ରାତିସାରା ବ୍ୟାଙ୍କ ଭିତରେ ତାଲା ପଡ଼ିଲେ ବୃଦ୍ଧ

ହାଇଦ୍ରାବାଦ: ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଜଣେ ୮୫ ବର୍ଷୀୟ ବୃଦ୍ଧ ବ୍ୟାଙ୍କ ଭିତରେ ଲକ୍‌ଅପ୍‌ ହୋଇଯିବା ଚର୍ଚ୍ଚାର ବିଷୟ ପାଲଟିଛି। ହାଇଦ୍ରାବାଦରେ ଏହି ଘଟଣା ଘଟିଛି। ରାତିସାରା ବ୍ୟାଙ୍କ ଭିତରେ ରହିବା ପରେ ବୃଦ୍ଧ ଜଣକ ପରଦିନ ଉଦ୍ଧାର ହୋଇଥିଲେ। ସୋମବାର ରାତିରେ ବ୍ୟାଙ୍କ ଭିତରେ ତାଲା ବନ୍ଦ ହୋଇ ରହିଥିବା ବୃଦ୍ଧ ମଙ୍ଗଳବାରବ  ଉଦ୍ଧାର କହୋଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଭି. କ୍ରିଷ୍ଣା ରେଡ୍ଡି। ସେ ମଧୁମେୟ ରୋଗ ପୀଡ଼ିତ ସହ ସ୍ୱାସ୍ଥ୍ୟଗତ କାରଣରୁ […]

old-man

old-man

Tapas Behera
  • Published: Wednesday, 30 March 2022
  • Updated: 30 March 2022, 09:58 AM IST

Sports

Latest News

ହାଇଦ୍ରାବାଦ: ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଜଣେ ୮୫ ବର୍ଷୀୟ ବୃଦ୍ଧ ବ୍ୟାଙ୍କ ଭିତରେ ଲକ୍‌ଅପ୍‌ ହୋଇଯିବା ଚର୍ଚ୍ଚାର ବିଷୟ ପାଲଟିଛି। ହାଇଦ୍ରାବାଦରେ ଏହି ଘଟଣା ଘଟିଛି। ରାତିସାରା ବ୍ୟାଙ୍କ ଭିତରେ ରହିବା ପରେ ବୃଦ୍ଧ ଜଣକ ପରଦିନ ଉଦ୍ଧାର ହୋଇଥିଲେ। ସୋମବାର ରାତିରେ ବ୍ୟାଙ୍କ ଭିତରେ ତାଲା ବନ୍ଦ ହୋଇ ରହିଥିବା ବୃଦ୍ଧ ମଙ୍ଗଳବାରବ  ଉଦ୍ଧାର କହୋଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଭି. କ୍ରିଷ୍ଣା ରେଡ୍ଡି। ସେ ମଧୁମେୟ ରୋଗ ପୀଡ଼ିତ ସହ ସ୍ୱାସ୍ଥ୍ୟଗତ କାରଣରୁ ସେ ଅସୁସ୍ଥ ମଧ୍ୟ। ରେଡ୍ଡୀଙ୍କ ଘର ହେଉଛି ହାଇଦ୍ରାବାଦର ଜୁବଲି  ହିଲ୍ସ ରୋଡ଼୍‌ ନଂ ୬୭ ଅଞ୍ଚଳରେ। ସୋମବାର ୪ଟା୩୦ରେ ବଞ୍ଜରା ହିଲ୍ସ ନିକଟସସ୍ଥ ୟୁନିଅନ ବ୍ୟାଙ୍କକୁ ଯାଇଥିଲେ।

ଲକରରୁ କିଛି ସମ୍ପତ୍ତି ଆଣିବା ପାଇଁ ବ୍ୟାଙ୍କ ଯାଇଥିଲେ । ତାଙ୍କ କାଗଜ ପତ୍ର ଯାଞ୍ଚ ପରେ ତାଙ୍କୁ ଲକର ରୁମକୁ ପଠାଇ ଦିଅଯାଇଥିଲା। କିନ୍ତୁ ବ୍ୟାଙ୍କ ବନ୍ଦ ସମୟ ସରିଯାଥିବା ଜାଣି ପାରି ନଥିଲେ। ସେହିପରି  ଲକର ରୁମକୁ ମଧ୍ୟ ସୁରକ୍ଷାକର୍ମୀମାନେ ନଜର ପକାଇ ନାହାନ୍ତି।  ପରେ ସୁରକ୍ଷାକର୍ମୀ ମାନେ ବ୍ୟାଙ୍କରେ ତାଲା ପକାଇ ପଳାଇ ଯାଇଥିଲେ।

ଇତି ମଧ୍ୟରେ ରେଡ୍ଡୀଙ୍କ ପରିବାର ଖୋଜାଖୋଜି କରି ପୁଲିସରେ ଏକ ଅଭିଯୋଗ କରିଥିଲେ। ତେବେ ମଙ୍ଗଳବାର ସକାଳ ୧୦ଟାରେ ବ୍ୟାଙ୍କ କର୍ମଚାରୀ ଆସିବା ପରେ ବ୍ୟାଙ୍କ ଖୋଲିଥିଲା। ଏହି ସମୟରେ ରେଡ୍ଡୀ ବ୍ୟାଙ୍କ ଭିତରୁ ବାହାରିବା ସମସ୍ତଙ୍କୁ ଚକିତ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos