ଯୋଗୀଙ୍କ ମୁଣ୍ଡ ବିନ୍ଧିଲା : ପୁଲିସ ଅଫିସରଙ୍କୁ ଚାକିରିରୁ ବିଦା କରିଦେଲେ

କାନପୁର: କାନପୁର ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ବିରୋଧୀଙ୍କ ସଣ୍ଡୁଆସୀ ଆକ୍ରମଣର ଶିକାର ହୋଇଥିବା ଯୋଗୀ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ବ୍ୟବସାୟୀଙ୍କ ମୃତ୍ୟୁରେ ସମ୍ପୃକ୍ତ ଥିବା ପୁଲିସ ଅଫିସରଙ୍କୁ ଚାକିରିରୁ ବିଦା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ସ୍ପଷ୍ଟ କରାଯାଛି। କାନପୁର ଘଟଣାରେ ଗୁରୁତର ଅପରାଧରେ ସମ୍ପୃକ୍ତ ଥିବା ପୁଲିସ କର୍ମଚାରୀଙ୍କୁ  ସେବାରୁ ବରଖାସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସିଏମଓ […]

yogi adityanath

yogi adityanath

Tapas Behera
  • Published: Thursday, 30 September 2021
  • Updated: 30 September 2021, 05:41 PM IST

Sports

Latest News

କାନପୁର: କାନପୁର ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ବିରୋଧୀଙ୍କ ସଣ୍ଡୁଆସୀ ଆକ୍ରମଣର ଶିକାର ହୋଇଥିବା ଯୋଗୀ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ବ୍ୟବସାୟୀଙ୍କ ମୃତ୍ୟୁରେ ସମ୍ପୃକ୍ତ ଥିବା ପୁଲିସ ଅଫିସରଙ୍କୁ ଚାକିରିରୁ ବିଦା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ସ୍ପଷ୍ଟ କରାଯାଛି। କାନପୁର ଘଟଣାରେ ଗୁରୁତର ଅପରାଧରେ ସମ୍ପୃକ୍ତ ଥିବା ପୁଲିସ କର୍ମଚାରୀଙ୍କୁ  ସେବାରୁ ବରଖାସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସିଏମଓ ପକ୍ଷରୁ କୁହାଯାଇଛି ।

ସେହିପରି ଦାଗୀ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯିବ ନାହିଁ ବୋଲି କୁହାଯାଇଛି। ନିକଟରେ କିଛି ପୁଲିସ ଅଧିକାରୀ ଓ  କର୍ମଚାରୀଙ୍କ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବାର ଅଭିଯୋଗ ଆସିଛି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଲିସ ବିଭାଗରେ ଏପରି ଲୋକଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ। ଏହିପରି ଲୋକଙ୍କୁ ପ୍ରମାଣ ସହ ଚିହ୍ନଟ କରି ଏକ ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। କାନପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ଘଟଣାରେ ୬ ଜଣ ପୁଲିସ ଅଫିସରଙ୍କୁ ନିଲମ୍ବିତ କରାଯାଇଛି।

[caption id="attachment_680316" align="aligncenter" width="650"]manish gupta with his wife ମନୀଷ ଗୁପ୍ତା ଓ ତାଙ୍କ ପତ୍ନୀ(ଫାଇଲ ଫଟୋ)[/caption]

ସମ୍ପୃକ୍ତ ବ୍ୟବସାୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ଶରୀରରେ ୪ଟି ଜାଗାରେ ଗୁରୁତର ଆଘାତ ଚିହ୍ନ ଥିବା ଜଣାଯାଇଛି। ତାଙ୍କ ଡାହାଣ ହାତ, ଗୋଡ, ମୁଣ୍ଡର ମଧ୍ୟଭାଗ ଏବଂ ଆଖିପତା ଉପରେ ଭୀଷଣ ମାଡ଼ ହୋଇଥିବା  ରିପୋର୍ଟ  ଆସିଛି। ପୁଲିସ ହିଁ ପିଟି ପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ରାମଗରଥାଲ ପୁଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସରଙ୍କ ସମେତ ୬ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ସେମାନଙ୍କୁ ବରଖାସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ଗୋରଖପୁରର ଏକ ହୋଟେଲରେ ୩୮ ବର୍ଷୀୟ ପ୍ରପର୍ଟି ଡିଲର  ମନୀଷ ଗୁପ୍ତାଙ୍କର ରହସ୍ୟ ଜନକ ମୃତ୍ୟୁ ଘଟିଥିଲା । ସେ ହୋଟେଲରେ ଦୁଇ ସାଙ୍ଗଙ୍କ ସହ ରହୁଥିଲେ। ତେବେ ଅତ୍ୟଧିକ ମଦ୍ୟପାନ କରି ତଳେ ପଡ଼ିଯିବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ପୁଲିସ ପୂର୍ବରୁ ଦାବି କରିଥିଲା। ତାଙ୍କୁ ତୁରନ୍ତ BRD ମେଡିକାଲ କଲେଜକୁ ନିଆଯାଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ​​ବୋଲି ପୁଲିସ କହିଥିଲା । ପୁଲିସ କହିବା ଅନୁଯାୟୀ, ହୋଟେଲରେ କିଛି ସନ୍ଦିଗ୍ଧ  ବ୍ୟକ୍ତି ରହୁଥିବା ସୁରାଗ ପାଇ ରେଡ୍‌ କରାଯାଇଥିଲା।  ହେଲେ ମନୀଷଙ୍କ ସ୍ତ୍ରୀ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ପୁଲିସ ହତ୍ୟା କରିଛି। ତାଙ୍କ ସ୍ୱାମୀଙ୍କୁ ଜଘନ୍ୟ ଭାବେ ମାଡ଼ ମାରି ହତ୍ୟା କରାଯାଇଛି ଘଟଣାସ୍ଥଳରେ ରକ୍ତଛିଟା ନଥିବାରୁ ହୋଟେଲ କର୍ମଚାରୀ ଏହାକୁ ସଫା କରିଛନ୍ତି ବୋଲି  ସେ ଗଣମାଧ୍ୟମକୁ କହିଛନ୍ତି। ହୋଟେଲ ରୁମର ବେଡ୍‌ ତଳେ ରକ୍ତ ଭିଜା ଟାୱେଲ ମିଳିଥିଲା ​​। ଯାହା ମନୀଷଙ୍କ ରକ୍ତସ୍ରାବ ହୋଇଥିବା ପ୍ରମାଣ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ରାଜ୍ୟ ସରକାର ଉକ୍ତ ପରିବାର ସଦସ୍ୟକୁ  ଚାକିରି ଦିଅନ୍ତୁ ବୋଲି ଦାବି ହୋଇଛି। ସୂଚନା ଅନୁଯାୟୀ ମନୀଷଙ୍କ ମୃତ୍ୟୁକୁ ପୁଲିସ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos