ଶନିବାର ଚକାଜାମ୍, ୧୪ରେ ବିଜେପି ନେତାଙ୍କ ଘର ଘେରାଉ କରିବେ ଚାଷୀ
ନୂଆଦିଲ୍ଲୀ: ଡିସେମ୍ୱର ୧୨ ଅର୍ଥାତ୍ ଆସନ୍ତାକାଲି ଚକା ଜାମ୍ କରିବେ ଚାଷୀ। ଦିଲ୍ଲୀ-ଜୟପୁର ରାସ୍ତାକୁ ଚାଷୀ ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନକୁ ପ୍ରତ୍ୟାହାର ଦାବି କରି ଚାଷୀ ଏହି ନିଷ୍ପତ୍ତି ନେଇଛନ୍ତି। ବୁଧବାର ଏ ନେଇ ସୂଚନା ଦେଇଥିଲା ଚାଷୀ ସଂଘ। ଆଜି ସମ୍ପୂର୍ଣ୍ଣ ଭାବରେ ରାସ୍ତା ଅବରୋଧ ନେଇ ସୂଚନା ଦେଇଛନ୍ତି।
କୃଷକ ସଂଗଠନ କହିଛି ଯେ ବର୍ତ୍ତମାନ ସେମାନଙ୍କର କେବଳ ଗୋଟିଏ ଦାବି ରହିଛି ଯେ ସରକାର ଏହି କୃଷି ଆଇନ ପ୍ରତ୍ୟାହାର କରିବା ଦରକାର। କୌଣସି ମୂଲ୍ୟରେ ପରିବର୍ତ୍ତନ କଲେ ବି ସେମାନେ ଶୁଣିବେ ନାହିଁ। ଭାରତୀୟ କୃଷକ ସଂଘର ମୁଖ୍ୟ ବଲବୀର ଏସ ରାଜୱାଲ କହିଛନ୍ତି ଯେ ଡିସେମ୍ବର ୧୨ରେ ଆମେ ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ କରିବୁ। ୧୪ ତାରିଖ ଦିନ ଆମେ ଡିସି କାର୍ଯ୍ୟାଳୟ, ବିଜେପି ନେତାଙ୍କ ଘର ଏବଂ ରିଲାଏନ୍ସ / ଆଦାନୀ ଟୋଲ ପ୍ଲାଜା ସମ୍ମୁଖରେ ବିରୋଧ କରିବୁ। ହେଲେ ଟ୍ରେନ୍ ବନ୍ଦ କରିବା ନେଇ କୌଣସି କାର୍ଯ୍ୟକ୍ରମ ହୋଇ ନାହିଁ।
On 12th Dec, we'll block Delhi-Jaipur road. On 14th, we'll stage sit-in protest in front of DC offices, houses of BJP leaders & block Reliance/Adani toll plazas. No program to stop trains. Number of farmers coming here is increasing: Balbir S Rajewal, Bharatiya Kisan Union chief pic.twitter.com/GaqkIZ8OnO
— ANI (@ANI) December 11, 2020
ଯଦି କେନ୍ଦ୍ର ସରକାର କୃଷି ଆଇନକୁ ସଂଶୋଧନ କରିବାକୁ ପ୍ରସ୍ତୁତ, ତାହେଲେ କୃଷି ଆଇନ ପ୍ରତ୍ୟାହାର କରିବାରେ ଅସୁବିଧା କେଉଁଠି ରହିଛି ବୋଲି ସେ କହିଛନ୍ତି। ଏହାପୂର୍ବରୁ ରାକେଶ କହିଥିଲେ ଯେ ୧୫ଟି ସଂଶୋଧନ ମଧ୍ୟରୁ ୧୨ଟିରେ ସଂଶୋଧନ ପାଇଁ ସରକାର ପ୍ରସ୍ତୁତ। ତେଣୁ ଏହାର ଅର୍ଥ ଆଇନରେ ତ୍ରୁଟି ରହିଛି। କିନ୍ତୁ କୌଣସି ଆଇନରେ ତ୍ରୁଟି ନାହିଁ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଯଦି ଆଇନର କିଛି ପ୍ରସଙ୍ଗରେ ସଂରକ୍ଷଣ ଆବଶ୍ୟକତା ରହିଛି ତାହେଲେ ଦାବି ଅନୁଯାୟୀ ସରକାର କରିବେ। ଏଥିରେ ତ୍ରୁଟି ନାହିଁ ବୋଲି ତୋମାର କହିଛନ୍ତି।
ଅନ୍ୟପଟେ ଚାଷୀ ନେତାଙ୍କ ଅନିର୍ଦ୍ଦିଷ୍ଟ କାଳ ସମର୍ଥନକୁ ସଞ୍ଜିବନୀ ଯୋଗାଇଛି ଏନସିପି ସଭାପତି ଶରଦ ପାୱାରଙ୍କ ମନ୍ତବ୍ୟ। ସେ କହିଛନ୍ତି ସରକାର ଏବେ ସହନଶୀଳତା ପରୀକ୍ଷା ନକରି ଚାଷୀଙ୍କ କଥା ମାନିବା ଦରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।