National
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।
National
ଦିଲ୍ଲୀ ପ୍ରଦୂଷଣ: ସ୍କୁଲ ଖୋଲିବା ଉପରେ CAQM ନେବ ନିଷ୍ପତ୍ତି, ଶ୍ରମିକଙ୍କୁ ମିଳୁ ଭତ୍ତା
ବାୟୁ ପ୍ରଦୂଷଣ ଭିତରେ ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ।
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।