ସିବିଆଇ ରେଡ୍ ବେଳେ ଚାଲିଗଲା ଇସିଏଲ୍ ଅଧିକାରୀଙ୍କ ଜୀବନ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ନେଇ ଆଜି ସିବିଆଇ ଦେଶର ୪୫ଟି ସ୍ଥାନରେ ରେଡ୍ କରିଛି। ପଶ୍ଚିମବଙ୍ଗ, ଝଡ଼ଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ରେଡ୍ ହୋଇଛି। ଏହି ସମୟରେ ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର ଜଣେ ସିକ୍ୟୁରିଟି ଅଫିସରଙ୍କ ମୃତ୍ୟୁ ଘଟିଛି। ସିବିଆଇ ତାଙ୍କ ଘରେ ରେଡ୍ କରୁଥିବା ବେଳେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଧନଞ୍ଜୟ ରୟ। ପଶ୍ଚିମବଙ୍ଗ ବର୍ଧମାନ ଜିଲ୍ଲାରେ ଥିବା ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର ସେ ନିୟୋଜିତ ଥିଲେ। ଇସିଏଲର ଚେୟାରମ୍ୟାନ୍ ନିଳାଦ୍ରୀ ରୟ […]

Coal

Coal

Subhransu Sekhar
  • Published: Saturday, 28 November 2020
  • Updated: 28 November 2020, 08:23 PM IST

Sports

Latest News

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ନେଇ ଆଜି ସିବିଆଇ ଦେଶର ୪୫ଟି ସ୍ଥାନରେ ରେଡ୍ କରିଛି। ପଶ୍ଚିମବଙ୍ଗ, ଝଡ଼ଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ରେଡ୍ ହୋଇଛି। ଏହି ସମୟରେ ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର ଜଣେ ସିକ୍ୟୁରିଟି ଅଫିସରଙ୍କ ମୃତ୍ୟୁ ଘଟିଛି। ସିବିଆଇ ତାଙ୍କ ଘରେ ରେଡ୍ କରୁଥିବା ବେଳେ ମୃତ୍ୟୁ ଘଟିଛି।

ମୃତକ ଜଣଙ୍କ ହେଉଛନ୍ତି ଧନଞ୍ଜୟ ରୟ। ପଶ୍ଚିମବଙ୍ଗ ବର୍ଧମାନ ଜିଲ୍ଲାରେ ଥିବା ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର ସେ ନିୟୋଜିତ ଥିଲେ।

ଇସିଏଲର ଚେୟାରମ୍ୟାନ୍ ନିଳାଦ୍ରୀ ରୟ ପ୍ରତିକ୍ରିୟାରେ କହିଛନ୍ତି, ଆଜି ସିବିଆଇ ଧନଞ୍ଜୟଙ୍କ ଘରକୁ ରେଡ୍ କରିବା ପାଇଁ ଯାଇଥିଲା। ସକାଳେ ତାଙ୍କ ଘରେ ସିବିଆଇ ପହଞ୍ଚିଥିଲା। ଏହାପରେ ଧନଞ୍ଜୟ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଧନଞ୍ଜୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos