ଟିଏମ୍‌ସିରେ ଯୋଗ ଦେଲେ ବାବୁଲ ସୁପ୍ରିୟୋ

କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ନିକଟରେ ବିଜେପିରୁ ଇସ୍ତଫା ଦେବା ସହିତ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। ଆଉ କୌଣସି ଦଳକୁ ଯିବେ ନାହିଁ ବୋଲି ମଧ୍ୟ କହିଥିଲେ। ସୂଚନାଯୋଗ୍ୟ, କେନ୍ଦ୍ରରୁ ମନ୍ତ୍ରୀ ପଦ ଚାଲିଯିବା ପରେ ଅସନ୍ତୁଷ୍ଟ ହୋଇ ବାବୁଲ ବିଜେପି ଛାଡିଥିବା ଯେଉଁ ଆଲୋଚନା ହେଉଥିଲା, ତାହା ଏବେ ସତ ପ୍ରମାଣିତ ହୋଇଛି। ଟିଏମ୍‌ସିର ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ […]

Babul Supriyo

Babul Supriyo

Madhupriya Mistry
  • Published: Saturday, 18 September 2021
  • Updated: 18 September 2021, 04:06 PM IST

Sports

Latest News

କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ନିକଟରେ ବିଜେପିରୁ ଇସ୍ତଫା ଦେବା ସହିତ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। ଆଉ କୌଣସି ଦଳକୁ ଯିବେ ନାହିଁ ବୋଲି ମଧ୍ୟ କହିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ରରୁ ମନ୍ତ୍ରୀ ପଦ ଚାଲିଯିବା ପରେ ଅସନ୍ତୁଷ୍ଟ ହୋଇ ବାବୁଲ ବିଜେପି ଛାଡିଥିବା ଯେଉଁ ଆଲୋଚନା ହେଉଥିଲା, ତାହା ଏବେ ସତ ପ୍ରମାଣିତ ହୋଇଛି। ଟିଏମ୍‌ସିର ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ସାଂସଦ ଡେରେକ ଓବ୍ରାୟନଙ୍କ ଉପସ୍ଥିତିରେ ସେ ଟିଏମ୍‌ସିରେ ମିଶିଛନ୍ତି।

ଟିଏମ୍‌ସିରେ ଯୋଗ ଦେବା ପରେ ବାବୁଲ କହିଛନ୍ତି, ମମତା ବାନାର୍ଜୀଙ୍କ ଉପରେ ପଶ୍ଚିମବଙ୍ଗବାସୀଙ୍କ ସମ୍ପୂର୍ଣ୍ଣ ଭରସା ରହିଛି। ମୁଁ ଲୋକଙ୍କ ସେବା କରିବା ପାଇଁ ଟିଏମ୍‌ସି ସହ ଯୋଡି ହୋଇଛି। ନିଷ୍ପତ୍ତି ବଦଳାଇଥିବା ଲାଗି ମୁଁ ମୋ ନିଜ ଉପରେ ଗର୍ବ ଅନୁଭବ କରୁଛି।

କଣ୍ଠଶିଳ୍ପୀରୁ ରାଜନେତା ହୋଇଥିବା ବାବୁଲ ନିକଟରେ ଫେସବୁକ୍‌ରେ ରାଜନୀତିରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସେ କହିଥିଲେ , “ଅଲବିଦା। ମୁଁ କୌଣସି ରାଜନୀତିକ ଦଳକୁ ଯାଉନାହିଁ। ଟିଏମସି, କଂଗ୍ରେସ କିମ୍ବା ସିପିଆଇଏମକୁ ଯାଉନି। ମୁଁ ଏଠାରେ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୋତେ କେହି ବି ଡାକି ନାହାନ୍ତି। ତେଣୁ ମୁଁ କେଉଁ ଦଳରେ ମିଶିବିନି। ମୁଁ ୱାନ ଟିମ୍‌ ପ୍ଲେୟାର। ସବୁବେଳେ ଗୋଟିଏ ଟିମକୁ ସମର୍ଥନ କରେ। ସେହି ଦଳ ହେଲା ମୋହନ ବାଗନ। ମୁଁ ସବୁବେଳେ ଗୋଟିଏ ଦଳରେ ରହିଛି। ସେଇଟା ହେଲା ବିଜେପି-ପଶ୍ଚିମବଙ୍ଗ। ବାସ ଏତିକି।'

ସେ ଆହୁରି କହିଥିଲେ, 'ମୁଁ ଏଠାରେ ବହୁତ ସମୟ ରହିଛି। କିଛି ଲୋକଙ୍କୁ ସହଯୋଗ କରିଛି ଓ କିଛି ଲୋକଙ୍କୁ ଆଘାତ ମଧ୍ୟ ଦେଇଛି। ବହୁତ କିଛି ଆଲୋଚନା ଓ ଚିନ୍ତା କରିବା ପରେ ମୁଁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ରାଜନୀତିରେ ରହିବା ଓ ସାମାଜିକ କାର୍ଯ୍ୟ କରିବା ସମ୍ଭବ ନୁହେଁ। ତେଣୁ ମୁଁ ଏହା ମଧ୍ୟରୁ ଗୋଟିଏକୁ ବାଛିଛି। ଏବେ ମୁଁ ସମାଜ ସେବା ଉପରେ ଅଧିକ ଗୁରୁତ୍ୱ ଦେବି। ମୁଁ ଅମିତ ଶାହ ଓ ଜେପି ନଡ୍ଡାଜୀଙ୍କୁ ମୋ ମନରେ ଥିବା ଭାବନା ଜଣାଇ ଦେଇଛି।”

ଆସନସୋଲରୁ ୨ ଥର ସାଂସଦ ହୋଇଥିବା ୫୦ ବର୍ଷୀୟ ବାବୁଲ ୨୦୧୪ରୁ ୨୦୧୬ ଯାଏ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ। ୨୦୧୬ ଜୁଲାଇରୁ ୨୦୧୯ ମେ’ ମାସ ଯାଏ ତାଙ୍କୁ ଭାରୀ ଶିଳ୍ପର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ୨୦୧୯ରେ ମୋଦି ୨.o ସରକାର ଆସିବା ପରେ ବାବୁଲ ପରିବେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ।

ତେବେ ନିକଟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଯେଉଁ ୧୨ ଜଣଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା, ସେମାନଙ୍କ ମଧ୍ୟରେ ବାବୁଲଙ୍କ ନାଁ ମଧ୍ୟ ରହିଥିଲା।

https://twitter.com/AITCofficial/status/1439156338836185090?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story