ଶିବସେନାର ୫୦:୫୦ ଫର୍ମୁଲା ସରକାର ଗଢ଼ିବା ଦାବି ମିଛ: ଫଡ଼ନାଭିସ

ମୁମ୍ୱାଇ: ଆସନ୍ତାକାଲି ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୫ ଦିନ ପରେ ବି ମହାରାଷ୍ଟ୍ରରେ ଦୁଇ ସହଯୋଗୀଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ହୋଇପାରିନି। ତେଣୁ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିପାରନ୍ତି। ଏହାରି ଭିତରେ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କୁ ଭେଟି ଫଡ଼ନାଭିସ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ମଧ୍ୟ ଇସ୍ତଫା ଗ୍ରହଣ କରିଛନ୍ତି। […]

FADNAVIS RESIGN

FADNAVIS RESIGN

Subhransu Sekhar
  • Published: Friday, 08 November 2019
  • Updated: 08 November 2019, 07:22 PM IST

Sports

Latest News

ମୁମ୍ୱାଇ: ଆସନ୍ତାକାଲି ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୫ ଦିନ ପରେ ବି ମହାରାଷ୍ଟ୍ରରେ ଦୁଇ ସହଯୋଗୀଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ହୋଇପାରିନି। ତେଣୁ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିପାରନ୍ତି। ଏହାରି ଭିତରେ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କୁ ଭେଟି ଫଡ଼ନାଭିସ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ମଧ୍ୟ ଇସ୍ତଫା ଗ୍ରହଣ କରିଛନ୍ତି। କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ରାଜ୍ୟପାଳ ତାଙ୍କୁ କହିଥିବା ସେ କହିଛନ୍ତି। ଆଗାମୀ ଦିନରେ ବିଜେପି ନେତୃତ୍ୱରେ ହିଁ ସରକାର ଗଠନ ହେବ। ନୂଆ ସରକାର ଗଢ଼ି ନହେବା ପାଇଁ ଶତ ପ୍ରତିଶତ ଶିବସେନା ହିଁ ଦାୟୀ ବୋଲି କାମଚଳା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଇସ୍ତଫା ଦେବା ପରେ ଫଡ଼ନାଭିସ ଗଣମାଧ୍ୟମକୁ କହିଛନ୍ତି, ‘ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଉଦ୍ଧବ ଠାକରେଙ୍କ ନିକଟତମ ବ୍ୟକ୍ତି ମନ୍ତବ୍ୟ ଦେଉଛନ୍ତି, ତାହା ଭିତ୍ତିହୀନ। ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସେମିତି କିଛି ଆଲୋଚନା ହୋଇନି। ଏ ନେଇ ମୁଁ ଦଳର ଅଧ୍ୟକ୍ଷ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ମଧ୍ୟ ପଚାରିଛି, ହେଲେ ୫୦:୫୦ ଫର୍ମୁଲାରେ ସରକାର ଗଢ଼ିବା ନେଇ କୌଣସି ଆଲୋଚନା ହୋଇନି’।

ଫଡ଼ନାଭିସ ଆହୁରି କହିଛନ୍ତି, ‘ଯଦି ୫୦:୫୦ ଫର୍ମୁଲା ସରକାର ସତ ତାହେଲେ ଶିବସେନା ଆଲୋଚନା ପାଇଁ କାହିଁକି ପ୍ରଥମରୁ ମନା କରିଥିଲା? ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରିଥାନ୍ତା। ମୋର ଉଦ୍ଧବ ଠାକରେଙ୍କ ସହିତ ଭଲ ସମ୍ପର୍କ ରହିଛି। ମୁଁ ଆଲୋଚନା କରିବା ପାଇଁ ଫୋନ୍ କରିଥିଲା। ହେଲେ ସହଯୋଗୀ ଦଳର ନେତାଙ୍କ ଫୋନ୍ ଉଠାଇବା ପରିବର୍ତ୍ତେ ଏନସିପି ଓ କଂଗ୍ରେସ ସହ ଆଲୋଚନା କରୁଛି ଶିବସେନା। ବିଜେପି ସହ ମିଶି ଶିବସେନା ନିର୍ବାଚନ ଲଢ଼ିଥିଲା, ହେଲେ ଫଳାଫଳ ଘୋଷଣା ହେବା ପରେ ସରକାର ଗଢ଼ିବା ନେଇ ବିରୋଧୀ ଦଳକୁ ଅଧିକ ଗୁରୁତ୍ୱ ଦେଇଛି ଶିବସେନା। ନିର୍ବାଚନରେ ବିଜେପି ଯେତିକି ଆଶା ରଖିଥିଲା ତା’ଠୁ କମ୍ ଆସନ ଜିତିଛି। ଉଦ୍ଧବ ଠାକରେ ତାଙ୍କ ପ୍ରଥମ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ, ସରକାର ଗଢ଼ିବା ତାଙ୍କ ଦଳ ପ୍ରସ୍ତୁତ। ମୋର ବି ମତ ଯେ ଏନଡିଏକୁ ହିଁ ଜନାଦେଶ ମିଳିଛି’।

