ଆଗାମୀ ୪୮-୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ: ସ୍ୱାସ୍ଥ୍ୟମନ୍ତ୍ରୀ

ଗୌହାଟି: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ (୮୬)ଙ୍କ ଶରୀରର ଅନେକ ଅଂଗ ଅଚଳ ହୋଇଯାଇଛି। ଏବେ ସେ ଭେଣ୍ଟିଲେଟରରେ ରହିଛନ୍ତି। ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ହସ୍ପିଟାଲ ଆସି ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ଏହା କହିଛନ୍ତି। ଗୋଗୋଇ ଏବେ ଗୌହାଟି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ନଭେମ୍ୱର ୨ରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସମ୍ବେଦନଶୀଳ ରହିଛି। ଔଷଧ ଏବଂ ଅନ୍ୟାନ୍ୟ ଉପାୟରେ […]

tarun-gogoi

tarun-gogoi

Subhransu Sekhar
  • Published: Sunday, 22 November 2020
  • Updated: 22 November 2020, 03:03 PM IST

Sports

Latest News

ଗୌହାଟି: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ (୮୬)ଙ୍କ ଶରୀରର ଅନେକ ଅଂଗ ଅଚଳ ହୋଇଯାଇଛି। ଏବେ ସେ ଭେଣ୍ଟିଲେଟରରେ ରହିଛନ୍ତି। ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ହସ୍ପିଟାଲ ଆସି ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ଏହା କହିଛନ୍ତି। ଗୋଗୋଇ ଏବେ ଗୌହାଟି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ନଭେମ୍ୱର ୨ରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସମ୍ବେଦନଶୀଳ ରହିଛି। ଔଷଧ ଏବଂ ଅନ୍ୟାନ୍ୟ ଉପାୟରେ ତାଙ୍କ ଅଙ୍ଗର ପୁନରୁଦ୍ଧାର ପାଇଁ ସମସ୍ତ ପ୍ରୟାସ ଚାଲିଛି। ତଥାପି ଆଗାମୀ ୪୮-୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୌହାଟି ହସ୍ପିଟାଲର ଡାକ୍ତରମାନେ ଦିଲ୍ଲୀ ଏମ୍ସ ବିଶେଷଜ୍ଞଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ସୂଚନାଯୋଗ୍ୟ, ଆସାମର ତିନି ତିନିଥର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୋଗୋଇ। ଅଗଷ୍ଟ ୨୫ରେ ଗୋଗୋଇ ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଦୁଇ ମାସ ହସ୍ପିଟାଲରେ ରହିବା ପରେ ଅକ୍ଚୋବର ୨୫ରେ ଗୋଗାଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ହେଲେ ଡିସଚାର୍ଜର ଠିକ୍ ୧୯ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ପୁଣିଥରେ ଖରାପ ହୋଇଥିଲା। ଆଉ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos