ନୂଆଦିଲ୍ଲୀ: ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାରଙ୍କର ଆଉ ଜଣେ ବିଧାୟକ ଅଡ଼ୁଆରେ। ଆଜି ସକାଳେ ଛତରପୁରର ବିଧାୟକ କରତାର ସିଂହ ତଂବରଙ୍କ ଘର, ଅଫିସ୍ ଓ ଫାର୍ମ ହାଉସ୍ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ଆୟକର ବିଭାଗ ଅଧିକାରୀମାନେ ସକାଳ ସାଢ଼େ ଆଠଟାରେ ବିଧାୟକଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ଘର ସମେତ ୧୧ଟି ସ୍ଥାନରେ ଚଢ଼ାଉ କରିଥିଲେ। ଏଥିରେ ୧୦୦ରୁ ଅଧିକ ଅଧିକାରୀ ନିୟୋଜିତ ହୋଇଥିଲେ। ବିଧାୟକଙ୍କୁ ଆୟକର ବିଭାଗ ଅଧିକାରୀମାନେ ତାଙ୍କ ଘରେ ପଚରାଉଚରା କରିଛନ୍ତି। କରତାର ସିଂହଙ୍କ ୨୦ଟି କଂପାନୀ ତଦନ୍ତର ପରିସରଭୁକ୍ତ ହୋଇଛି।
ଆୟକର ବିଭାଗକୁ ଅଭିଯୋଗ ମିଳିଥିଲା ଯେ ସରକାରୀ ଚାକିରୀରୁ ଭି.ଆର.ଏସ୍ ନେବା ପରେ କରତାର ସିଂହ ଜମିବାଡ଼ି କାରବାର କରି କୋଟି କୋଟି ଟଙ୍କା ଆୟ କରିଛନ୍ତି।
ଅନ୍ୟପକ୍ଷରେ ଆୟକର ବିଭାଗ ଚଢ଼ାଉ ଖବର ପାଇବା ପରେ କରତାରଙ୍କ ଘର ସମ୍ମୁଖରେ ଆପ୍ କର୍ମକର୍ତ୍ତା ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ଜାମା ମସଜିଦ ସର୍ଭେକୁ ନେଇ ପାଞ୍ଚ ଜଣକ ମୃତ୍ୟୁ ପରେ ଟ୍ରାଏଲ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ।
Viral
ଖେଳୁ ଖେଳୁ କ୍ରିକେଟର ମୃତ, କ୍ୟାମେରାରେ ଦୃଶ୍ୟ କଏଦ
ପଡ଼ିଆରେ ଖେଳୁଥିବା ବେଳେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଛି।
Crime
ଅଶ୍ଳୀଳ ଭିଡିଓ ମାମଲା; ରାଜ କୁନ୍ଦ୍ରାଙ୍କ ଘର ଓ ଅଫିସରେ ED ଚଢାଉ
ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଏବଂ ବିତରଣ କରିବା ମାମଲାରେ ଚଢାଉ।
National
ଶାହଙ୍କ ଘରେ ମାରାଥନ୍ ବୈଠକ ପରେ ଫେରିଲେ ସିନ୍ଦେ, କହିଲେ...
ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି।
National
ମଶାଲ ଶୋଭାଯାତ୍ରା ବେଳେ ଅଘଟଣ; ନିଆଁ ଲାଗି ୫୦ ଗୁରୁତର
ଜଳୁଥିବା ମଶାଲରୁ ତେଳ ପଡ଼ିବା ହେତୁ ତାହା ହୁତୁହୁତୁ ହୋଇ ଜଳିଲା ଓ ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଏପରି ଏକ ଅଘଟଣରେ ପ୍ରାୟ ୫୦ରୁ ଲୋକ ଗୁରୁତର ହୋଇଛନ୍ତି।