ଶିବସେନା ନେତା ବିଜେପି ନେତା ଓ ପ୍ରଧାନମନ୍ତ୍ରୀଙ୍କୁ ନେଇ କଟୂ ମନ୍ତବ୍ୟ ଦେଉଥିବାର ଜବାବ ମଧ୍ୟ ଦେଇଛନ୍ତି ଫଡ଼ନାଭିସ, ‘ନିର୍ବାଚନ ଫଳାଫଳ ପରେ ଶିବସେନାର କିଛି ନେତା ଯେଉଁ ଭାଷାରେ ସମାଲୋଚନା କରୁଛନ୍ତି, ଆମେ ମଧ୍ୟ ସମାନ ଭାଷାରେ ଦେଇପାରିବୁ। ଆମର ସଂସ୍କୃତି କିନ୍ତୁ ଏହା ନୁହଁ। ଆମେ ବାଲା ସାହାବ ଠାକରେଙ୍କୁ ସମ୍ମାନ କରୁ। ତେଣୁ ତାଙ୍କ ବାବଦରେ କେବେ କିଛି କଟୂ ମନ୍ତବ୍ୟ ଦେଉନାହୁଁ। ଏମିତିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉଦ୍ଧବ ଠାକରେଙ୍କୁ କେବେ ସମାଲୋଚନା କରିନାହାନ୍ତି। ହେଲେ ମୋଦିଙ୍କୁ ଯେଉଁଭଳି ଭାଷାରେ ଶିବସେନା ନେତା ସମାଲୋଚନା କରିଛନ୍ତି, ତାହା ଆମକୁ ଅଧିକ ଦୁଃଖ ଦେଇଛି’।

ବିରେଧୀ କଂଗ୍ରେସ ଘୋଡ଼ା ବେପାର ନେଇ ଯେଉଁ ଅଭିଯୋଗ ଆଣୁଛି, ପ୍ରଥମେ ପ୍ରମାଣ କରି ଦେଖାଉ। ପ୍ରମାଣ ନଥାଇ ଏଭଳି ଅଭିଯୋଗ ଆଣିବା ଭୁଲ୍ ବୋଲ ଫଡ଼ନାଭିସ କହିଛନ୍ତି। ମୋତେ ମହାରାଷ୍ଟ୍ରର ସେବା କରିବା ପାଇଁ ସୁଯୋଗ ମିଳିଥିଲା। ଏଥିପାଇଁ ମହାରାଷ୍ଟ୍ରବାସୀ, ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଅନ୍ୟାନ୍ୟ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫଡ଼ନାଭିସ। ଏଥିସହ ଶିବସେନାର ନାଁ ନନେଇ ଧନ୍ୟବାଦ ଦେଇଛନ୍ତି ଫଡ଼ନାଭିସ।

ଲୋକସଭା ନିର୍ବାଚନ ବେଳେ ମହାରାଷ୍ଟ୍ରବାସୀ ବିଜେପିକୁ ଅଧିକ ଆସନରେ ବିଜୟୀ କରାଇଥିଲେ। ସେହିଭଳି ବିଧାନସଭା ନିର୍ବାଚନରେ ମଧ୍ୟ ୧୦୫ ଆସନ ସହ ବିଜେପିକୁ ରାଜ୍ୟବାସୀ ଅଧିକ ଆସନରେ ବିଜୟୀ କରାଇଛନ୍ତି। ବିଜେପି ନେତୃତ୍ୱରେ ମେଣ୍ଟ ୧୬୦ରୁ ଅଧିକ ଆସନ ଜିତିଛି ବୋଲି ଫଡ଼ନାଭିସ କହିଛନ୍ତି। ଏହା ତାଙ୍କ ପାଇଁ ବଡ଼ ସଫଳତା ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଧାୟକ ବିକ୍ରି ହୋଇଯିବା ଆଶଙ୍କା କରି ଶିବସେନା ନିଜ ବିଧାୟକଙ୍କୁ ମୁମ୍ୱାଇର ଏକ ହୋଟେଲରେ ରଖିଛି। କଂଗ୍ରେସ ନିଜ ବିଧାୟକଙ୍କୁ ରାଜସ୍ଥାନ ଜୟପୁରର ଏକ ହୋଟେଲକୁ ନେଇଛି। ବିରେଧୀ ଏନସିପି ଶିବସେନା ନେତୃତ୍ୱରେ ସରକାରରେ ସାମିଲ୍ ହେବନି ବୋଲି ସ୍ପଷ୍ଟ କରିସାରିଛି। ମହାରାଷ୍ଟ୍ରବାସୀ ବିରୋଧୀ ଆସନରେ ବସିବାକୁ ସୁଯୋଗ ଦେଇଛନ୍ତି ତେଣୁ ତାଙ୍କ ଦଳ ବିରୋଧୀ ଆସନରେ ହିଁ ବସିବ ବୋଲି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଥିଲେ। ଏବେ ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଅନିଶ୍ଚତିତା ଜାରି ରହିଛି। ରାଜନୀତିକ ସ୍ଥିତି ଅସ୍ପଷ୍ଟ ରହିଥିବାରୁ ରାଷ୍ଚ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିଶ କରିପାରନ୍ତି।

ଅକ୍ଚୋବର ୨୦ରେ ନିର୍ବାଚନ ହୋଇ ୨୪ରେ ନିର୍ବାଚନ ଫଳାଫଳ ବାହାରିଥିଲା। ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story