ନୂଆଦିଲ୍ଲୀ: କରୋନାର ସଫଳ ଟିକା ସାରା ଦେଶରେ ପହଞ୍ଚିବା ବେଳକୁ ମୃତ୍ୟୁସଂଖ୍ୟା ୨୦ ଲକ୍ଷ ହୋଇଯାଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ଅଧିକାରୀ ଶୁକ୍ରବାର ଦିନ ଏଭଳି କହିଛନ୍ତି। ଯଦି କରୋନାକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନିଆ ନ ଯାଏ ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।
WHO ର ଜରୁରୀକାଳୀନ ମୁଖ୍ୟ ମାଇକ୍ ରିୟାନ୍ କହିଛନ୍ତି ଯେ ସଂକ୍ରମଣର ବୃଦ୍ଧି ପାଇଁ ଯୁବକମାନେ ଦାୟୀ ହେବା ଉଚିତ୍ ନୁହେଁ। ହେଲେ ଲକଡାଉନ୍ ହଟାଇ ଦେବାରୁ ଯୁବକ ଯୁବତୀମାନେ କରୋନାକୁ ସଂପ୍ରସାରିତ କରି ଦେଲେ'।
WHO ଟିକାକୁ କିଭଳି ସାରା ବିଶ୍ୱରେ ଶୀଘ୍ର ପହଞ୍ଚିବ ସେ ନେଇ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହାର ନାମ COVAX ରହିଛି। କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ଯାଞ୍ଚ କରିବାକୁ WHO ଏକ ଚୁକ୍ତିନାମା ପ୍ରକାଶ କରିଛି। ଯାହା ଟିକା ଉପରେ କରାଯାଉଥିବା ମାନବ ପରୀକ୍ଷଣରେ ଫାର୍ମା କମ୍ପାନୀଗୁଡିକୁ ସାହାଯ୍ୟ କରିବ। ଏହି ଡକ୍ୟୁମେଣ୍ଟ ଲୋକଙ୍କ ପାଇଁ ୮ ଅକ୍ଟୋବର ପର୍ଯ୍ୟନ୍ତ ଉପଲବ୍ଧ ହେବ।
WHOର ବରିଷ୍ଠ ପରାମର୍ଶଦାତା ବ୍ରୁସ୍ ଅଏଲୱାର୍ଡ ଏହା କହିଛନ୍ତି। WHO କାର୍ଯ୍ୟକ୍ରମରେ ତାଇୱାନର ସମ୍ପୃକ୍ତିକୁ ସେ ସୁନିଶ୍ଚିତ କରିଛନ୍ତି। ହେଲେ ତାଇୱାନ WHO ର କିନ୍ତୁ ସଦସ୍ୟ ଦେଶ ନୁହେଁ। WHOର COVAX କାର୍ଯ୍ୟକ୍ରମରେ ୧୫୯ଟି ଦେଶ ଏଯାବତ ଯୋଗ ଦେଇଛନ୍ତି। ହେଲେ ୩୪ ଟି ଦେଶ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।