ଛତିଶଗଡ଼କୁ ଡେଇଁଲା ପଂଜାବ ରୋଗ: ଦିଲ୍ଲୀରେ ଡେରା ପକାଇଛନ୍ତି ୩୦ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ପଂଜାବ ରାସ୍ତାରେ ଛତିଶଗଡ଼। କଂଗ୍ରେସରେ ତେଜୁଛି ବିଦ୍ରୋହ। ଛତିଶଗଡ଼ କଂଗ୍ରେସ ଦଳର ପ୍ରାୟ  ୩୦ ଜଣ ବିଧାୟକ ଦିଲ୍ଲୀରେ ଯାଇ ଡେରା ପକାଇଛନ୍ତି। କେବଳ ବିଧାୟକ ନୁହନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ ମଧ୍ୟ ଦିଲ୍ଲୀରେ ଅଛନ୍ତି।  ପ୍ରାୟ ୨୦ ଜଣ ବିଧାୟକ ଅନେକ ଦିନ ଧରି ଦିଲ୍ଲୀରେ ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ ରାଜଧାନୀରେ ପହଞ୍ଚିଛନ୍ତି। ଅଧିକାଂଶ ବିଧାୟକ କହିଛନ୍ତି ଯେ, ସେମାନେ ଏଠାରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ […]

baghel

baghel

Tapas Behera
  • Published: Saturday, 02 October 2021
  • Updated: 02 October 2021, 08:41 PM IST

Sports

Latest News

ନୂଆଦିଲ୍ଲୀ: ପଂଜାବ ରାସ୍ତାରେ ଛତିଶଗଡ଼। କଂଗ୍ରେସରେ ତେଜୁଛି ବିଦ୍ରୋହ। ଛତିଶଗଡ଼ କଂଗ୍ରେସ ଦଳର ପ୍ରାୟ  ୩୦ ଜଣ ବିଧାୟକ ଦିଲ୍ଲୀରେ ଯାଇ ଡେରା ପକାଇଛନ୍ତି। କେବଳ ବିଧାୟକ ନୁହନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ ମଧ୍ୟ ଦିଲ୍ଲୀରେ ଅଛନ୍ତି।  ପ୍ରାୟ ୨୦ ଜଣ ବିଧାୟକ ଅନେକ ଦିନ ଧରି ଦିଲ୍ଲୀରେ ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ ରାଜଧାନୀରେ ପହଞ୍ଚିଛନ୍ତି। ଅଧିକାଂଶ ବିଧାୟକ କହିଛନ୍ତି ଯେ, ସେମାନେ ଏଠାରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଆସିଛନ୍ତି । ମୁଖ୍ୟତଃ ଛତିଶଗଡ କଂଗ୍ରେସକୁ ଦଳୀୟ କନ୍ଦଳ ରୋଗ ଘାରିଥିବା ବେଳେ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପଞ୍ଜାବକୁ ଚିତ୍ରକୁ ତୁଳାନା କରି ପ୍ରଶ୍ନ ହେବାରୁ  ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ କହିଛନ୍ତି, ଛତିଶଗଡ ସବୁବେଳେ ଛତିଶଗଡ ହୋଇ ରହିବ। ଏହା ପଞ୍ଜାବ ହୋଇପାରିବ ନାହିଁ। କଂଗ୍ରେସ ବିଧାୟକ ବ୍ରହ୍ମସ୍ପତି ସିଂ କହିଛନ୍ତି, କଂଗ୍ରେସ ଦଳର ବିଭିନ୍ନ ନେତାଙ୍କ ମାଧ୍ୟମରେ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି ବିଜେପି । କିନ୍ତୁ ସେମାନେ ଛତିଶଗଡ଼ରେ ଏହା କରିପାରିବେ ନାହିଁ।

ଆମେ ଛତିଶଗଡ଼ରେ ଭୂପେଶ ବାଗେଲଙ୍କ  ଦୃଢ଼ ନେତୃତ୍ୱ ପାଇଛୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାଂଶ ବିଧାୟକ ଛତିଶଗଡ଼ ଦାୟିତ୍ୱରେ ଥିବେ ପିଏଲ ପୁନିଆ କିମ୍ବା  ହାଇକମାଣ୍ଡଙ୍କ ସହ ଭେଟି ଚାଲିଯିବେ। ବିଧାୟକ ରାମ କୁମାର ଯାଦବ କହିଛନ୍ତି ଯେ ଛତିଶଗଡ ସରକାରରେ କଂଗ୍ରେସ ବିଧାୟକମାନେ ଏକଜୁଟ ହୋଇଛନ୍ତି। ଆମ ସରକାର ଏହାର ପୂର୍ଣ୍ଣ କାର୍ଯ୍ୟକାଳ ୫ ବର୍ଷ ପୂରଣ କରିବେ। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ କାମ କରୁଛନ୍ତି। ଯେଉଁଥିରେ ଟିଏସ ସିଂ ଦେଓ ମଧ୍ୟ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି।

ଖବର ଅନୁଯାୟୀ, ଛତିଶଗଡ଼ ସରକାରରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍‌ ସିଂହଦେଓଙ୍କ ମଧ୍ୟରେ  ଅଢେଇ-ଅଢେଇ ବର୍ଷକୁ ଚାଲିଥିବା ବିବାଦ ଘନେଇବାରେ ଲାଗିଛି।  ଛତିଶଗଡ଼ରେ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍‌ ସିଂହଦେଓଙ୍କ ମଧ୍ୟରେ ବିବାଦ ଲାଗିରହିଛି । ବଘେଲ ସରକାର ଜୁନ୍‌ ୧୭ରେ ନିଜର ଆଢେଇ ବର୍ଷ ପୂରଣ କରିଛି । ଏଥିପାଇଁ ସିଂହଦେଓ ସମର୍ଥକମାନେ , ତୁରନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି । ସିଂହଦେଓ ସମର୍ଥକଙ୍କ ଦାବି ଯେ, ସିଂହଦେଓଙ୍କୁ ଅଢେଇ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ କରିବାକୁ ପ୍ରତିଶୃତି ଦିଆଯାଇଥିଲା । ଯଦି ପାର୍ଟି ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନଦିଏ, ତେବେ ବଘେଲ ସରକାରଙ୍କୁ ଠାରୁ ସେମାନ ଅଲଗା ହୋଇପାରନ୍ତି । ଏହାଛଡ଼ା ଅନ୍ୟ କୌଣସି କଥାରେ ସମର୍ଥକମାନେ ରାଜି ନେବେହାନିଁ ବୋଲି ରୋକଠୋକ୍‌ କହିଦେଇଛନ୍ତି । ଏବେ ପାର୍ଟ ନେତୃତ୍ୱ ଉପରେ ନିଷ୍ପତ୍ତି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story