ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ରାଜି: କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତବର୍ଷ ସେପ୍ଚେମ୍ୱରରେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରୁଛନ୍ତି ଚାଷୀ। ସରକାର ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ଚାଷୀ ସଂଘ। ଏହାକୁ ନେଇ ବିରୋଧୀ ମଧ୍ୟ ଶାସକ ଦଳ ଏବଂ ସରକାରକୁ ଘେରିଛନ୍ତି। ଚାଷୀ ଦିଲ୍ଲୀ ଆସୁଥିବା ବେଳେ ହରିଆଣା-ଦିଲ୍ଲୀ ସୀମାକୁ ପୁଲିସ୍‌ ସିଲ୍‌ କରିଦେଇଥିଲା। ଏହାପରେ ଚାଷୀଙ୍କ ଅଟକାଇବାକୁ ଯାଇ ପୁଲିସ ଲାଠି ମାଡ଼ ସହିତ ଟିୟର ଗ୍ୟାସ ଚଳାଇଥିଲା। ଏମିତିକି ପୁଲିସ ବାରିକେଟକୁ ଆନ୍ଦୋଳନକାରୀ ଭାଙ୍ଗିବା […]

FARMER STRIKE

FARMER STRIKE

Subhransu Sekhar
  • Published: Friday, 27 November 2020
  • Updated: 27 November 2020, 08:25 PM IST

Sports

Latest News

ନୂଆଦିଲ୍ଲୀ: ଚଳିତବର୍ଷ ସେପ୍ଚେମ୍ୱରରେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରୁଛନ୍ତି ଚାଷୀ। ସରକାର ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ଚାଷୀ ସଂଘ। ଏହାକୁ ନେଇ ବିରୋଧୀ ମଧ୍ୟ ଶାସକ ଦଳ ଏବଂ ସରକାରକୁ ଘେରିଛନ୍ତି।

ଚାଷୀ ଦିଲ୍ଲୀ ଆସୁଥିବା ବେଳେ ହରିଆଣା-ଦିଲ୍ଲୀ ସୀମାକୁ ପୁଲିସ୍‌ ସିଲ୍‌ କରିଦେଇଥିଲା। ଏହାପରେ ଚାଷୀଙ୍କ ଅଟକାଇବାକୁ ଯାଇ ପୁଲିସ ଲାଠି ମାଡ଼ ସହିତ ଟିୟର ଗ୍ୟାସ ଚଳାଇଥିଲା। ଏମିତିକି ପୁଲିସ ବାରିକେଟକୁ ଆନ୍ଦୋଳନକାରୀ ଭାଙ୍ଗିବା ସହିତ ବ୍ରିଜ ତଳକୁ ଫିଙ୍ଗି ଦେଇଥିବାର ନଜିର ରହିଛି।

କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଅନୁମତି ମିଳିଛି। ରାଜଧାନୀ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବା ପାଇଁ ଚାଷୀଙ୍କୁ ଅନୁମତି ମିଳିଛି।

ଅନ୍ୟପଟେ କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚାଷୀଙ୍କ ସହ ଆଉ ଏକ ଆଲୋଚନା ପାଇଁ ରାଜି ହୋଇଛନ୍ତି। ଏଥିପାଇଁ ଡିସେମ୍ୱର ୩ ତାରିଖରେ ଆଉ ଏକ ବୈଠକ ହେବ ବୋଲି ସେ କହିଛନ୍ତି। ହେଲେ ଥଣ୍ଡା ଏବଂ କୋଭିଡ ପାଇଁ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ମଧ୍ୟ ସରକାର ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ସତ ଏବଂ ଅଂହକାର ସହିତ ଲଢ଼େଉ ହେଉଛି। ଚାଷୀ ମାନେ ସତ ସହିତ ରହିଛନ୍ତି। ସତକୁ କୌଣସି ସରକାର ଚପାଇ ରଖିପାରିବେନି। ମୋଦି ସରକାର କଳା ଆଇନକୁ ପ୍ରତ୍ୟାହାର କରିବା ଦରକାର।

ଏ ନେଇ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଆଲୋଚନା କରିବା ପାଇଁ ରାଜି ଅଛନ୍ତି। ସମସ୍ତ ଚାଷୀ ଭାଇ ସରକାର ସାମ୍ନାରେ ନିଜର ଦାବି ରଖିବା ଦରକାର। ଆନ୍ଦୋଳନ କଲେ ଏହାର ସମାଧାନ ହେବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos