ହାଇଦ୍ରାବାଦ ପୌର ନିର୍ବାଚନ: ଟିଆରଏସର ଭୋଟ୍ ନେଇଗଲା ବିଜେପି!

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲଟି କର୍ପୋରେସନରେ ଟିଆରଏସ ପୁଣିଥରେ ସର୍ବବୃହତ ଆସନ ଜିତିଥିବା ଦଳ ଭାବରେ ପରିଣତ ହୋଇଛି। ବିଜେପି ଦ୍ୱିତୀୟରେ, ତୃତୀୟରେ ଏଆଇଏମଆଇଏମ ରହିଛି। ମେୟର ଆସନ ପାଇଁ ଟିଆରଏସ ପାଖରେ ଆବଶ୍ୟକ ଆସନ ନାହିଁ। ତେଣୁ ରାଜ୍ୟର ଦୁଇ ପ୍ରମୁଖ ଦଳ ଟିଆରଏସ ଏବଂ ଏଆଇଏମଆଇଏମ୍ ଏବେ ମେଣ୍ଟ କରିବା ନେଇ ସମ୍ଭାବନା ରହିଛି। ଟିଆରଏସ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନରେ ୧୫୦ ଟି ଆସନ ମଧ୍ୟରୁ ୫୫ ଟି ଜିତିଛି। ହେଲେ ଅନ୍ତିମଥର […]

KCR-SHAH

KCR-SHAH

Subhransu Sekhar
  • Published: Saturday, 05 December 2020
  • Updated: 05 December 2020, 08:08 AM IST

Sports

Latest News

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲଟି କର୍ପୋରେସନରେ ଟିଆରଏସ ପୁଣିଥରେ ସର୍ବବୃହତ ଆସନ ଜିତିଥିବା ଦଳ ଭାବରେ ପରିଣତ ହୋଇଛି। ବିଜେପି ଦ୍ୱିତୀୟରେ, ତୃତୀୟରେ ଏଆଇଏମଆଇଏମ ରହିଛି। ମେୟର ଆସନ ପାଇଁ ଟିଆରଏସ ପାଖରେ ଆବଶ୍ୟକ ଆସନ ନାହିଁ। ତେଣୁ ରାଜ୍ୟର ଦୁଇ ପ୍ରମୁଖ ଦଳ ଟିଆରଏସ ଏବଂ ଏଆଇଏମଆଇଏମ୍ ଏବେ ମେଣ୍ଟ କରିବା ନେଇ ସମ୍ଭାବନା ରହିଛି।

ଟିଆରଏସ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନରେ ୧୫୦ ଟି ଆସନ ମଧ୍ୟରୁ ୫୫ ଟି ଜିତିଛି। ହେଲେ ଅନ୍ତିମଥର ୨୦୧୬ରେ ୯୯ଟି ଆସନରେ ବିଜୟୀ ହୋଇଥିଲା। ଚଳିତ ଥର ୪୪ଟି ଆସନ ହରାଇଛି।

ସେହିପରି ବିଜେପି ଏହି ନିର୍ବାଚନରେ ଗୋଟିଏ ଲମ୍ୱା ଇନିଂସ ଖେଳିଛି। ମୋଟ୍ ୪୮ଟି ଆସନରେ ବିଜୟୀ ହୋଇଛି ବିଜେପି। ୨୦୧୬ରେ ତେଲୁଗୁ ଦେଶମ ପାର୍ଟି ସହିତ ମିଶି ବିଜେପି ଚାରିଟି ଆସନରେ ବିଜୟୀ ହୋଇଥିଲା। ହେଲେ ଚଳିତ ଥର ଏକୁଟିଆ ଲଢ଼ି ବଡ଼ ଆସନ ହାତେଇଛି। ତେବେ ନିର୍ବାଚନ ପ୍ରଚାର ବେଳେ ଗୃହମନ୍ତ୍ରୀ ଅମିତ ଶାହ କିନ୍ତୁ କହିଥିଲେ ହାଇଦ୍ରାବାଦରେ ମେୟର ଏଥର ବିଜେପି ହାତେଇବ। ବିଜେପିର ଏହି ଦାବି କିନ୍ତୁ ବିଫଳ ହୋଇଛି।

ସେହିପରି ଅସଓ୍ୱଦ୍ଦିନ ଓଓ୍ୱେସୀଙ୍କ ଏଆଇଏମଆଇଏମ ସବୁଠାରୁ ଭଲ ପ୍ରଦର୍ଶନ କରିଛି। ମୋଟ୍ ୫୧ଟି ଆସନରେ ନିର୍ବାଚନ ଲଢ଼ି ୪୪ଟି ଆସନରେ ବିଜୟୀ ହୋଇଛି। ୨୦୧୬ରେ ମଧ୍ୟ ସମାନ ଆସନରେ ବିଜୟୀ ହୋଇଥିଲା ଏଆଇଏମଆଇଏମ୍। ନିର୍ବାଚନରେ ସବୁଠାରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ଏଆଇଏମଆଇଏମର ରହିଛି।

