ନୂଆଦିଲ୍ଲୀ: ସବୁ ରାଜନୈତିକ ଦଳ ସମାଜକୁ ଭାଗ ଭାଗ କରୁଛନ୍ତି। ଜାତି, ଧର୍ମକୁ ନେଇ ଘୃଣା, ବିଦ୍ୱେଷର ବିଷମଞ୍ଜି ବୁଣି ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି। କଂଗ୍ରେର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ କ୍ଷୋଭର ସହ ଏହା କହିଛନ୍ତି। ଏଥିରେ ତାଙ୍କ ଦଳ କଂଗ୍ରେସ ମଧ୍ୟ ବାଦ୍ ନଥିବା ସେ କହିଛନ୍ତି। ବିଭେଦୀକରଣ ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ ସତ୍ତ୍ୱେ ସମାଜର ଏକତା ବଜାୟ ରହିଛି। ଜାତି ଧର୍ମ ଓ ରଙ୍ଗରୁ ଊର୍ଦ୍ଧରେ ରହି ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରାଯିବା ଉଚିତ ବୋଲି ସେ କହିଛନ୍ତି ।
ରାଜନୈତିକ ଦଳ ମାନେ ସପ୍ତାହକ ୭ ଦିନ ଓ ଦିନକୁ ୨୪ ଘଣ୍ଟା ଧରି ସମାଜରେ ବିଭାଜନର ବିଷମଞ୍ଜି ବୁଣୁଛନ୍ତି। ଜାତି, ଧର୍ମ ରଙ୍ଗ ଏବଂ ଯାବତୀୟ ପ୍ରସଙ୍ଗକୁ ଅଧାର କରି ସମାଜର ଏକତାକୁ ନଷ୍ଠ କରୁଉଛନ୍ତି। ଏଥିରେ ମୁଁ ମୋ ଦଳକୁ କ୍ଷମା ଦେଇ ପାରିବି ନାହିଁ ବୋଲି ସେ କହିଛନ୍ତି । ସିଭିଲ ସୋସାଇଟି ସର୍ବଦା ଏକତ୍ରତିତ ରହିବା ଉଚିତ। ଜାତି, ଧର୍ମ ସତ୍ତ୍ୱେ ସମସ୍ତଙ୍କୁ ନ୍ୟାୟ ମିଳିବା ଉଚିତ। ଜମ୍ମୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଗୁଲାମ ନବୀ ।
ଜମ୍ମୁ କଶ୍ମୀରେ ଯାହା କିଛି ଅଘଟଣ ଘଟିଛି ସେଥିପାଇଁ ସେ ପାକିସ୍ତାନ ଏବଂ ତାର ସେନାକୁ ଦାୟୀ କରିଛନ୍ତି ଗୁଲାବ ନବୀ। ଜମ୍ମୁ କଶ୍ମୀରରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍ କରିଛନ୍ତି ପାକିସ୍ତାନର ଘୃଣ୍ୟ କାରନାମା ପାଇଁ କେବଳ କଶ୍ମୀର ପଣ୍ଡିତୁ ନୁହନ୍ତି, ଏଠିକାର ମୁସଲିମ ଓ ଦୋଗ୍ରାମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ହିନ୍ଦୁ କଶ୍ମୀର ପଣ୍ଡିତଙ୍କୁ ଅଧାର କରି ରିଲିଜ୍ ହୋଇଥିବା ବିବାଦୀୟ ଫିଲ୍ମ କାଶ୍ମୀର ଫାଇଲସ୍ ଚର୍ଚ୍ଚାର ପରିସରକୁ ଆସିବା ପରେ ଏହାର ପ୍ରତିକ୍ରିୟା ରଖିଛନ୍ତି ଗୁଲାମ ନବୀ।
୧୯୯୦ମସିହାରେ ହିନ୍ଦୁ ପଣ୍ଡିତମାନେ ନିର୍ମମ ଆକ୍ରମଣର ଶିକାର ହୋଇ କେମିତି କାଶ୍ମୀରରୁ ବିତାଡ଼ିତ ହୋଇଥିଲେ ତାହା ଏହି ଫିଲ୍ମରେ ଦର୍ଶାଯାଇଛି। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ନେଇ ରାଜନୀତି ସରଗରମ ହୋଇଛି। ସନେମାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି। କିଛି ଲୋକ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ପରଦାରେ ସାମ୍ନାକୁ ଅଣାଯାଇଥିବାରୁ ପ୍ରଶଂସା କରିଛନ୍ତି। ଆଉ କିଛି କାହାଣୀରେ ଅନେକ ସତ୍ୟତା ନଥିବା ଏବଂ ଅପପ୍ରଚାର ଥିବା କହିଛନ୍ତି।
ତେବେ ମିଶ୍ର ପ୍ରତିକ୍ରିୟା ସତ୍ତ୍ୱେ ଫିଲ୍ମଟି ବିପୁଳ ପରିମାଣରେ ଦଶର୍କଙ୍କ ଆଦୃତି ଲାଭ କରିଛି। ଏପରିକି ସିନେମାଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପିର ନେତାମାନେ ପ୍ରଶଂସା କରିଛନ୍ତି। ତେବେ ଫିଲ୍ମରେ ସବୁ ତଥ୍ୟ ସତ୍ୟ ଆଧାରିତ ନଥିବା ବିରୋଧୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।