ବିରୋଧୀଙ୍କ ଷଣ୍ଡୁଆଶୀ ଆକ୍ରମଣରେ ବ୍ୟତିବ୍ୟସ୍ତ ଉଦ୍ଧବ ସରକାର !

ମୁମ୍ୱାଇ: ମନସୁଖ ହିରେନ ମୃତ୍ୟୁ ମାମଲାରେ ଏବେ ଅଡୁଆରେ ଶାସକ ଦଳ ଶିବସେନା। ବିରୋଧୀଙ୍କ ଗୋଟିଏ ପରେ ଗୋଟିଏ ଅଭିଯୋଗ ସରକାରକୁ ଅଡୁଆରେ ପକାଇ ଚାଲିଛି। ଏବେ ଅଭିଯୋଗର ସ୍ୱର ଆହୁରି ତୀବ୍ର ହେଉଥିବା ଦେଖି ବିବାଦୀୟ ପୁଲିସ ଅଫିସର ସଚିନ ବାଜେଙ୍କୁ ବଦଳି କରିଛନ୍ତି ମହାରାଷ୍ଟ୍ର ସରକାର। ଏହି ମାମଲାର ତଦନ୍ତ ଶେଷ ନହେବା ଯାଏ ସିଚନ ବାଜେଙ୍କୁ କ୍ରାଇମବ୍ରାଞ୍ଚରୁ ହଟାଇ ଦିଆଯାଇଛି ବୋଲି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ବିଧାନସଭାରେ କହିଛନ୍ତି। ବିରୋଧୀ ଦଳ […]

devendra fadnavis

devendra fadnavis

Subhransu Sekhar
  • Published: Wednesday, 10 March 2021
  • Updated: 10 March 2021, 06:01 PM IST

Sports

Latest News

ମୁମ୍ୱାଇ: ମନସୁଖ ହିରେନ ମୃତ୍ୟୁ ମାମଲାରେ ଏବେ ଅଡୁଆରେ ଶାସକ ଦଳ ଶିବସେନା। ବିରୋଧୀଙ୍କ ଗୋଟିଏ ପରେ ଗୋଟିଏ ଅଭିଯୋଗ ସରକାରକୁ ଅଡୁଆରେ ପକାଇ ଚାଲିଛି। ଏବେ ଅଭିଯୋଗର ସ୍ୱର ଆହୁରି ତୀବ୍ର ହେଉଥିବା ଦେଖି ବିବାଦୀୟ ପୁଲିସ ଅଫିସର ସଚିନ ବାଜେଙ୍କୁ ବଦଳି କରିଛନ୍ତି ମହାରାଷ୍ଟ୍ର ସରକାର। ଏହି ମାମଲାର ତଦନ୍ତ ଶେଷ ନହେବା ଯାଏ ସିଚନ ବାଜେଙ୍କୁ କ୍ରାଇମବ୍ରାଞ୍ଚରୁ ହଟାଇ ଦିଆଯାଇଛି ବୋଲି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ବିଧାନସଭାରେ କହିଛନ୍ତି। ବିରୋଧୀ ଦଳ ନେତା ଫଡ଼ନାଭିସ ହିରେନ ମୃତ୍ୟୁ ମାମଲାରେ ବାଜେଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି।

ବିଧାନସଭାରେ ଫଡ଼ନାଭିସ ହିରେନଙ୍କ ମୃତ୍ୟୁ ମାମଲାରେ ମତ ରଖୁଥିବା ବେଳେ ଅନୀଲ ଦେଶମୁଖ କହିଥିଲେ ଅନଭୟ ନାୟକ ମୃତ୍ୟୁ ବେଳେ ଫଡ଼ନାଭିସ ସରକାର ଚପାଇ ଦେଇଥିଲେ। ଏବେ ଏହାକୁ ନେଇ ଫଡନାଭିସ ପାଲଟା ଆକ୍ରମଣ କରିଥିଲେ ଏବଂ ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିବାକୁ ପ୍ରସ୍ତାବ ରଖିଛନ୍ତି। ଫଡ଼ନାଭିସ କହିଛନ୍ତି ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇସାରିଥିବା ବେଳେ ଏହାକୁ ନେଇ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ତାଙ୍କ ଉପରେ ଭୁଲ୍ ଆରୋପ ଲଗାଉଛନ୍ତି। ଯାହାକି ଗ୍ରହଣୀୟ ନୁହେଁ। ତେଣୁ ଦେଶମୁଖଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିବାକୁ ସେ ଦାବି କରିଛନ୍ତି।

ବିଧାନସଭା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାହେବା ବେଳେ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ଅନଭୟ ନାୟକ ଆତ୍ମହତ୍ୟା ମାମଲାର କୌଣସି ଆଧାର ମିଳିନାହିଁ। ସୁପ୍ରିମକୋର୍ଟ ଏହା ସ୍ପଷ୍ଟ ଭାବରେ କହିଛନ୍ତି। ତେଣୁ ଦେଶମୁଖ ପ୍ରଶ୍ନ ଉଠାଇବାରେ କୌଣସି ଅଧିକାର ନାହିଁ। ଏହାପରେ ବି ଗୃହମନ୍ତ୍ରୀ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି କୋର୍ଟଙ୍କ ପ୍ରତି ଅପମାନ କରିଛନ୍ତି। ତେଣୁ ସେ ଗୃହରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସ୍ୱାଧୀକାର ଉଲ୍ଲଂଘନ ପାଇଁ ଦାବି କରିଛନ୍ତି।

ଏହାବାଦ ଦେବେନ୍ଦ୍ର ଫଡନାଭିସ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନଙ୍କ ବିରୋଧରେ ମଧ୍ୟ ସ୍ୱାଧୀକାର ଉଲ୍ଲଂଘନ ନୋଟିସ୍ ଦାବି କରିଛନ୍ତି। ସେ କହିଛନ୍ତି ଯେ ମରାଠା ସଂରକ୍ଷଣ ପ୍ରସଙ୍ଗରେ ଅଶୋକ ଚୌହ୍ୱାନ ବୁଧବାର ଗୃହରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁପ୍ରିମକୋର୍ଟର ୧୦୨ ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମକୁ ଦର୍ଶାଇ ଆଟର୍ଣ୍ଣି ଜେନେରାଲ ମରାଠା ସଂରକ୍ଷଣ ଉପରେ କୌଣସି ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି। ଏହାପରେ ଫଡନାଭିସ୍ କହିଛନ୍ତି ଯେ ସୁପ୍ରିମକୋର୍ଟରେ ଆଟର୍ଣ୍ଣି ଜେନେରାଲ୍ ଯାହା କହି ନାହାନ୍ତି, ଅଶୋକ ତାହା ତାଙ୍କ ବିବୃତ୍ତିରେ ବିଧାନସଭାରେ ଉଲ୍ଲେଖ କରିଛନ୍ତି। ଅଶୋକ ଚୌହ୍ୱାନ ଏଭଳି କରି ମରାଠା ସମାଜକୁ ଦ୍ୱନ୍ଦ୍ୱରେ ପକାଇଛନ୍ତି। ଏବଂ ନିଜର ଅଜ୍ଞତା ଦେଖାଇଛନ୍ତି। ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସଙ୍କ ଏଭଳି ଗୋଟିଏ ପରେ ଗୋଟିଏ ଆକ୍ରମଣ ବିଧାନସଭା ଏବଂ ବିଧାନସଭା ବାହାରେ ରାଜ୍ୟ ସରକାରଙ୍କୁ ଘାଇଲା କରିଛି।

ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଦେବେନ୍ଦ୍ର ଫଡନାଭିସ୍ ଟିକଟକ ସୁନ୍ଦରୀ ପୂଜା ଚୌହ୍ୱାନଙ୍କ ମୃତ୍ୟୁ ମାମଲାରେ ମନ୍ତ୍ରୀ ସଞ୍ଜୟ ରାଠୋଡଙ୍କୁ ଘେରିଥିଲେ। ଆଉ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ମନସୁଖ ହିରେନ ମୃତ୍ୟୁ ମାମଲାରେ ପୂର୍ବତନ ଶିବସେନା ନେତା ତଥା ମୁଖପାତ୍ର ଥିବା ଆଇପିଏସ ସଚିନ୍ ବାଜେଙ୍କୁ ବଦଳି କରିବାକୁ ସରକାର ବାଧ୍ୟ ହୋଇଛନ୍ତି। ଫଡନାଭିସଙ୍କର ଗୋଟିଏ ପରେ ଗୋଟିଏ ଆକ୍ରାମଣାତ୍ମକ ବୋଲିଂ ଆଗରେ ଉଦ୍ଧବ ସରକାର ଗୋଟିଏ ପରେ ଗୋଟିଏ ୱିକେଟ୍  ହରାଉଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story