ପୂର୍ବରୁ ମଧ୍ୟ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ନେଇଛି ଏୟାର କ୍ରାଶ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁର୍‌ରେ ହୋଇଥିବା ଭୟଙ୍କର ହେଲିକପ୍ଟର କ୍ରାଶରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ପୂରା ଦେଶ ଏହି ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ଯାଏ ଶୋକ ପ୍ରକାଶ କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ଭାରତରେ ଏମିତି କିଛି ଏୟାର କ୍ରାଶ ଘଟିଛି, ଯେଉଁଥିରେ ଦେଶ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଥିଲା। ଆସନ୍ତୁ ସେହି ଘଟଣାଗୁଡ଼ିକ ଉପରେ ନଜର ପକାଇବା। […]

Heli

Heli

Hemant Lenka
  • Published: Wednesday, 08 December 2021
  • Updated: 08 December 2021, 09:06 PM IST

Sports

Latest News

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁର୍‌ରେ ହୋଇଥିବା ଭୟଙ୍କର ହେଲିକପ୍ଟର କ୍ରାଶରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ପୂରା ଦେଶ ଏହି ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ଯାଏ ଶୋକ ପ୍ରକାଶ କରିଛନ୍ତି।

ତେବେ ପୂର୍ବରୁ ମଧ୍ୟ ଭାରତରେ ଏମିତି କିଛି ଏୟାର କ୍ରାଶ ଘଟିଛି, ଯେଉଁଥିରେ ଦେଶ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଥିଲା। ଆସନ୍ତୁ ସେହି ଘଟଣାଗୁଡ଼ିକ ଉପରେ ନଜର ପକାଇବା।

୧- ଅନେକ ଘଟଣା ମଧ୍ୟରୁ ଗୋଟିଏ ହେଲା ୧୯୪୫ ମସିହାରେ ତାଇୱାନରେ ଘଟିଥିବା ଦୁର୍ଘଟଣା। ଦୁର୍ଘଟଣାରେ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଯାଇଥିବା ଦାବି କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁକୁ ନେଇ ଏବେ ବି ବିବାଦ ଲାଗି ରହିଛି।

୨- ଆଉ ଏକ ହେଲିକପ୍ଟର ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ରାଜଶେଖର ରେଡ୍ଡୀ ପ୍ରାଣ ହରାଇଥିଲେ। ରାଜଶେଖର ରେଡ୍ଡୀ ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାକୁ ଗୋଟିଏ ବେଲ ୪୩୦ରେ ଯାଉଥିବା ବେଳେ ଏହା ଘଞ୍ଚ ଜଙ୍ଗଲ ମଧ୍ୟରେ କ୍ରାଶ କରି ଯାଇଥିଲା। ୨୦୦୯ରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣାର ୨୭ ଘଣ୍ଟା ପରେ ତାଙ୍କ ମୃତଦେହ ମିଳିଥିଲା।

୩- ୧୯୮୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସାନ ପୁଅ ସଞ୍ଜୟ ଗାନ୍ଧି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଦିଲ୍ଲୀର ସଫଦରଜଙ୍ଗ ବିମାନ ବନ୍ଦରରୁ ହେଲିକପ୍ଟର ଉଡ଼ାଣ ଭରିଥିଲା। ତେବେ ଏହାର କିଛି ସମୟ ମଧ୍ୟରେ ଦୁର୍ଘଟଣା ଘଟିଥିଲା।

୪-କଂଗ୍ରେସର ବରିଷ୍ଠ ନେତା ମାଧବରାଓ ସିନ୍ଧିଆ ୨୦୦୧ରେ କାନପୁରରେ ଆୟୋଜିତ ରାଲିରେ ଯୋଗ ଦେବାକୁ ଯାଉଥିବା ବେଳେ ସେସନା ଏୟାରକ୍ରାଫ୍ଟ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

୫- ତତ୍କାଳୀନ ଲୋକସଭା ବାଚସ୍ପତି ତଥା ତେଲୁଗୁ ଦେଶମ ପାର୍ଟିର ନେତା ଜିଏମସି ବାଲାୟୋଗୀ ୨୦୦୨ ମସିହା ମାର୍ଚ୍ଚ ୩ରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଆନ୍ଧ୍ର ପ୍ରଦେଶର କାଇକାଲୁରରେ ଏହି ଘଟଣା ଘଟିଥିଲା।

୬- ୨୦୦୫ରେ ହରିଆଣାର ତତ୍କାଳୀନ ଶକ୍ତିମନ୍ତ୍ରୀ ତଥା ଶିଳ୍ପପତି ଓପି ଜିନ୍ଦଲ ଓ ରାଜ୍ୟ କୃଷି ମନ୍ତ୍ରୀ ସୁରେନ୍ଦ୍ର ସିଂହ ଯାତ୍ରା କରୁଥିବା ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଫଳରେ ଏହା ସାହାରନପୁର ନିକଟରେ ଖସି ପଡ଼ିଥିଲା। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

୭- ୧୯୯୪ରେ ହିମାଚଳ ପ୍ରଦେଶରେ ଖରାପ ପାଗ ଯୋଗୁ ସୁପର-କିଙ୍ଗ ବିମାନ ଖସିପଡ଼ିଥିଲା। ଏଥିରେ ପଞ୍ଜାବର ରାଜ୍ୟପାଳ ସୁରେନ୍ଦ୍ର ନାଥ ଓ ତାଙ୍କ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ସୁରେନ୍ଦ୍ର ନାଥ ସେହି ସମୟରେ ହିମାଚଳର କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରୁଥିଲା।

୮- ୨୦୧୧ରେ ଅରୁଣାଚଳ ମୁଖ୍ୟମନ୍ତ୍ରୀ ଡୋରଜୀ ଖାଣ୍ଡୁ ବ୍ୟବହାର କରୁଥିବା ହେଲିକପ୍ଟର ଚାଇନା ସୀମାରେ ନିଖୋଜ ହୋଇଯାଇଥିଲା। ଦୀର୍ଘ ୫ ଦିନ ପରେ ସୀମାନ୍ତ ଅଞ୍ଚଳରୁ ତାଙ୍କ ମୃତଦେହ ମିଳିଥିଲା।

୯-୧୯୬୩ରେ ଜମ୍ମୁ-କଶ୍ମୀରର ପୁଞ୍ଚରେ ଗୋଟିଏ ହେଲିକପ୍ଟର କ୍ରାଶ ହୋଇଥିଲା। ଏଥିରେ ସ୍ଥଳ ସେନା ଓ ବାୟୁ ସେନାର ୬ ଜଣ ବରିଷ୍ଠ ଅଧିକାରୀ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story