କଂଗ୍ରେସ ୨୦୧୬ ଭଳି ଚଳିତଥର ମଧ୍ୟ ଦୁଇଟି ଆସନରେ ବିଜୟୀ ହୋଇଛି। ଆଉ ବିଫଳତା ପାଇଁ ନୈତକତା ଦୃଷ୍ଟିରୁ ତେଲେଙ୍ଗାନା ପିସିସି ସଭାପତି ଏନ୍ ଉତ୍ତର କୁମାର ରେଡ୍ଡୀ ଇସ୍ତଫା ଦେଇଛନ୍ତି।

ତିନି ପ୍ରମୁଖ ରାଜନୀତିକ ଦଳର ବିଜୟୀ ଆସନରୁ ବିଜେପି ସବୁଠାରୁ ଅଧିକ ଆସନ ପାଇଛି ପୂର୍ବ ନିର୍ବାଚନ ତୁଳନାରେ। ଯାହାକି ଶାସକ ଦଳ ଟିଆରଏସର ଭୋଟ୍ କଟର ସାଜିଛି। କାରଣ ଟିଆରଏସ ୪୪ଟି ଆସନ ହରାଇଛି। ଆଉ ବିଜେପି ୪୮ଟି ଆସନରେ ବିଜୟୀ ହୋଇଛି। ଅର୍ଥାତ୍ ଏହି ନିର୍ବାଚନରେ ଟିଆରଏସର ବିକଳ୍ପ ଭାବରେ ବିଜେପି ଏବେ ହାଇଦ୍ରାବାଦବାସୀଙ୍କ ପସନ୍ଦ ପାଲଟିଛି।

ଯଦିଓ ୨୦୧୯ ଲୋକସଭା ନିର୍ବାଚନରେ ଟିଆରଏସ ଏବଂ ଏଆଇଏମଆଇଏମ୍ ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ ହେଲେ ପୌର ନିର୍ବାଚନ ବେଳେ ହାତ ମିଳାଇନଥିଲେ। ରାଜନୀତିକ ସମୀକ୍ଷକଙ୍କ ମତରେ ବିଜେପି ଏଠାରେ ଅମିତ ଶାହ, ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ସ୍ମୃତି ଇରାନୀଙ୍କ ଭଳି ନେତାଙ୍କୁ ପ୍ରୋଜେକ୍ଟ କରି ହିନ୍ଦୁ ଭୋଟ ବ୍ୟାଙ୍କକୁ ଏକାଠି କରିବାରେ ସଫଳ ହୋଇଛି। ଆଉ ‘ନିଜାମ କଲଚର’କୁ ଶେଷ କରିବା ନେଇ ବିଜେପି ଯେଉଁ ନାରା ଦେଉଛି ତାହା ଏକ ପ୍ରକାର ଲୋକେ ଗ୍ରହଣ କରିବା ଆରମ୍ଭ କରିଛନ୍ତି।

ଓସମାନିଆ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର କେ ନାଗେଶ୍ୱର କହିଛନ୍ତି, ଏଆଇଏମଆଇଏମ ସହିତ ଟିଆରଏସ ଖୋଲାଖୋଲି ଫ୍ରେଣ୍ଡସିପ୍ ଟିଆରଏସ ଭୋଟ୍ କଟିବା ପଛର ମୁଖ୍ୟ କାରଣ। ଆଉ ସୁଯୋଗ ଅପେକ୍ଷାରେ ଥିବା ବିଜେପି ହିନ୍ଦୁ ଭୋଟ୍ ଗୋଟାଇବାରେ ସେଥିପାଇଁ ସଫଳ ହୋଇଛି।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ତଥା ଟିଆରଏସର ସୁପ୍ରିମୋ କେସିଆର ସବୁବେଳେ କଂଗ୍ରେସ ଉପରେ ଫୋକସ କରିଥିଲେ। ହେଲେ ବିଜେପିକୁ ଅଣଦେଖା କରୁଥିଲେ। କିନ୍ତୁ ବିଜେପି ନିଜ ଷ୍ଟାଇଲରେ ନିଜାମଗଡ଼ରେ ଭୋଟ୍ ବ୍ୟାଙ୍କ ଗୋଟାଇବାରେ ସଫଳ ହୋଇଛି। କଂଗ୍ରେସ ଏବେ ରାଜ୍ୟରେ ବିରୋଧୀ ଆସନର ଦାୟିତ୍ୱ ତୁଲାଉ ନାହିଁ। ଅନ୍ୟପଟେ ରାଜ୍ୟରେ ବେରୋଜଗାରୀ, ଲୋକଙ୍କ ସହିତ ନରହିବା ମଧ୍ୟ ଟିଆରଏସ ଘାଟା ପଛର ମୂଳ କାରଣ। ଯେଉଁଥିପାଇଁ ରାଜ୍ୟରେ ବିଜେପିକୁ ବିରୋଧୀ ଆସନ ଭାବରେ ଲୋକେ ଗ୍ରହଣ କରିବା ଆରମ୍ଭ କରିଛନ୍ତି ବୋଲି ମଧ୍ୟପ୍ରଦେଶ ବିଜେପି ପ୍ରଭାରୀ ତଥା ପୂର୍ବତନ ମହାସଚିବ ପି ମୂରଲୀଧର ରାଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos