ନୂଆଦିଲ୍ଲୀ: ଦେଶର ସଂସଦ ଭବନରେ ହେବ ନବୀକରଣ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦ୍ର ସରକାର ନବୀକରଣ ପାଇଁ ଏଚସିପି କମ୍ପାନୀ(HCP Design, Planning & Management Pvt. Ltd) କୁ ଏଥିପାଇଁ ଅନୁମତି ଦେଇଛନ୍ତି। ନୂଆ ସଂସଦ ଭବନର ରୂପ ରେଖ କେମିତି ହେବ ସେ ନେଇ ଡିଜାଇନ ଏଚସିପିକୁ ଦିଆଯାଇଛି।
୨୫୦ ବର୍ଷ ତଳେ ତିଆରି ହୋଇଥିବା ସଂସଦ ସେତେବେଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତିଆରି ହୋଇଥିଲା। ଏବେ କେନ୍ଦ୍ରୀୟ ସଚିବାଳୟ ପାଖରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ଏବଂ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ତିନି କିଲୋମିଟର ପରିଧି ଭିତରେ ସମସ୍ତ ଡିଜାଇନକୁ ନବୀକରଣ କରାଯିବ।
୧୯୨୭ ମସିହାରେ ଉଦଘାଟନ ହୋଇଥିବା ଏହି ସଂସଦ ଭବନରେ ମନ୍ତ୍ରୀ ମାନେ ବସିବା ପାଇଁ ଚ୍ୟାମ୍ବର ରହିଛି। କିନ୍ତୁ ସାଂସଦ ଏବଂ ତାଙ୍କ ସହ ଆସୁଥିବା କର୍ମଚାରୀ ବସିବା ପାଇଁ ସଂସଦ ଭବନରେ ଆବଶ୍ୟକ ବ୍ୟବସ୍ଥା ନାହିଁ। ଏବେ ଉଭୟ ମନ୍ତ୍ରୀ ଏବଂ ସାଂସଦ ମାନଙ୍କର କଠୋରୀ ନିର୍ମାଣ ହେବ ବୋଲି ଜଣାପଡ଼ିଛି। ନୂଆ କରି ତିଆରି ହେଉଥିବା ସଂସଦ ଭବନ ଭୂକମ୍ପ-ପ୍ରତିରୋଧୀ ରହିବ।
୨୦୨୨ ସୁଦ୍ଧା ସଂସଦ ଭବନ ଏବଂ ମାର୍ଚ୍ଚ ୨୦୨୪ ସୁଦ୍ଧା କେନ୍ଦ୍ରୀୟ ସଚିବାଳୟ କାମ ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।