ନାଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍

ଅମୃତସର: ନାଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଗୁରୁବାର ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ପଞ୍ଜାବ ସ୍ଥିତ ଫରିଦକୋଟରେ ଏକ ନାଳକୁ ଖସିପଡ଼ିଛି। ବସ ଭିତରେ ବସିଥିବା ୧୨ ଯାତ୍ରୀ ଏବେ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଫରିଦକୋଟ-ଫିରୋଜପୁର ରୋଡରେ ଏହି ଦୁର୍ଘଟଣା ଘଟିଛି। ବସଟି ଏକ ପୋଲ ଉପରେ ଯାଉଥିବା ବେଳେ ହଠାତ୍ ଗୋଟିଏ ଟାୟାର ଫାଟିଯାଇଥିଲା। ଆଉ ଡ୍ରାଇଭର ବସ୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ। ପରିଣାମ ସ୍ୱରୂପ ବସଟି […]

punjab bus accident

punjab bus accident

Subhransu Sekhar
  • Published: Thursday, 25 March 2021
  • Updated: 25 March 2021, 06:40 PM IST

Sports

Latest News

ଅମୃତସର: ନାଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଗୁରୁବାର ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ପଞ୍ଜାବ ସ୍ଥିତ ଫରିଦକୋଟରେ ଏକ ନାଳକୁ ଖସିପଡ଼ିଛି। ବସ ଭିତରେ ବସିଥିବା ୧୨ ଯାତ୍ରୀ ଏବେ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଫରିଦକୋଟ-ଫିରୋଜପୁର ରୋଡରେ ଏହି ଦୁର୍ଘଟଣା ଘଟିଛି। ବସଟି ଏକ ପୋଲ ଉପରେ ଯାଉଥିବା ବେଳେ ହଠାତ୍ ଗୋଟିଏ ଟାୟାର ଫାଟିଯାଇଥିଲା। ଆଉ ଡ୍ରାଇଭର ବସ୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ। ପରିଣାମ ସ୍ୱରୂପ ବସଟି ପୋଲ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚିଥିବା ସୂଚନା ରହିଛି। ହେଲେ ବସରେ ମୋଟ୍ କେତେ ଜଣ ଯାତ୍ରୀଥିଲେ ଓ ଯାତ୍ରୀଙ୍କ ପରିଚୟ ବାବଦରେ ସୂଚନା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos