ପ୍ରେସର ଦଉ ଦଉ ଫାଟିଗଲା ଜେସିବି ଚକା, ୨ ମୃତ
ରାୟପୁର: ପ୍ରେସର ଦେବା ବେଳେ ଫାଟିଗଲା ଜେସିବି ଚକା। ଟାୟର ଫାଟିବା ଯୋଗୁଁ ପାଖରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଘଟଣ ଘଟିଛି ଛତିଶଗଡ ରାୟପୁରରେ। ଏକ କାରଖାନାରେ ପ୍ରେସର ଭରିବା ସମୟରେ ଜେସିବି ଟାୟାର ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ସେଠାରେ ଉପସ୍ଥିତ ଦୁଇଜଣ କର୍ମଚାରୀ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଏହି ଦୁର୍ଘଟଣା ମେ’ ୩ ତାରିଖରେ ଘଟିଥିଲା । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ, କାରଖାନାରେ ଜଣେ କର୍ମଚାରୀ ଜେସିବିର ଟାୟାରକୁ ବାହାର କରି ସେଥିରେ ପ୍ରେସର ଦେଉଥିଲେ। ତେବେ ପ୍ରେସର ଦେବା ବେଳେ ସେ ଲଗାତାର ଟାୟାର ଉପରେ ବସି ପ୍ରେସର ଚେକ୍ କରିବା ପାଇଁ ଚେଷ୍ଟା କରୁଥିଲେ। ଏହାପରେ ହଠାତ୍ ଟାୟାର୍ଟି ଫାଟିଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଟାୟାର ନିକଟରେ ଥିବା ଉଭୟ ଶ୍ରମିକ ପବନରେ ଉପରକୁ ଉଠି ଛିଟିକି ପଡିଥିଲେ। ଏଥି ସହିତ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଚାରିଆଡ଼େ ବିଛାଡି ପଡିଥିଲା।
କାରଖାନା ଭିତରେ ଥିବା ସିସିଟିଭି ଫୁଟେଜରେ ପୁରା ଘଟଣା କଏଦ ହୋଇଛି। ସିସିଟିଭି ଫୁଟେଜରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ କାରଖାନାରେ ଏକ ଜେସିବି ଛିଡା ହୋଇଛି। ସେଠାରେ କିଛି କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଜଣେ ଶ୍ରମିକ ଟାୟାରରେ ପ୍ରେସର ଦେଉଛନ୍ତି। ସେଠାରେ ଦୁଇଜଣ କର୍ମଚାରୀ ଠିଆ ହୋଇଛନ୍ତି। ତା’ପରେ ଟାୟାରଟି ହଠାତ ବିସ୍ଫୋରଣ ହେଉଛି।
ଦୁଇ ମୃତକ ହେଲେ ରାଜପାଲ ସିଂହ(୩୨ ବର୍ଷୀୟ) ପ୍ରଜ୍ଞାନ ନାମଦେବ (୩୨ ବର୍ଷ)। ମୃତକ ଦୁଇଜଣ ମଧ୍ୟପ୍ରେଦଶ ରିୱାର ବାସିନ୍ଦା ବୋଲି ଜଣାପଡିଛି।
In Video, JCB Tyre Bursts While Air Being Filled, 2 Blown Into Pieces https://t.co/UrxF5H2AOW pic.twitter.com/JPzVBudqiX
— NDTV (@ndtv) May 5, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।