କାଏରୋ: ଦକ୍ଷିଣ ଇଜିପ୍ଟର ଲକ୍ଜର ସହରର ଏକ ପର୍ଯ୍ୟଟନସ୍ଥଳୀ ନିକଟରେ ବୁଧବାର ହୋଇଛି ଆତ୍ମଘାତୀ ବିସ୍ଫୋରଣ। ଏଥିରେ ଇଜିପ୍ଟର ୪ ଜଣ ନାଗରିକ ଆହତ ହୋଇଛନ୍ତି। କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ। ତେବେ ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହିଁ।
ଘଟଣାଟି ଘଟିଥିଲା ଲକ୍ଜର ସହର ସ୍ଥିତ କରନାକ ମନ୍ଦିର ପରିସରରେ। ମନ୍ଦିର ପରିସରରେ ଥିବା ପାର୍କିଂ ସ୍ଥାନରେ ଜଣେ ବ୍ୟକ୍ତି ନିଜକୁ ଉଡ଼ାଇ ଦେଇଥିଲେ। ଫଳରେ ଇଜିପ୍ଟର ଚାରି ଜଣ ନାଗରିକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଦୋକାନୀ ହୋଇଥିବା ବେଳେ ଆଉ ଦୁଇ ଜଣ ପୋଲିସ୍ କର୍ମଚାରୀ। ତେବେ ଏହି ଘଟଣାରେ କୌଣସି ପର୍ଯ୍ୟଟକ ଆହତ ହୋଇନାହାନ୍ତି ବୋଲି ଇଜିପ୍ଟର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୧୯୯୭ର ଲକ୍ଜର ସ୍ଥିତ ଫାରାଓହ ମନ୍ଦିରରେ ଆତଙ୍କବାଦୀ ଆକ୍ରମଣରେ ୫୮ ଜଣ ପର୍ଯ୍ୟଟକଙ୍କ ସେମତ ୪ ଜଣ ଇଜିପ୍ଟ ନାଗରିକଙ୍କ ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।