ଅଲଗା ହେବେ ଦୁଇ ଆଇଏଏସ ପ୍ରେମ ପକ୍ଷୀ

ଭୋପାଲ: ଦେଶର ସବୁଠୁ ବଡ଼ ପରୀକ୍ଷା ୟୁପିଏସସି। ଏହି ପରୀକ୍ଷା ଦେଇ ଆଇଏଏସ, ଆଇପିଏସ, ଆଇଏଫଏସ ହୁଅନ୍ତି। ୨୦୧୫ରେ ଏହି ପରୀକ୍ଷାରେ ଟପ୍ପର ହୋଇଥିଲେ ଭୋପାଲର ଟିନା ଡାବି। ଆଉ ତାଙ୍କ ପଛକୁ ଥିଲେ ଜମ୍ମୁ କଶ୍ମୀରର ଅଥହର ଆମୀର। ଆଇଏଏସ ଟ୍ରେନିଂ ବେଳେ ଉଭୟ ପ୍ରେମରେ ପଡ଼ିଥିଲେ। ଦୁଇ ଜଣଙ୍କ ଧର୍ମ ଅଲଗା ରହିଥିଲେ ମଧ୍ୟ ୨୦୧୮ରେ ଏହି ପ୍ରେମୀ ଯୁଗଳ ବିବାହ କରିଥିଲେ। ଅଲଗା ଅଲଗା ଧର୍ମ ପାଇଁ ଅନେକ ବିବାହ ହୋଇପାରୁନଥିବା ବେଳେ […]

tina_athar

tina_athar

Subhransu Sekhar
  • Published: Friday, 20 November 2020
  • Updated: 20 November 2020, 10:12 PM IST

Sports

Latest News

ଭୋପାଲ: ଦେଶର ସବୁଠୁ ବଡ଼ ପରୀକ୍ଷା ୟୁପିଏସସି। ଏହି ପରୀକ୍ଷା ଦେଇ ଆଇଏଏସ, ଆଇପିଏସ, ଆଇଏଫଏସ ହୁଅନ୍ତି। ୨୦୧୫ରେ ଏହି ପରୀକ୍ଷାରେ ଟପ୍ପର ହୋଇଥିଲେ ଭୋପାଲର ଟିନା ଡାବି। ଆଉ ତାଙ୍କ ପଛକୁ ଥିଲେ ଜମ୍ମୁ କଶ୍ମୀରର ଅଥହର ଆମୀର। ଆଇଏଏସ ଟ୍ରେନିଂ ବେଳେ ଉଭୟ ପ୍ରେମରେ ପଡ଼ିଥିଲେ। ଦୁଇ ଜଣଙ୍କ ଧର୍ମ ଅଲଗା ରହିଥିଲେ ମଧ୍ୟ ୨୦୧୮ରେ ଏହି ପ୍ରେମୀ ଯୁଗଳ ବିବାହ କରିଥିଲେ।

ଅଲଗା ଅଲଗା ଧର୍ମ ପାଇଁ ଅନେକ ବିବାହ ହୋଇପାରୁନଥିବା ବେଳେ ଟିନା ଏବଂ ଆଥହରଙ୍କ ଯୋଡ଼ି ସେତେବେଳେ ଚର୍ଚ୍ଚାକୁ ଆସିଥିଲା। ଆଉ ଅନନ୍ୟ ଉଦାହରଣ ପାଲଟିଥିଲା। ଅନେକ ବୁଦ୍ଧିଜୀବୀ, ବଡ଼ ବଡ଼ ନେତା ଉଭୟଙ୍କ ବିବାହକୁ ସମାଜ ପାଇଁ ଉଦାହରଣ ବୋଲି କହିଥିଲେ।

ହେଲେ ଏବେ ସ୍ଥିତି ବଦଳିଯାଇଛି। ଏବେ ଅଲଗା ହେବା ପାଇଁ ଉଭୟ ନିଷ୍ପତ୍ତି ନେଇଛନ୍ତି। ତେଣୁ ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଏହି ଉଚ୍ଚ ଶିକ୍ଷିତ ଦମ୍ପତି।

ଉଭୟ ରାଜସ୍ଥାନ କ୍ୟାଡରର। ଜୟପୁରରେ ଏବେ ନିଯୁକ୍ତ ଅଛନ୍ତି। କରୋନା ବେଳେ ଟିନାଙ୍କ ଅନେକ କାର୍ଯ୍ୟ ଚର୍ଚ୍ଚାକୁ ଆସିଥିଲା। ଜୁଲାଇରେ ଟିନା ବ୍ରିକ୍ସର ସମ୍ମାନୀତ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ।
ଏବେ ଟିନା ତାଙ୍କ ସ୍ୱାମୀଙ୍କୁ ସୋଶାଲ ମିଡିଆରେ ଅନଫଲୋ କରିଛନ୍ତି। ଏଥିସହ ଟିନା ତାଙ୍କ ଟାଇଟେଲରୁ ‘ଖାନ୍’ ହଟାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos