ହାଇଦ୍ରାବାଦ: ଚାହୁଁ ଚାହୁଁ ଭୁଶୁଡି ପଡିଲା ୨୦ ବର୍ଷ ତଳର ବିଲ୍ଡିଂ। ତେଲାଙ୍ଗାନାର ୟାଦାଦ୍ରି-ଭୋଙ୍ଗିର ଜିଲ୍ଲାରେ ଘଟିଛି ଏଭଳି ଦୁର୍ଘଟଣା। ଶୁକ୍ରବାର ୟାଦଗିରିଗୁଟ୍ଟାରେ ଏକ ବିଲ୍ଡିଂ ଭୁଶୁଡି ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ୟାଦାଗିରିଗୁଟା ତେଲେଙ୍ଗାନା ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅଛି। ଏଠାରେ ଥିବା ଏକ ୨୦ ବର୍ଷ ତଳର ବିଲ୍ଡିଂର ତଳେ ଏକ ଦୋକାନ ଥିଲା ଓ ପ୍ରଥମ ମହଲରେ ଏକ ଘର। ତେବେ ଶୁକ୍ରବାର ଏହି ବିଲ୍ଡିଂର ଛାତ ଭୁଶୁଡି ତା' ତଳେ ବସିଥିବା ଚାରି ଜଣଙ୍କ ଉପରେ ପଡିଛି। ଏହି କାରଣରୁ ଚାରିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସେପଟେ ଜଣେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଛି। ବିଲ୍ଡିଂର ଖରାପ ନିର୍ମାଣ ହେତୁ ଏଭଳି ଘଟଣା ଘଟିଥିବା ପୁଲିସ କହିଛି।
ସେପଟେ ଏହି ଦୁର୍ଘଟଣାକୁ ନେଇ ତେଲେଙ୍ଗାନା ରାଜ୍ୟପାଳ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଜିଲ୍ଲାଅଧିକାରୀଙ୍କୁ ଆହତ ବ୍ୟକ୍ତିଙ୍କୁ ସର୍ବୋତ୍ତମ ଚିକିତ୍ସା ଓ ଜରୁରୀ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।