ଅକ୍ରା: ଘାନାର ରାଜଧାନୀ ଅକ୍ରାରେ ଏକ ଗ୍ୟାସ୍ ଷ୍ଟେସନରେ ଗତ ବୁଧବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟି ୨୦୦ ଜଣଙ୍କ ମୃତ୍ୟୁ ଘଟିଛି। ୩୫ ଜଣ ଗୁରୁତର ଭାବେ ପୋଡ଼ି ଯାଇଥିବା ବେଳେ ଆର୍ମି ହସପିଟାଲରେ ସେମାନଙ୍କୁ ଚିକିତ୍ସା କରାଯାଉଛି। ଘାନାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ହେଉଥିବା ଯୋଗୁ ଏହି ଗ୍ୟାସ ଷ୍ଟେସନଟିରେ ଲୋକେ ଆଶ୍ରୟ ନେଇଥିବା ବେଳେ ଘଟିଥିଲା ବିସ୍ଫୋରଣ। ତେବେ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ତେବେ କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଗ୍ୟାସ ଷ୍ଟେସନ୍ ନିକଟରେ ଥିବା ଏକ ଟ୍ରଲି ଟର୍ମିନାଲରେ ନିଆଁ ଲାଗିବା ପରେ ଏହି ବିସ୍ଫୋରଣ ଘଟିଥିଲା। ତେଣୁ ଗ୍ୟାସ୍ ଷ୍ଟେସନରେ ଲିକେଜ୍ ଥିଲା ବୋଲି ଆଶଙ୍କା କରାଯାଉଛି।
ଏହି ଘଟଣା ପରେ ଘାନା ରାଷ୍ଟ୍ରପତି ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି। ଆସନ୍ତା ସୋମାବର (ଜୁନ୍ ୮ ତାରିଖ)ରୁ ଏହି ତିନି ଦିନିଆ ଶୋକ ପାଳନ ଆରମ୍ଭ ହେବ। ଏହା ସହିତ ମୃତାହତଙ୍କ ପାଇଁ ଘାନା ସରକାର ୧୫ ମିଲିୟନ ଡଲାର ସହାୟତା ଘୋଷଣା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେ. ସଞ୍ଜୟ ମୂର୍ତ୍ତୀ ନୂଆ ସିଏଜି ନିଯୁକ୍ତ
କେ. ସଞ୍ଜୟ ମୂର୍ତ୍ତୀଙ୍କୁ ନୂଆ କମ୍ପଟ୍ରୋଲର୍ ଏବଂ ଅଡିଟର ଜେନେରାଲ୍ (CAG) ଭାବରେ ନିଯୁକ୍ତ କରିଛନ୍ତି ଭାରତ ସରକାର। ଅଗଷ୍ଟ ୨୦୨୦ରୁ ସିଏଜି ଭାବେ କାର୍ଯ୍ୟ କରୁଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହେଉଛି।
National
କାରରେ ଯାଉଥିବା ବେଳେ ଅନୀଲ ଦେଶମୁଖଙ୍କୁ ପଥର ମାଡ଼, ମୁଣ୍ଡ ଫାଟିଲା
ପଥର ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏଥିପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ପଳାଉଥିଲା ପାକିସ୍ତାନ
ନୋ-ଫିଶିଂ ଜୋନରେ ମାଛ ଧରୁଥିବାବେଳେ ଧରିନେଉଥିଲା ପାକିସ୍ତାନ। ସମୁଦ୍ରରେ ପାକିସ୍ତାନୀ ଜାହାଜକୁ ଦୀର୍ଘ ଦୁଇ ଘଣ୍ଟା ପିଛା କରି ମତ୍ସ୍ୟଜୀବୀଙ୍କୁ ମୁକୁଳାଇଲା ଭାରତୀୟ କୋଷ୍ଟଗାର୍ଡ।
Politics
କ୍ଷମତାରେ ଥିବା ବେଳେ ୟୁପିଏ ଭୁଲ କରିଥିବା କଥା ସ୍ୱୀକାର କଲେ ରାହୁଲ ଗାନ୍ଧି
କ୍ଷମତାରେ ଥିବା ବେଳେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ ନ କରିବା ଭୁଲ ଥିଲା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।
National
ପ୍ରବେଶ ନିଷେଧ: ମୁସଲିମ ବ୍ୟବସାୟୀମାନଙ୍କୁ ମେଳାରୁ ତଡ଼ି ଦେଲେ
ସ୍ୱଦେଶୀ ମେଳାକୁ ମୁସଲିମଙ୍କ ପ୍ରବେଶ ନିଷେଦ୍ଧ ବୋଲି ମଧ୍ୟ ଆୟୋଜନକମାନେ କହିଥିବା ଅଭିଯୋଗ ହୋଇଛି। ମୁସଲିମ ବ୍ୟବସାୟୀମାନେ ଷ୍ଟଲ ବୁକ କରିବା ସହ ଆବଶ୍ୟକ ଫି’ ଦେଇଥିଲେ।